ଭୁବନେଶ୍ୱର: ରାଜଧାନୀରେ ବଡ଼ ଧରଣର ଆୟକର ଚଢ଼ାଉ। ୨ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା କୁହାଯାଉଛି। ବୁଦ୍ଧେଶ୍ୱରୀ କଲୋନୀର ପ୍ଲଟ୍ ନମ୍ବର ୭୬୫ରେ ଥିବା ଜୈନ ମିଡ଼ିଆରେ ଏହି ଚଢ଼ାଉ ଜାରି ରହିଛି। ଏହି ଫ୍ଲେକ୍ସ ପ୍ରିଣ୍ଟ୍ ପ୍ରେସ୍ରେ ରାଜନୈତିକ ଦଳର ପ୍ରଚାର ପାଇଁ ଫ୍ଲେକ୍ସ ପ୍ରିଣ୍ଟ୍ କରାଯାଉଥିଲା।
ବୁଦ୍ଧେଶ୍ୱରୀ କଲୋନୀର ରଞ୍ଜିତ ଜୈନ ଘରେ ଚଢାଉ ବେଳେ ଏତେ ପରିମାଣର ନଗଦ ଟଙ୍କା ଜବତ ହୋଇଛି। ଘର ତଳ ମହଲାରେ ଥିବା ପ୍ରିଣ୍ଟିଂ ପ୍ରେସରୁ ଟଙ୍କା ଜବତ କରାଯାଇଛି। ଗତକାଲିଠାରୁ ଆୟକର ବିଭାଗ ରେଡ୍ କରୁଛି। ପ୍ରଥମେ ଜିଏସଟି ଅଧିକାରୀ ରେଡ୍ କରିଥିଲେ। ବିପୁଳ ଟଙ୍କା ରଖିଥିବା ଦେଖି ଆୟକର ବିଭାଗକୁ ସୂଚନା ପ୍ରଦାନ କରାଯାଇଥିଲା। ଏତେ ପରିମାଣର ଟଙ୍କା କାହାର, ସେନେଇ ରଞ୍ଜିତ ଜୈନଙ୍କୁ ପଚରାଉଚରା କରୁଛନ୍ତି ଆୟକର ଅଧିକାରୀ। ନିର୍ବାଚନ ସମୟରେ ଏତେ ପରିମାଣର ଟଙ୍କା ଜବତ ହୋଇଥିବାରୁ କୌଣସି ରାଜନୈତିକ କାମ ପାଇଁ ଅଣାଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି।
Share Now: