ନନ୍ଦନକାନନ ଆକ୍ବାରିୟମ୍‌ରେ ବିରଳ ମାଛ ଆଲିଗେଟର୍ ଗାର୍‌କୁ ଜାଗା ଅଭାବ

ନନ୍ଦନକାନନରେ ବିରଳ ପ୍ରଜାତିର ମାଛ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆକ୍ବାରିୟମ୍‌ରେ ରହୁଥିବା ଏକମାତ୍ର ବିରଳ ମାଛ ଆଲିଗେଟର ଗାର୍‌କୁ ଏବେ ତା’ କାଚଘରେ ଜାଗା ହେଉନାହିଁ। ଛୋଟ କାଚଘରେ ତାକୁ ଚଳପ୍ରଚଳ ହେବା ପାଇଁ ଉପଯୁକ୍ତ ପରିମାଣର ଜାଗା ମିଳୁନାହିଁ। ୬ ବର୍ଷ ପୂର୍ବେ ତାକୁ ଯେଉଁ କାଚଘରେ ରଖାଯାଇଥିଲା, ଏବେ ବି ସେଇଠି ରହିଛି। ୬ ବର୍ଷ ଭିତରେ ମାଛଟି ବେଶ୍‌ ବଢ଼ିଯାଇଥିବାରୁ ସେଦିନର କାଚଘର ଏବେ ତା’ପାଇଁ ଛୋଟ ହେଉଛି। ୨୦୧୬ ମସିହାରେ ବିନ୍ଦୁସାଗରରୁ ଏହି ବିରଳ ପ୍ରଜାତିର ମାଛ ଉଦ୍ଧାର କରାଯାଇଥିଲା। ସେତେ‌ବେଳେ ଏହାର ଲମ୍ବ ଏକ ଫୁଟ୍‌ ଓ ଓଜନ ପ୍ରାୟ ୧ କିଲୋଗ୍ରାମ ଥିଲା। ଏବେ ଏହାର ଲମ୍ବ ପ୍ରାୟ ୩ ଫୁଟ୍ ଓ ଓଜନ ପ୍ରାୟ ୬ କେଜି ହେଲାଣି। ତାକୁ ରଖାଯାଇଥିବା କାଜଘରର ଲମ୍ବ ୬ ଫୁଟ୍‌, ଉଚ୍ଚତା ୪ ଫୁଟ୍। ମାତ୍ର ୩ ଫୁଟ୍ ଗଭୀର ଜଳରେ କାଚଘରେ ତା’ ପାଇଁ ଜାଗା ଅଭାବ ହେଉଛି। ତେଣୁ ତାକୁ ତୁରନ୍ତ ବଡ଼ କାଚଘରକୁ ସ୍ଥାନାନ୍ତର କରାଯିବା ଆବଶ୍ୟକ ହେଉଛି।
ଆଲିଗେଟର ଗାର୍ ଶିକାରୀ ପ୍ରଜାତିର ମାଛ। ଏହି ପ୍ରଜାତିର ମାଛ ଉତ୍ତର ଆମେରିକାର ଅଭ୍ୟନ୍ତରୀଣ ଅଞ୍ଚଳରେ ଜଳାଶୟରେ ଦେଖିବାକୁ ମିଳନ୍ତି। ଏମାନଙ୍କ ଶରୀର ଲମ୍ବା ଓ ସ୍ତମ୍ଭାକାର। ମୁହଁ ଲମ୍ବା, ଚେପେଟା ଓ ଛୋଟ ଥୋମଣିଟି ଠିକ କୁମ୍ଭୀର ପାଟି ଭଳି। ପାଟି ଭିତରେ ଉପର ମାଢ଼ିରେ ଦୁଇଧାର ଦାନ୍ତ ଥାଏ। ଛୋଟ ମାଛ, ପକ୍ଷୀ ଓ ଛୋଟ ଜନ୍ତୁ ଏମାନଙ୍କର ଆହାର। ଏକ ପୂର୍ଣ୍ଣ ବିକଶିତ ଆଲିଗେଟର୍ ମାଛ ୧୦ ଫୁଟ୍ ଲମ୍ବ ଓ ୪୫ କିଲୋଗ୍ରାମ ଓଜନ ପର୍ଯ୍ୟନ୍ତ ହୋଇପାରନ୍ତି।

Share Now:

Kalinga News Beuro

Next Post

ସୁନ୍ଦରଗଡ଼ରେ ପୁଣି ୧୪ ସ୍କ୍ରବ୍ ଟାଇଫସ ପଜିଟିଭ ଚିହ୍ନଟ : ଏବେ ଜିଲ୍ଲାରେ ୪୩୦ ଆକ୍ରାନ୍ତ

Tue Oct 17 , 2023
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ। ଗୋଟିଏ ଦିନରେ ଜିଲ୍ଲାରେ ପୁଣି ୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ୯୯ ନମୂନ ରୁ ୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୦ରେ ପହଞ୍ଚିଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଧରଣୀରଞ୍ଜନ ଶତପଥୀ ସୂଚନା ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀରଞ୍ଜନ ଶତପଥୀ କହିଛନ୍ତି, ଯଥେଷ୍ଟ ଔଷଧ ମହଜୁଦ ରହିଛି। ଠିକ୍ ସେହି […]
ପୁଣି ୧୪ ସ୍କ୍ରବ୍ ଟାଇଫସ ପଜିଟିଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial