ଷ୍ଟେସନ କୁଲିଙ୍କୁ ପ୍ରଣାନ୍ତକ ଆକ୍ରମଣ: ପିଟି ପିଟି ରାସ୍ତା କଡରେ ଫିଙ୍ଗିଦେଲେ

ସିଆର୍‌ପି ହତ୍ୟାକାଣ୍ଡ

ଭୁବନେଶ୍ୱର: ସ୍ଥାନୀୟ ରେଲୱେ ଷ୍ଟେସନରେ କାର୍ଯ୍ୟରତ ଜଣେ କୁଲିକୁ ପ୍ରଣାନ୍ତକ ଆକ୍ରମଣ ହୋଇଛି। ଦୁର୍ବୁତ୍ତ ଲୁହା ଛଡ଼ରେ ପିଟିପିଟି ଭୁବନେଶ୍ୱରରୁ ନେଇ ବାଳକାଟି ପାଖ ପୁରୀ କେନାଲ କଡରେ ଫିଙ୍ଗି ଦେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଶ୍ରମିକ ହେଉଛନ୍ତି ନୟାଗଡ଼ ଦଶପଲ୍ଲା ନୂଆଗାଁର ବିଜୁ ନାୟକ। ସେ ଲକ୍ଷ୍ମୀସାଗର ମେଳଣ ପଡ଼ିଆ ପାଖରେ ରହି କୁଲି କାମ କରୁଥିଲେ। ଆକ୍ରମଣରେ ତା’ର ହାତ ଭାଙ୍ଗିବା ସହ ବେକରେ ଆଘାତ ଲାଗିଛି। ମଦ ପିଇବା ପାଇଁ ଟଙ୍କା ଦେବା ନେବାକୁ ନେଇ ଅନ୍ୟ ଶ୍ରମିକଙ୍କ ସହ ତାର ଗଣ୍ଡଗୋଳ ହେଇଥିଲା। ଆଜି ଅପରାହ୍ନରେ ସେମାନେ ଏକାଠି ଏକ ଅଟୋରେ ମଦ ପିଇବା ପାଇଁ ଯାଇଥିଲେ। ସେଠାରେ ଗଣ୍ଡଗୋଳ ହେବା ସହ ବିଜୁକୁ ସେମାନେ ପିଟିଥିଲେ। ଷ୍ଟେସନରୁ ସିସିଟିଭି ଫୁଟେଜ ସଂଗ୍ରହ କରି ବାଲିଅନ୍ତା ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ବରିଷ୍ଠ କିରାଣିଙ୍କୁ ବହିଷ୍କାର କଲେ ଜିଲ୍ଲାପାଳ : ଜାଲିଆତି କରି ପାଇଥିଲେ ଜାତି ପ୍ରମାଣପତ୍ର

Sun Jan 31 , 2021
ମାଲକାନଗିରି : ଜାଲିଆତି କରି ପାଇଥିବା ଜାତି ପ୍ରମାଣପତ୍ର ଦେଇ ସରକାରୀ ଚାକିରି ହାତେଇଥିଲେ। ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ସହ ପଦୋନ୍ନତି ମଧ୍ୟ ମିଳିଥିଲା। ଦକ୍ଷିଣାଞ୍ଚଳ ରାଜସ୍ବ କମିସନରଙ୍କ ନିର୍ଦ୍ଦେଶ ପରେ ହୋଇଥିବା ଖୋଳତାଡ଼ରୁ ୨୪ବର୍ଷ ତଳେ ହୋଇଥିବା ଜାଲିଆତି ସାମ୍ନାକୁ ଆସିଥିଲା। ଏହାପରେ ଚାକିରିରୁ ବିଦା ହୋଇଛନ୍ତି ମାଲକାନଗିରି କଲ୍ୟାଣ ବିଭାଗରେ କାର୍ଯ୍ୟରତ ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରା। ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ଯାଞ୍ଚ […]
ବରିଷ୍ଠ କିରାଣିଙ୍କୁ ବହିଷ୍କାର କଲେ ଜିଲ୍ଲାପାଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial