କାହିଁକି ଝରାଫୁଲଙ୍କ ମୃତଦେହକୁ ରାସ୍ତାକଡ଼ରେ ଫିଙ୍ଗିଦେଲା ଅଭିଯୁକ୍ତ ରାକେଶ

ଝରାଫୁଲଙ୍କ ମୃତଦେହକୁ କାହିଁକି ଫିଙ୍ଗିଦେଲା ଅଭିଯୁକ୍ତ

ଭୁବନେଶ୍ବର: ଝରାଫୁଲଙ୍କ ମୃତଦେହକୁ କାହିଁକି ରାସ୍ତାକଡ଼ରେ ଫିଙ୍ଗିଦେଇ ଚାଲିଯାଇଥିଲା ଅଭିଯୁକ୍ତ ରାକେଶ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାକେଶ ଓ ତାର ବନ୍ଧୁ ଝରାଫୁଲଙ୍କୁ ସ୍କୁଟରରେ ନେଇ ଯାଉଥିବା ବେଳେ ଝରାଫୁଲଙ୍କ ଗୋଡ଼ ରାସ୍ତାରେ ଘୁଷୁଡ଼ୁଥିଲା। ଏହା ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କ ନଜରରେ ପଡ଼ିବା ପରେ ସନ୍ଦେହ ହୋଇଥିଲା। ତେବେ ରାକେଶ ପୁଲିସକୁ କହିଛି, ରାସ୍ତାରେ ଯାଉଥିବା ଏକ ଇଣ୍ଡିଗୋ କାର କିଛି ବାଟ ସେମାନଙ୍କୁ ପିଛା କରିଥିଲା। ରାସ୍ତାରେ ଗୋଡ଼ ଘୁଷୁଡ଼ୁଥିବା ଦେଖି ସନ୍ଦେହ ହେବାରୁ ସେମାନେ ରାକେଶଙ୍କୁ ପଚରା ଉଚରା କରିଥିଲେ। ହେଲେ ଝରାଫୁଲଙ୍କ ଦେହ ଅସୁସ୍ଥ ଥିବା କହି ସେମାନେ ଏଡ଼ାଇ ଦେଇଥିଲେ। କିଛି ବାଟ ଯିବା ପରେ ସେହି ଗାଡ଼ିଟି ପୁଣି ସେମାନଙ୍କୁ ଫଲୋ କରିଥିଲା ଓ ବାରମ୍ବାର ଝରାଫୁଲଙ୍କ ଗୋଡ଼ ରାସ୍ତାରେ ଘୁଷୁଡ଼ୁଥିବା କଥା କହିଥିଲା। ଏପରିକି ତାଙ୍କ ଗୋଟିଏ ଗୋଡ଼ରୁ ଜୋତା ଖସି ଯାଇଥିବାରୁ ସନ୍ଦେହ ଆହୁରି ବଢି ଯାଇଥିଲା। ତେବେ ଲୋକଙ୍କ ପଚରା ଉଚରା ପରେ ଭୀଷଣ ଭୟଭୀତ ହୋଇପଡ଼ିଥିଲା ଅଭିଯୁକ୍ତ ରାକେଶ ଓ ତାର ସାଥୀ।

ତେଣୁ ମୟୁରଭଞ୍ଜ ଯିବା ବାଟରେ ସେମାନେ ରାସ୍ତା କଡ଼ରେ ମୃତ ଦେହକୁ ଫିଙ୍ଗି ଚାଲି ଆସିଥିଲେ। ଏବେ ଝରାଫୁଲଙ୍କୁ ନେଇ ଦ୍ୱିତୀୟ କାହାଣୀ ମଧ୍ୟ ସାମ୍ନାକୁ ଆସିଛି। ଗତ ୨୬ ତାରିଖରେ ଝରାଫୁଲ ଘରକୁ ଫେରିଥିବା ପରିବାର ଲୋକ ଜାଣିଥିଲେ। ଅପରାହ୍ନ ୪ଟା ସୁଦ୍ଧା ସେ ଘରେ ପହଞ୍ଚିବା କଥା। ହେଲେ ସଂଧ୍ୟା ୬ଟା ସୁଦ୍ଧା ସେ ଘରେ ନପହଞ୍ଚିବାରୁ ଝରାଫୁଲଙ୍କୁ ବାରମ୍ବାର ଫୋନ କରିଥିଲେ ତାଙ୍କ ଭାଇ। ସେ ଫୋନ ନଉଠେଇବାରୁ ହ୍ୱାଟସଆପରେ ମେସେଜ କରିଥିଲେ। ଫୋନ ଉଠାଇବା ପାଇଁ ମଧ୍ୟ ମେସେଜରେ ଲେଖିଥିଲେ। ଝରାଫୁଲ ଏହାର ଉତ୍ତର ରଖି କହିଥିଲେ ‘ଭାଇ ମୁଁ ଠିକ୍ ଅଛି, ନେଟୱାର୍କ ପ୍ରୋବ୍ଲେମ ରହିଛି, ମୁଁ ମୋ ଫ୍ରେଣ୍ଡ୍‌ ସୋନାଲି ଘରେ ଅଛି।’ ସେହି ନମ୍ବରରେ ରାତି ୧୨ଟା ପର୍ଯ୍ୟନ୍ତ ପରିବାର ଲୋକେ ଚାଟିଂ କରି ଝରାଫୁଲଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ସୋନାଲି ଉତ୍ତର ମଧ୍ୟ ଦେଇ ଚାଲିଥିଲେ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ପୁଲିସ ସୁତ୍ରରୁ ମିଳିଥିବା ସୁଚନା ଅନୁସାରେ ସୋନାଲିଙ୍କ ନାମରେ ଚାଟିଂ କରୁଥିଲେ ଅଭିଯୁକ୍ତ ରାକେଶ। ଅର୍ଥାତ୍ ସେ ହିଁ ନିଜକୁ ଝରାଫୁଲଙ୍କ ବାନ୍ଧବୀ ସୋନାଲି କହି ତାଙ୍କ ବାବଦରେ ହ୍ୱାଟସଆପରେ ପରିବାର ଲୋକଙ୍କୁ ବିଭ୍ରାନ୍ତ କରି ଚାଲିଥିଲା।

Share Now:

Kalinga News Beuro

Next Post

ଷ୍ଟେସନ କୁଲିଙ୍କୁ ପ୍ରଣାନ୍ତକ ଆକ୍ରମଣ: ପିଟି ପିଟି ରାସ୍ତା କଡରେ ଫିଙ୍ଗିଦେଲେ

Sun Jan 31 , 2021
ଭୁବନେଶ୍ୱର: ସ୍ଥାନୀୟ ରେଲୱେ ଷ୍ଟେସନରେ କାର୍ଯ୍ୟରତ ଜଣେ କୁଲିକୁ ପ୍ରଣାନ୍ତକ ଆକ୍ରମଣ ହୋଇଛି। ଦୁର୍ବୁତ୍ତ ଲୁହା ଛଡ଼ରେ ପିଟିପିଟି ଭୁବନେଶ୍ୱରରୁ ନେଇ ବାଳକାଟି ପାଖ ପୁରୀ କେନାଲ କଡରେ ଫିଙ୍ଗି ଦେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଶ୍ରମିକ ହେଉଛନ୍ତି ନୟାଗଡ଼ ଦଶପଲ୍ଲା ନୂଆଗାଁର ବିଜୁ ନାୟକ। ସେ ଲକ୍ଷ୍ମୀସାଗର ମେଳଣ ପଡ଼ିଆ ପାଖରେ ରହି କୁଲି କାମ କରୁଥିଲେ। ଆକ୍ରମଣରେ […]
ସିଆର୍‌ପି ହତ୍ୟାକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial