ବାଲେଶ୍ବରରେ ହେବ ବ୍ୟାଙ୍କ ନୋଟ୍ ପେପର ମିଲ୍

ବ୍ୟାଙ୍କ ନୋଟ୍ ପେପର ମିଲ୍

ଭୁବନେଶ୍ବର : ଓଡ଼ିଶାର ବାଲେଶ୍ବରରେ ସ୍ଥାପନ ହେବ ବ୍ୟାଙ୍କ ନୋଟ ପେପର ମିଲ୍। ଏ ନେଇ ବ୍ୟାଙ୍କ ନୋଟ ପେପର ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି। ଆଜି ବ୍ୟାଙ୍କ ନୋଟ ପେପର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କମ୍ପାନିର ଓଡ଼ିଶା ପ୍ରକଳ୍ପ ସଂପର୍କରେ ତାଙ୍କୁ ଅବଗତ କରାଇଛନ୍ତି। ବାଲେଶ୍ବର ପ୍ରକଳ୍ପରେ କମ୍ପାନି ପ୍ରାୟ ୨୫୦୦ କୋଟି ଟଙ୍କା ନିବେଶ କରିବ। ଏହି ପ୍ରକଳ୍ପକୁ ଓଡ଼ିଶା ସରକାର ସବୁପ୍ରକାରର ସହାୟତା ଯୋଗାଇ ଦେବେ ବୋଲି ମଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ବାସନା ପ୍ରଦାନ କରିଛନ୍ତି। ଏହି ଅବସରରେ ୫ଟି ସଚିବ ଭି.କେ.ପାଣ୍ଡିଆନ ଉପସ୍ଥିତ ଥିଲେ। ବ୍ୟାଙ୍କ ନୋଟ ପେପର ଇଣ୍ଡିଆ ହେଉଛି ସିକ୍ୟୁରିଟି ପ୍ରିଣ୍ଟିଂ ଏଣ୍ଡ ମିଣ୍ଟିଂ କର୍ପୋରେସନ ଅଫ ଇଣ୍ଡିଆ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ ଲିମିଟେଡର ଏକ ଯୌଥ ଉଦ୍ୟୋଗ। ଏହି କମ୍ପାନିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତକୁ ବ୍ୟାଙ୍କ ନୋଟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା। ଏବେ କର୍ଣ୍ଣାଟକର ମହୀଶୂରରେ ଏହାର କାରଖାନା ରହିଛି। ଏହି କାରଖାନାର ଉତ୍ପାଦନ କ୍ଷମତା ବାର୍ଷିକ ୧୨ ହଜାର ଟନ। ସୂଚନାଯୋଗ୍ୟ ଯେ ଭାରତକୁ ବ୍ୟାଙ୍କ ନୋଟ ଉତ୍ପାଦନ ଓ ପ୍ରିଣ୍ଟିଂ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଉପରେ ରିଜର୍ଭ ବ୍ୟାଙ୍କ ଓ ଭାରତ ସରକାର ଉଦ୍ୟମ କରୁଛନ୍ତି । ନୋଟ ପ୍ରିଣ୍ଟିରେ ଲାଗୁଥିବା ସବୁ ସାମଗ୍ରୀ ଓ କଞ୍ଚାମାଲ ଭାରତରେ ଉତ୍ପାଦନ ପାଇଁ ଉଦ୍ୟମ କରାଯାଉଛି।

Share Now:

Kalinga News Beuro

Next Post

ସ୍କୁଲରେ ମାସ୍କ ବାଧ୍ୟତାମୂଳକ : ଥଣ୍ଡା,ଜ୍ୱର, କାଶ ହେଉଥିଲେ ସ୍କୁଲ ମନା

Wed Jul 13 , 2022
୩ ଦିନରେ ଟିକାକରଣ ତଥ୍ୟ ଦେବେ ସ୍କୁଲ ଭୁବନେଶ୍ବର : ସ୍କୁଲକୁ ଫେରିବ କରୋନା କଟକଣା। ରାଜଧାନୀର ସମସ୍ତ ସ୍କୁଲ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ଖାଦ୍ୟ ସାମଗ୍ରୀ ନେବା ସମୟରେ ଛାତ୍ରଛାତ୍ରୀ ଯେତେଦୂର ସମ୍ଭବ ଦୂରତା ରଖିବେ। ଥଣ୍ଡା, ଜ୍ବର, କାଶ ହେଉଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ପ୍ରବେଶ ଲାଗି ଅନୁମତି ମିଳିବ ନାହିଁ। ପିଲାମାନେ ଯେପରି କ୍ୟାମ୍ପସରେ କଟକଣାକୁ ଠିକ୍‌ ଭାବେ ପାଳନ କରନ୍ତି ପ୍ରଧାନଶିକ୍ଷକ, […]
ସ୍କୁଲରେ ମାସ୍କ ବାଧ୍ୟତାମୂଳକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial