ଆଜିଠୁ ଖୋଲିବ ଆଉ ୭ ଆହାର କେନ୍ଦ୍ର

ଆଜିଠୁ ଖୋଲିବ ଆଉ ୭ ଆହାର କେନ୍ଦ୍ର

ଭୁବନେଶ୍ୱର : କରୋନା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ରାଜଧାନୀର ବିଭିନ୍ନ ଆହାର କେନ୍ଦ୍ରଗୁଡ଼ିକ ସୋମବାର ଠାରୁ ଖୋଲିବ। ଏବେ ୪ଟି ହସ୍ପିଟାଲ ନିକଟରେ ଥିବା ୫ଟି ଆହାର କେନ୍ଦ୍ର ଚାଲୁଥିବାବେଳେ ରାଜଧାନୀର ପ୍ରମୁଖ ସ୍ଥାନରେ ଥିବା ବାକି ୭ଟି ଆହାର କେନ୍ଦ୍ର ଖୋଲିବ। ସୋମବାର ଠାରୁ ବରମୁଣ୍ଡା ବସଷ୍ଟାଣ୍ଡ, ନୂଆପଲ୍ଲୀ, ୟୁନିଟ-୨, ମାଳିସାହି, କଳ୍ପନା ଛକ, ମଞ୍ଚେଶ୍ବର, ମାଷ୍ଟରକ୍ୟାଣ୍ଟିନରେ ଥିବା ୭ଟି ଯାକ ଆହାର କେନ୍ଦ୍ର ଖୋଲିବ। ଏହା ପୂର୍ବ ଭଳି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲିବ। ଏବେ ଏମ୍‌ସ ହସ୍ପିଟାଲ ନିକଟରେ ୨ଟି, କ୍ୟାପିଟାଲ ହସ୍ପିଟାଲ ନିକଟରେ ଗୋଟିଏ, କଳିଙ୍ଗ ହସ୍ପିଟାଲ ନିକଟରେ ଗୋଟିଏ, ସମ୍‌ ହସ୍ପିଟାଲ ନିକଟରେ ଗୋଟିଏ ଆହାର କେନ୍ଦ୍ର ଚାଲିଛି।

Share Now:

Kalinga News Beuro

Next Post

ଲାଲଗ଼ଡ଼ରେ ଉଡ଼ିଲା ତ୍ରିରଙ୍ଗା, ଗୋରାସେତୁ ଅଞ୍ଚଳକୁ କବ୍‌ଜା କଲା ବିଏସ୍ଏଫ୍

Mon Nov 2 , 2020
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଲାଲଗଡ଼ କୁହାଯାଉଥିବା ଚିତ୍ରକୋଣ୍ଡା ବ୍ଲକ୍ ସ୍ବାଭିମାନ ଅଞ୍ଚଳ ଏବେ ବିଏସ୍ଏଫ୍ ହାତରେ। ଧୀରେ ଧୀରେ ସମ୍ପୂର୍ଣ୍ଣ ଲାଲଗଡ଼କୁ ନିଜ କବ୍‌ଜାକୁ ନେବାକୁ ବିଏସ୍‌ଏଫ୍‌ ନିଜକୁ ପ୍ରସ୍ତୁତ କରିସାରିଲାଣି। ପ୍ରଥମେ ଯନ୍ତାପାଇ, ପରେ ହନ୍ତାଳଗୁଡ଼ା, ତାପରେ ଦାର୍ଲାବେଡ଼ା ଓ ଏବେ ଗୋରାସେତୁକୁ ବିଏସ୍‌ଏଫ୍‌ ନିଜ କବ୍‌ଜାକୁ ନେଇଛି। ଯାହା ନକ୍ସଲଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ଆଗକୁ ପଣସପୁଟ ଓ ଯନ୍ତ୍ରୀ ଭଳି ନକ୍ସଲ […]
ଲାଲଗ଼ଡ଼ରେ ଉଡ଼ିଲା ତ୍ରିରଙ୍ଗା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial