ନୂଆ ରୂପରେ ଆମ୍ବାସଡର : କେନ୍ଦୁଝରିଆଙ୍କ ବୁଦ୍ଧିକୁ ସଲାମ

ନୂଆ ରୂପରେ ଆମ୍ବାସଡର

କେନ୍ଦୁଝର: ଦିନେ ସମଗ୍ର ଭାରତୀୟ ସଡ଼କରେ ରାଜ୍ କରୁଥିଲା ଆମ୍ବାସଡର କାର। ନେତା ହୁଅନ୍ତୁ କି ସରକାରୀ ବାବୁ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଥିଲା ଏହି କାର। କେବଳ ସରକାରୀ ଦପ୍ତର ନୁହେଁ ଟ୍ୟାକ୍ସି ସହ ବ୍ୟକ୍ତିଗତ ବ୍ୟବହାରରେ ବି ଏହି କାରର ନାମ ଥିଲା। କିନ୍ତୁ ଦିନକୁ ଦିନ ବଜାରକୁ ନୂଆ ଡିଜାଇନର କାର ଆସିବା ସହ ଅଧିକ ମାଇଲେଜ ମିଳୁଥିବା କାରକୁ ଲୋକ ପସନ୍ଦ କରିଥିଲେ। ଏହାପରେ ବଜାରରୁ ଧୀରେ ଧୀରେ କମିବାରେ ଲାଗିଥିଲା ଆମ୍ବାସଡରର ଚାହିଦା। ତେବେ ଆଜି ଆମେ ଆପଣଙ୍କୁ ଆମ୍ବାସଡର କାରର ପରିବର୍ତ୍ତିତ ରୂପ ବାବଦରେ କହିବୁ। ବାସ୍ତବରେ କେନ୍ଦୁଝର ସହରର ଜଣେ ବ୍ୟକ୍ତି ନିଜ ଆମ୍ବାସଡର କାରକୁ ଭିନ୍ନ ରୂପ ଦେଇଛନ୍ତି। ସେ ଏହି କାରକୁ ମାଲବୁହା ଗାଡ଼ିରେ ପରିଣତ କରିଦେଇଛନ୍ତି।
ଲୋକଙ୍କର ଏହି କାର ଉପରୁ ଚାହିଦା କମିବାରେ ଲାଗିଥିବାବେଳେ ଭଡା ମଧ୍ୟ ମିଳିନଥିଲା। ଏହାପରେ ବ୍ୟକ୍ତିଜଣକ ଏହି କାରର ପଛପାର୍ଶ୍ୱକୁ କାଟି ଦେଇ ଡାଲା ଲଗାଇଦେଇଥିଲେ କାରର ସାମ୍ନା ପଟେ ଡ୍ରାଇଭରଙ୍କ ସହ ଜଣେ ବ୍ୟକ୍ତି ବସିବାକୁ ବ୍ୟବସ୍ଥା ଥିବାବେଳେ ପଛପଟେ ମାଲ ବୁହାଯାଇପାରିବ। ଆଉ ଏବେ ମାଲ ବୋହିବାରେ ଲାଗିପଡିଛି ଏହି କାର। ଉଲ୍ଲେଖ ଥାଉ କି ଦେଶର ସବୁଠାରୁ ପୁରୁଣା କାର କମ୍ପାନିଭାବେ ଜଣାଶୁଣା ହିନ୍ଦୁସ୍ତାନ ମୋଟର୍ସ ୨୦୧୪ରେ ଆମ୍ବାସାଡର କାରର ଉତ୍ପାଦନ ବନ୍ଦ କରିଦେଇଥିଲା। ଆମ୍ବାସାଡର କାରର ଚାହିଦା କମିବା ସହ କମ୍ପାନିର ଋଣଭାର ବଢିଯାଇଥିଲା। ଏହା ଫଳରେ ବାଧ୍ୟ ହୋଇ କମ୍ପାନି ଉତ୍ପାଦନ ବନ୍ଦ କରିଥିଲା। ପରେ ହିନ୍ଦୁସ୍ତାନ ମୋଟର୍ସ ଆମ୍ବାସାଡର କାର ବ୍ରାଣ୍ଡକୁ ଫ୍ରାନ୍ସର କାର କମ୍ପାନି ପିଉଜିଆଟକୁ ୮୦ କୋଟି ଟଙ୍କାରେ ବିକ୍ରି କରିଦେଇଥିଲା।

Share Now:

Kalinga News Beuro

Next Post

କଟକ ନେତାଜୀ ବସ୍‌ ଟର୍ମିନାଲ ଲୋକାର୍ପିତ

Sat Sep 16 , 2023
ବିରୋଧୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କଟକ: ବହୁପ୍ରତୀକ୍ଷିିତ କଟକର ଖାନ୍‌ନଗରସ୍ଥିତ ନେତାଜୀ ବସ ଟର୍ମିନାଲ ଶନିବାର ଅପରାହ୍‌ଣ ୪ଟା ୫୦ରେ ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ଉଦଘାଟନ କରିଛନ୍ତି। ଉଦ୍‌ଘାଟନ କରିବା ପରେ ସେ ବସ୍‌ ଟର୍ମିନାଲ ବୁଲି ଦେଖିଛନ୍ତି। ନେତାଜୀ ବସ ଟର୍ମିନାଲରୁ ପ୍ରଥମେ ପୁରୀ, ନବରଙ୍ଗପୁର ଓ ରାୟଗଡାକୁ ଯାତ୍ରୀବାହୀ ବସ୍‌ ଗଡ଼ିଛି। କଟକ ସନସାଇନ ପଡ଼ିଆ ଠାରେ […]
କଟକ ନେତାଜୀ ବସ୍‌ ଟର୍ମିନାଲ ଲୋକାର୍ପିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial