ଲାଞ୍ଚ ଟଙ୍କାରେ ୮୦ ଲକ୍ଷରେ ଫ୍ଲାଟ କିଣି ମାଙ୍କୁ ଉପହାର ଦେଇଥିଲେ ଡାକ୍ତର

ଲାଞ୍ଚ ଟଙ୍କାରେ ମାଙ୍କୁ ଉପହାର

ଭୁବନେଶ୍ବର: ଜାହାଜ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେବା ମାମଲାରେ ସିବିଆଇ ହାତରେ ଗିରଫ ହୋଇଥିବା ବନ୍ଦର ସ୍ବାସ୍ଥ୍ୟ ସଂଗଠନ(ପିଏଚଓ)ର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କର ସୋମବାର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଛି। ତାଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବା ପରେ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ତେବେ ଡାକ୍ତରଙ୍କ ଓକିଲ ଜାମିନ ଆବେଦନ କରିଥିବାବେଳେ ଏହାର ଶୁଣାଣି ଆସନ୍ତାକାଲି ହେବ। ତେବେ ଡାକ୍ତରବାବୁଙ୍କ ବିରୋଧରେ ଆଜି ଏକ ଚାଂଚଲ୍ୟକର ଖୁଲାସା ହୋଇଛି। ଲୁଟ ଟଙ୍କାରେ ସେ ୮୦ ଲକ୍ଷ ଟଙ୍କାର ଫ୍ଲାଟ ମାଆଙ୍କୁ ଗିଫ୍ଟ କରିଥିଲେ ଅଭିଯୁକ୍ତ ଡାକ୍ତର। ଭୁବନେଶ୍ୱରରର ନୟାପଲ୍ଲୀରେ ଏକ ତିନିଟି ବେଡ୍ରୁମ ଥିବା ଫ୍ଲାଟ କିଣିଥିଲେ ରାଜେନ୍ଦ୍ର। ଜଣେ ବିଲଡରଙ୍କଠାରୁ ନଗଦ ଟଙ୍କା ଦେଇ କିଣା ଯାଇଥିଲା ଫ୍ଲାଟ। ନୂଆ ଫ୍ଲାଟରେ ସିବିଆଇ ପକ୍ଷରୁ ମଧ୍ୟ ଚଢ଼ାଉ କରାଯାଇଛି।
ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଦାୟ ସହ ବିଲଡରକୁ ଖୁବଶୀଘ୍ର ସିବିଆଇ ପଚରାଉଚରା କରିପାରେ। କେବଳ ସେତିକି ନୁହେଁ ଭୁବନେଶ୍ୱରରେ ରହୁଥିବା ଡାକ୍ତରଙ୍କ ସମ୍ପର୍କୀୟ ମାନଙ୍କ ଘରେ ମଧ୍ୟ ସିବିଆଇର ସ୍ୱତନ୍ତ୍ର ଟିମ ରେଡ କରିଥିଲା। ଖୁବଶୀଘ୍ର ଏହି ଘଟଣାରେ ଡାକ୍ତରଙ୍କ ସମ୍ପର୍କୀୟଙ୍କୁ ସିବିଆଇ ଅଫିସକୁ ମଧ୍ୟ ଡାକରା ଆସିପାରେ ବୋଲି ସିବିଆଇ ସୂତ୍ରରୁ ଖବର ମିଳିଛି। ଏହାସହିତ ଛଅ ଦିନିଆ ରିମାଣ୍ଡ ଅବଧି ଭିତରେ ଏକାଧିକ ବ୍ୟକ୍ତି ବିଶେଷଙ୍କୁ ଟଙ୍କା ଦେଇଥିବାର କଥା ମାନିଥିବାବେଳେ ନିଜ ସମ୍ପର୍କୀୟଙ୍କ ସମେତ ବନ୍ଧୁବାନ୍ଧବମାନଙ୍କ ତାଲିକା ଡାକ୍ତର ସିବିଆଇକୁ ଦେଇଛନ୍ତି। ସୂଚନାଯୋଗ୍ୟ, ୫୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତ ଗୁରୁବାର ସିବିଆଇ ଡାକ୍ତର ପାଣିଗ୍ରାହୀଙ୍କୁ ଗିରଫ କରିଥିଲା। ଦୁଇଟି ପର୍ଯ୍ୟାୟରେ ୬ ଦିନ ପାଇଁ ରିମାଣ୍ଡରେ ନେଇଥିଲା ତଦନ୍ତକାରୀ ଟିମ୍।

Share Now:

Kalinga News Beuro

Next Post

ନନ୍ଦନକାନନ ଆକ୍ବାରିୟମ୍‌ରେ ବିରଳ ମାଛ ଆଲିଗେଟର୍ ଗାର୍‌କୁ ଜାଗା ଅଭାବ

Mon Oct 16 , 2023
ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆକ୍ବାରିୟମ୍‌ରେ ରହୁଥିବା ଏକମାତ୍ର ବିରଳ ମାଛ ଆଲିଗେଟର ଗାର୍‌କୁ ଏବେ ତା’ କାଚଘରେ ଜାଗା ହେଉନାହିଁ। ଛୋଟ କାଚଘରେ ତାକୁ ଚଳପ୍ରଚଳ ହେବା ପାଇଁ ଉପଯୁକ୍ତ ପରିମାଣର ଜାଗା ମିଳୁନାହିଁ। ୬ ବର୍ଷ ପୂର୍ବେ ତାକୁ ଯେଉଁ କାଚଘରେ ରଖାଯାଇଥିଲା, ଏବେ ବି ସେଇଠି ରହିଛି। ୬ ବର୍ଷ ଭିତରେ ମାଛଟି ବେଶ୍‌ ବଢ଼ିଯାଇଥିବାରୁ ସେଦିନର କାଚଘର ଏବେ ତା’ପାଇଁ ଛୋଟ ହେଉଛି। ୨୦୧୬ […]
ନନ୍ଦନକାନନରେ ବିରଳ ପ୍ରଜାତିର ମାଛ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial