ବଡ଼ବିଲରେ ଦୋକାନ ଉପରକୁ ବୋମା ମାଡ଼, କାରଣ ଅସ୍ପଷ୍ଟ

ବଡ଼ବିଲରେ ବୋମାମାଡ଼

ବଡ଼ବିଲ: କେନ୍ଦୁଝର ଜିଲ୍ଲାର ବଡ଼ବିଲ ଫିଲ୍ମହଲ ଛକ ଠାରେ ଥିବା ଓଡ଼ିଶା ହାର୍ଡୱେର୍ ଦୋକାନ ଉପରକୁ ବୋମା ମାଡ଼ ହୋଇଥିବାର ଖବର ମିଳିଛି। ଏକ କଳା ରଙ୍ଗର ପଲସର ବାଇକରେ ଦୁଇଜଣ ଯୁବକ ବୋମା ମାଡ଼ କରିଥିଲେ। ବୋମା ମାଡ଼ରେ କୌଣସି ଧନ, ଜୀବନ ନଷ୍ଟ ହୋଇନଥିଲେ ହେଁ, ଦୋକାନୀ ଦିନେଶ ଅଟଳ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ବୋମାମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ, ପୁଲିସ ତନାଘନା ଆରମ୍ଭ କରିଛି।

Share Now:

Kalinga News Beuro

Next Post

ଡ୍ରଗ୍ସ ମାମଲାରେ ଅଡୁଆରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ

Sun Oct 3 , 2021
ମୁମ୍ୱାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଅସୁବିଧାରେ ଫସି ଯାଇଛନ୍ତି। ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା ଜାହାଜରେ ଚାଲୁଥିବା ଡ୍ରଗ୍ସ ପାର୍ଟି ଉପରେ ଚଢ଼ାଉ କରିଥିଲା। ଏହି ପାର୍ଟିରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ନାମ ବି ସାମ୍ନାକୁ ଆସିଛି। ଆର୍ଯ୍ୟନଙ୍କୁ ଏନସିବି ଟିମ ପଚରାଉଚରା କରୁଛି। ଏହି ଘଟଣା ପରେ ଶାହାରୁଖ ଖାନଙ୍କ ତରଫରୁ କୌଣସି ପ୍ରକାର ପ୍ରତିକ୍ରିୟା […]
ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial