ସୁନ୍ଦରଗଡ଼ରେ ପୁଣି ୧୪ ସ୍କ୍ରବ୍ ଟାଇଫସ ପଜିଟିଭ ଚିହ୍ନଟ : ଏବେ ଜିଲ୍ଲାରେ ୪୩୦ ଆକ୍ରାନ୍ତ

ପୁଣି ୧୪ ସ୍କ୍ରବ୍ ଟାଇଫସ ପଜିଟିଭ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ। ଗୋଟିଏ ଦିନରେ ଜିଲ୍ଲାରେ ପୁଣି ୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ୯୯ ନମୂନ ରୁ ୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୦ରେ ପହଞ୍ଚିଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଧରଣୀରଞ୍ଜନ ଶତପଥୀ ସୂଚନା ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀରଞ୍ଜନ ଶତପଥୀ କହିଛନ୍ତି, ଯଥେଷ୍ଟ ଔଷଧ ମହଜୁଦ ରହିଛି। ଠିକ୍ ସେହି ଚିକିତ୍ସା ଲାଗି ସ୍ଵତନ୍ତ୍ର ଡାକ୍ତରୀ ଦଳ ବି ପ୍ରସ୍ତୁତ ରହିଛନ୍ତି। ଏହି ରୋଗ ଲାଗି ଗାଁ ଗାଁରେ ଲୋକଙ୍କୁ ସଚେତନ କରାଯାଉଛି। ସେପଟେ ସ୍ବାସ୍ଥ୍ୟ ବିଭାଗର ସଚେତନତା ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ ରହିଛି।
ଗତ ଜାନୁ୍ଆରି ମାସରୁ ଆଜିର ତାରିଖ ଯାଏ ୪୩୦ ଜଣ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ବଡ଼ଗାଁ ଅଞ୍ଚଳର ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଅନ୍ୟ ସମସ୍ତ ଆକ୍ରାନ୍ତ ସୁସ୍ଥ ଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।
ଜିଲ୍ଲାର ସଦର ବ୍ଲକ୍ ମଝାପଡ଼ା ଓ ବାଲିଶଙ୍କରା ବ୍ଲକରୁ ଅଧିକ ରୋଗୀ ଚିହ୍ନଟ ହୋଇଥିଲେ। ଏହି ରୋଗ କୀଟ ଦଂଶନରୁ ହେଉଥିବାରୁ ଜଙ୍ଗଲ ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼ାଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ଔଷଧ, ପରୀକ୍ଷା ବ୍ୟବସ୍ଥା ରହିଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀରଞ୍ଜନ ଶତପଥୀ।

Share Now:

Kalinga News Beuro

Next Post

ଲେବାନନ୍‌ରେ ହେଜବୋଲ୍ଲା ଆତଙ୍କବାଦୀଙ୍କ ଉପରେ ଏୟାର୍‌ଷ୍ଟ୍ରାଇକ୍‌ କଲା ଇସ୍ରାଏଲ

Tue Oct 17 , 2023
ନୂଆଦିଲ୍ଳୀ: ଇସ୍ରାଏଲ-ହମାସ୍‌ ଯୁଦ୍ଧ ଆଜି ୧୦ମ ଦିନରେ ପହଞ୍ଚିଛି। ଗାଜାରେ ହମାସ୍‌ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଇସ୍ରାଏଲ ସେନା ଯେକୌଣସି ସମୟରେ ବିଶାଳ ସ୍ଥଳ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ରହିଛି। ଇସ୍ରାଏଲ ସେନାର ଏକ ବିବୃତି ଅନୁଯାୟୀ, ଲେବାନନ୍‌ରେ ଥିବା ହେଜବୋଲ୍ଲା ଅତଙ୍କବାଦୀଙ୍କୁ ଟାର୍ଗେଟ କରି ସେମାନଙ୍କ ବିଭିନ୍ନ ଆଡ୍ଡା ଉପରେ ଇସ୍ରାଏଲ ରାତିଅଧିଆ ଏୟାର୍‌ଷ୍ଟ୍ରାଇକ୍‌ କରିିଛି। ଲେବାନନ୍‌ର ହେଜବୋଲ୍ଲା ଅଞ୍ଚଳରେ ଥିବା ଆତଙ୍କବାଦୀ ସଂଗଠନର ଠିକଣାକୁ […]
ଲେବାନନ୍‌ରେ ଏୟାର୍‌ଷ୍ଟ୍ରାଇକ୍‌ କଲା ଇସ୍ରାଏଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial