ଦାନଗଦିରେ ୬୦ ବର୍ଷିଅ ବ୍ୟକ୍ତିଙ୍କୁ ହତ୍ୟା ସନ୍ଦେହ

ଦାନଗଦିରେ ୬୦ ବର୍ଷିଅ ବ୍ୟକ୍ତିଙ୍କୁ ହତ୍ୟା ସନ୍ଦେହ

ଯାଜପୁର: ଯାଜପୁରର ଦାନଗଦିଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୬୦ ବର୍ଷର ବ୍ୟକ୍ତିଙ୍କ ମୁଣ୍ଡକୁ ଆଘାତ ଦେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତକ ଜଣକ ହେଉଛନ୍ତି ଯାଜପୁର ରୋଡ୍‌ ଦାନଗଦି ଫାଣ୍ଡି ଅନ୍ତର୍ଗତ ଖପୁରିଆପଦା ଗାଁର ଶରତ ଚନ୍ଦ୍ର ଭୋଳ। ଶରତ ଗତକାଲି ସଂଧ୍ୟାରେ କେଉଁ କାମରେ ଘରୁ ବାହାରକୁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକଙ୍କୁ ସନ୍ଦେହ ହୋଇଥିଲା। ପରିବାର ଲୋକ ରାତିରେ ବହୁ ଖୋଜା ଖୋଜି କରି ମଧ୍ୟ ଶରତଙ୍କୁ ପାଇନଥିଲେ। ଶେଷରେ ଆଜି ସକାଳେ ପ୍ରଥମେ ଜଳକା ଛକ ପୋଲ ନିକଟରେ ଶରତଙ୍କ ସାଇକେଲ୍‌ ଥୁଆ ହୋଇଥିବାର ଦେଖିବାକୁ ମିଳିଥିଲା। କିଛି ସମୟ ପରେ ସେଠାରେ ଥିବା ଏକ ବାଉଁଶ ବଣରୁ ଶରତଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶରତଙ୍କୁ ବାଉଁଶ ବଣରେ ଏଭଳି ଅବସ୍ଥାରେ ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଛନ୍ତି। ତାଙ୍କ ମୁଣ୍ଡରେ ଲାଗିଥିବା ଆଘାତ ଦେଖି କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

Share Now:

Kalinga News Beuro

Next Post

କୋଭିଡ୍‌ ଏଯାଏ ବିଶ୍ବର ସବୁଠୁ ଖରାପ ସ୍ବାସ୍ଥ୍ୟ ସଂକଟ

Wed Jul 29 , 2020
ଜେନେଭା: ବିଶ୍ବରେ ଅଦ୍ୟାବଧି କୋଟିଏ ୬୭ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୬ ଲକ୍ଷ ୫୮ ହଜାର ମୃତ୍ୟୁର କାରଣ ସାଜିଥିବା କରୋନାଭୂତାଣୁ ମହାମାରୀ ବିଶ୍ବର ସବୁଠୁ ଖରାପ ସ୍ବାସ୍ଥ୍ୟ ସଂକଟ ଭାବେ ଉଭା ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଆଗରୁ କେବେ ବି ଏଭଳି ସ୍ଥିତିର ମୁକାବିଲା କରିନଥିଲା ବୋଲି ଏହାର ମହାନିର୍ଦ୍ଦେଶକ ଟେଡ୍ରସ୍‌ ଆଧାନମ୍‌ ଘେବ୍ରେୟେସସ୍‌ ସୋମବାର କହିଛନ୍ତି। ତେବେ ନିୟମିତ ମାସ୍କ ପିନ୍ଧିବା ସହ […]
କୋଭିଡ୍‌ ଏଯାଏ ବିଶ୍ବର ସବୁଠୁ ଖରାପ ସ୍ବାସ୍ଥ୍ୟ ସଂକଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial