ଭଞ୍ଜନଗର: ବୋଲେରୋ ଧକ୍‌କାରେ ବୃଦ୍ଧ ମୃତ, ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ

ଭଞ୍ଜନଗର: ଆଜି ସକାଳେ ଭଞ୍ଜନଗର- କନ୍ଧମାଳ ରାସ୍ତାର ୫୯ ନମ୍ବର ଜାତୀୟ ରାଜପଥର ମୁଜାଗଡ଼ ନିକଟରେ ଏକ ବୋଲେରୋ ଧକ୍କାରେ ଜଣେ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କରି ମୃତ ବ୍ୟକ୍ତିଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଖବର ପଶି ଭଞ୍ଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ଗ୍ରାମର କାଶିନାଥ ନାୟକ (୭୦ ବର୍ଷ) ଚାଲିି ଚାଲି ୫୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଦୃତଗତିରେ ଆସି ତାଙ୍କୁ ଏକ ବୋଲେରୋ ଗାଡ଼ି ଧକ୍କାଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କାଶିନାଥଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ଶହଶହ ସଂଖ୍ୟାରେ ଗ୍ରାମବାସୀ ମୁଜାଗଡ଼ ଛକରେ ପହଞ୍ଚିି ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଖବରପାଇ ଭଞ୍ଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଜନତାଙ୍କୁ ବୁଝାଶୁଝା କରି ଜାତୀୟ ରାଜପଥ ଅବରୋଧ ହଟାଇବାକୁ ଉଦ୍ୟମ ଚଳାଇଛି।

Share Now:

Kalinga News Beuro

Leave a Reply

Next Post

ଓଡ଼ିଶାରେ କ୍ଷମତା ଦଖଲ ପାଇଁ ପ୍ରସ୍ତୁତି ଆରମ୍ଭ:ବ୍ରହ୍ମପୁରରେ କେନ୍ଦ୍ରମନ୍ତ୍ରୀ ଜାଭଡ଼େକର୍‌ଙ୍କ ସମୀକ୍ଷା

Tue Aug 14 , 2018
ବ୍ରହ୍ମପୁର: ଓଡ଼ିଶାରେ କ୍ଷମତା ଦଖଲ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ୱତନ୍ତ୍ର ରଣନୀତି ନିର୍ଦ୍ଧାରଣ ସହ ସେ ଦିଗରେ ବି ଦଳ କାର୍ଯ୍ୟକରୁଛି। ଆଜି ଏଠାରେ ଆୟୋଜିତ ଦଳୀୟ ସମୀକ୍ଷା ବୈଠକରେ ଯୋଗଦେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର୍‌ ଏହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡ଼େକର୍‌୍‌ ସ୍ଥାନୀୟ ଏକ ହୋଟେଲ୍‌ ସମ୍ମିଳନୀ କକ୍ଷରେ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ‘ମୋ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial