ଫିଟ୍‌ନେସ୍‌ ନ ଥିଲେ ପୋଲିସ ବାବୁଙ୍କୁ ବାଧ୍ୟତାମୂଳକ ଅବସର !

ଫିଟ୍‌ନେସ୍‌ ନ ଥିଲେ ଅବସର !

ଭୁବନେଶ୍ୱର: ଟ୍ୱିନ‌ସିଟି ପୋଲିସ୍‌ କର୍ମୀଙ୍କ ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ନିଜକୁ ଫିଟନେସ୍‌ ନ ରଖିଲେ ବେତନ ବୃଦ୍ଧି ନ ହୋଇପାରେ। ଏଥିସହ ସ୍ୱାସ୍ଥ୍ୟଗତ କାରଣରୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇପାରେ। ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ୍‌ କମିଶନର। ଆସନ୍ତା ସପ୍ତାହ ମଧ୍ୟରେ ପୋଲିସ୍‌ କର୍ମୀଙ୍କ ଉଚ୍ଚତା ଏବଂ ଓଜନ ମାପ କରାଯିବ। ପୋଲିସ୍‌ କର୍ମୀଙ୍କ ବୟସ ଓ ଉଚ୍ଚତା ଅନୁସାରେ ଆନୁପାତିକ ଓଜନ ସେମାନଙ୍କର କେତେ ରହିଛି ତାହା ମଧ୍ୟ ମପାଯିବ। ପରବର୍ତ୍ତୀ ସମୟରେ ସେମାନଙ୍କର ଓଜନ କେତେ ରହିଛି ଏବଂ କେତେ ରହିବା କଥା ସେନେଇ ମଧ୍ୟ ଜଣାଇ ଦିଆଯିବ। ସାଧାରଣରେ ୧୯ରୁ ୨୫ ପର୍ଯ୍ୟନ୍ତ ବଡି ମାସ୍‌ ଇଣ୍ଡେକ୍ସ (ବିଏମଆଇ)କୁ ସ୍ୱାଭାବିକ ଧରାଯାଏ। ହେଲେ ୩୦ ବିଏମଆଇ ହେଲେ ମେଦବହୁଳତା ଧରାଯାଏ। ତେଣୁ କରୋନା ଭଳି ମହାମାରୀ ସମୟରେ ପୁଲିସ୍‌ କର୍ମୀ ଓ ଅଧିକାରୀ ସୁସ୍ଥ, ସବଳ ଓ କର୍ମଠ ହେବା ନେଇ ବୃତ୍ତିଗତ ଆବଶ୍ୟକତା ରହିଛି। ତେଣୁ ପୁଲିସ୍‌ କର୍ମୀ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ଆବଶ୍ୟକତା ରହିଛି। ଯେଉଁମାନେ ଏହି ନିର୍ଦ୍ଦେଶକୁ ଗୁରୁତ୍ୱ ଦେବେ ନାହିଁ, ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ କମିଶନରେଟ ପୋଲିସ୍‌ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Share Now:

Kalinga News Beuro

Next Post

ଧରାପଡିଲା ଦୂତୀଙ୍କ ମିଛ ନାଟକ

Fri Jul 17 , 2020
୨୦୧୫ରୁ ଏପର୍ଯ୍ୟନ୍ତ ଦୂତୀଙ୍କୁ ମିଳିଛି ୪ କୋଟି ୯ ଲକ୍ଷ ଟଙ୍କା: କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଭୁବନେଶ୍ୱର: ଅଲିମ୍ପିକ ପାଇଁ ଅର୍ଥ ଅଭାବ କହି ବିଏମ୍‌ଡବ୍ଲୁ କାର୍‌ ବିକ୍ରି କରିବାକୁ ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ କରିଥିଲେ ଧାବିକା ଦୂତୀ ଚାନ୍ଦ। କରୋନା ସମୟରେ କେହି ସ୍ପନ୍ସର ନ ମିଳିବା ସହିତ ସରକାର ମଧ୍ୟ ତାଙ୍କ ଉପରେ ଅର୍ଥ ଖର୍ଚ୍ଚ କରିବାକୁ ଅନିଚ୍ଛା ପ୍ରକାଶ କରୁଥିବା ସେ କହିଥିଲେ। […]
୨୦୧୫ରୁ ଏପର୍ଯ୍ୟନ୍ତ ଦୂତୀଙ୍କୁ ମିଳିଛି ୪ କୋଟି ୯ ଲକ୍ଷ ଟଙ୍କା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial