କୋଇଲା ଦୁର୍ନୀତି ମାମଲା: ୨୬କୁ ଘୁଞ୍ଚିଲା ଦିଲୀପ ରାୟଙ୍କ ଦଣ୍ଡବିଧାନ

୨୬କୁ ଘୁଞ୍ଚିଲା ଦିଲୀପ ରାୟଙ୍କ ଦଣ୍ଡବିଧାନ

ଭୁବନେଶ୍ୱର: କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଦଣ୍ଡବିଧାନ ଶୁଣାଣି ଆସନ୍ତା ୨୬ ତାରିଖକୁ ଘୁଞ୍ଚିଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ କୋର୍ଟରେ ହାଜର ପାଇଁ ସ୍ୱତନ୍ତ୍ର କୋର୍ଟର ଜଜ୍ ଭାରତ ପରାଶର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ହାଜିରା ବେଳେ କୋଭିଡ୍ ୧୯ ଗାଇଡ୍‌ଲାଇନ୍‌ ପାଳନ ନେଇ ମଧ୍ୟ ଧ୍ୟାନ ରଖିବାକୁ କୋର୍ଟ କହିଛନ୍ତି। ୧୯୯୯ ମସିହାର କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ। ଝାଡ଼ଖଣ୍ଡର ଏକ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୧୯୯୯ ମସିହାରେ ଦିଲୀପ ରାୟ ତତ୍କାଳୀନ ଏନ‌ଡିଏ ସରକାରରେ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଏନଡିଏର ଅଂଶୀଦାର ଥିଲା। ବିଜେଡିରୁ ଏନ୍‌ଡିଏ ସରକାରରେ ମନ୍ତ୍ରୀ ହୋଇଥିଲେ ଦିଲୀପ ରାୟ। ଦିଲୀପ ରାୟଙ୍କ ମନ୍ତ୍ରୀତ୍ୱ କାଳରେ ଝାଡ଼ଖଣ୍ଡର ଗିରିିଡିହର ବ୍ରହ୍ମାଡିହ କୋଇଲା ଖଣି ଆବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସ୍ୱତନ୍ତ୍ର କୋର୍ଟର ବିଚାରପତି ଭାରତ ପରାଶର ଅପରାଧିକ ଷଡ଼ଯନ୍ତ୍ର ଏବଂ ଅନ୍ୟ ଅପରାଧରେ ଦିଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ସେତେବେଳେ କୋଇଲା ମନ୍ତ୍ରାଳୟରେ ଥିବା ଦୁଇ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ। ସେହିପରି କାଷ୍ଟ୍ରନ୍‌ ଟେକ୍ନୋଲୋଜି ଲିମିଟେଡ୍‌ର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରଓ୍ୱାଲ ଏବଂ କାଷ୍ଟ୍ରନ୍‌ ମାଇନିଂ ଲିମିଟେଡକୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି।

Share Now:

Kalinga News Beuro

Next Post

କାରରେ ନିଆଁ ଲାଗି ଦୁର୍ଘଟଣା : ନାସିକର ଏନସିପି ନେତା ସଞ୍ଜୟ ସିନ୍ଦେ ଜୀବନ୍ତ ଦଗ୍ଧ

Wed Oct 14 , 2020
ମୁମ୍ବାଇ: ମଙ୍ଗଳବାର ସନ୍ଧ୍ୟାରେ ନାସିକରେ ଜଣେ ଏନସିପି ନେତା ଜୀବନ୍ତ ଦଗ୍ଧ ହୋଇଥିବା ଖବର ମିଳିଛି। ଏନସିପି ନେତା ସଞ୍ଜୟ ସିନ୍ଦେ ମୁମ୍ବାଇ-ଆଗ୍ରା ରାଜପଥରେ ଯାତ୍ରା କରୁଥିବା ବେଳେ ପିମ୍ପଲଗାଓଁ ବସୱନ୍ତ ଟୋଲ ପ୍ଲାଜା ନିକଟରେ ତାଙ୍କ କାରରେ ସର୍ଟସର୍କିଟ ହୋଇ ନିଆଁ ଲାଗି ଯାଇଥିଲା। ମଦ ଶିଳ୍ପ ପାଇଁ ପ୍ରସିଦ୍ଧ ନାସିକ୍ ଜିଲ୍ଲାର ଜଣେ ଅଙ୍ଗୁର ରପ୍ତାନିକାରୀ ସିନ୍ଦେ ତାଙ୍କ ବଗିଚା ପାଇଁ କୀଟନାଶକ କିଣିବାକୁ ପିମ୍ପଲଗାଓଁ ଅଭିମୁଖେ […]
ନାସିକର ଏନସିପି ନେତା ସଞ୍ଜୟ ସିନ୍ଦେ ଜୀବନ୍ତ ଦଗ୍ଧ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial