ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଘଟଣା: ମାନସିକ ଚାପରେ ଥିଲେ ମୃତା

ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଘଟଣା

ଭୁବନେଶ୍ୱର: ଭୁବନେଶ୍ୱର ଯେଉଁ ନର୍ସିଂ ଛାତ୍ରୀ ଆତ୍ମହତ୍ୟା କରିଥିଲେ ତାଙ୍କର ପରିଚୟ ମିଳିଛି। ସେ ହେଲେ କୁନି କୁ୍ଅଁର। ତାଙ୍କ ଘର ବଲାଙ୍ଗୀରରେ ବୋଲି ସୂଚନା ମିଳିଛି। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ମୃତା କୁନି ନର୍ସିଂର ପ୍ରଥମ ବର୍ଷର ଛାତ୍ରୀ ଯେ କି ଦୁଇଦିନ ଧରି ମାନସିକ ଚାପରେ ଥିଲେ। ଏନେଇ ହଷ୍ଟେଲ କର୍ତ୍ତୃପକ୍ଷ ଘର ଲୋକକୁ ଫୋନ କରି ଜଣାଇ ଥିଲେ।ତାଙ୍କୁ ଆସିକି ନେଇଯିବାକୁ ବି କୁହାଯାଇଥିଲା। କିନ୍ତୁ ତୁରନ୍ତ ଆସିବା ବ୍ୟବସ୍ଥା ନଥିବାରୁ ସେମାନେ ଆସିନଥିଲେ। ରୁମରେ କେହି ନଥିବା ବେଳେ କୁନି ଆତ୍ମହତ୍ୟା କରିଥିବା ଜଣାଯାଇଛି।
ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଯୁବତୀ ଆତ୍ମହତ୍ୟା କରିଥିଲେ। ଯୁବତୀ ଜଣକ ନର୍ସିଂ ଛାତ୍ରୀ ହୋଇଥିବାବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିବାବେଳେ ଏୟାରଫିଲଡ଼ ଥାନା ବରକୁଦା ଅଞ୍ଚଳରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ଏୟାରଫିଲଡ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ନର୍ସିଂ କଲେଜର କ୍ୟାମ୍ପସ ଭିତରେ ଥିବା ହଷ୍ଟେଲରେ ସେ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି, ସେନେଇ ତଦନ୍ତ କରିଥିଲା ପୁଲିସ।

Share Now:

Kalinga News Beuro

Next Post

କାବୁଲ : ରୁଷ ଦୂତାବାସ ଆଗରେ ଆତ୍ମଘାତୀ ବିସ୍ଫୋରଣ, ୮ ମୃତ

Mon Sep 5 , 2022
କାବୁଲ : କାବୁଲରେ ଥିବା ରୁଷୀୟ ଦୂତାବାସ ଆଗରେ ସୋମବାରଦିନ ଏକ ବଡ଼ ଧରଣର ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି। ଏଥିରେ ୮ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୨ ଜଣ ଦୂତାବାସ କର୍ମଚାରୀ ଥିଲେ ବୋଲି ରୁଷୀୟ ନ୍ୟୁଜ ଏଜେନ୍ସି ଆରଆଇଏ ନୋଭୋସ୍ତି କହିଛି। ତେବେ ମୃତ କର୍ମଚାରୀମାନେ କିଏ କିମ୍ବା ସେମାନେ କିପରି ମରିଛନ୍ତି ସେନେଇ ରୁଷର ବିଦେଶ ମନ୍ତ୍ରଣାଳୟ କୌଣସି […]
ରୁଷ ଦୂତାବାସ ଆଗରେ ଆତ୍ମଘାତୀ ବିସ୍ଫୋରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial