ମୁମ୍ୱାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଅସୁବିଧାରେ ଫସି ଯାଇଛନ୍ତି। ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା ଜାହାଜରେ ଚାଲୁଥିବା ଡ୍ରଗ୍ସ ପାର୍ଟି ଉପରେ ଚଢ଼ାଉ କରିଥିଲା। ଏହି ପାର୍ଟିରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ନାମ ବି ସାମ୍ନାକୁ ଆସିଛି। ଆର୍ଯ୍ୟନଙ୍କୁ ଏନସିବି ଟିମ ପଚରାଉଚରା କରୁଛି। ଏହି ଘଟଣା ପରେ ଶାହାରୁଖ ଖାନଙ୍କ ତରଫରୁ କୌଣସି ପ୍ରକାର ପ୍ରତିକ୍ରିୟା ଆସିନାହିଁ। ଆର୍ଯ୍ୟନଙ୍କ ସମେତ ଏହି ମାମଲାରେ ୮ଜଣଙ୍କୁ ଅଟକ ରଖାଯାଇଛି। କ୍ରୁଜ ସିପରେ ଏନସିବି ଚଢ଼ାଉ ସମୟରେ କିଙ୍ଗଖାନଙ୍କ ପୁଅ ଆର୍ଯ୍ୟନ ଖାନ ସାମିଲ ହେବା ଖବର ସାମ୍ନାକୁ ଆସିବା ପରେ ବଲିଉଡ କଳାକାର ସମେତ ଶାହାରୁଖ ଖାନଙ୍କ ଫ୍ୟାନମାନଙ୍କୁ ଝଟକା ଲାଗିଛି। ଆର୍ଯ୍ୟନ ତାଙ୍କ ବ୍ୟକ୍ତିଗତ ଜୀବନକୁ ସର୍ବଦା ବହୁତ ଗୋପନ ରଖି ଥାଆନ୍ତି। ଆର୍ଯ୍ୟନ ଇଣ୍ଡଷ୍ଟ୍ରିର ବଡ଼ବଡ଼ ପାର୍ଟିରେ ବହୁତ କଷ୍ଟରେ ନଜର ଆସିଥାଆନ୍ତି।
ଶାହାରୁଖ ଖାନ ଏନସିବି ଅଧିକାରୀଙ୍କୁ ସମ୍ପର୍କ କରି କ୍ରମାଗତ ଅପଡେଟ ନେଉଛନ୍ତି। ଶାହରୁଖ ଖାନ ଆଗାମୀ ଦିନରେ ଦୀପିକା ପାଦୁକୋନଙ୍କ ସହ ପଠାନର ଏକ ବିଶେଷ ଗୀତର ସୁଟିଂ ପାଇଁ ସ୍ପେନ ଯିବାରଥିଲା। ଯଦି ଆର୍ଯ୍ୟନ ଖାନଙ୍କ ମାମଲା ଆଉ କିଛି ଦିନ ଧରି ଚାଲିବ। ତେବେ ସେ ସୁଟିଂ ମଧ୍ୟ ସ୍ଥଗିତ ରଖିପାରନ୍ତି। ପରିବାରର ନିକଟ ସୂତ୍ରରୁ ପ୍ରକାଶ ଯେ, “ ଏଭଳି ପରିସ୍ଥିତିରେ ଶାହରୁଖ ବାହାରକୁ ଆସି କୌଣସି ପ୍ରତିକ୍ରିୟା ଦେବା ସମ୍ଭବ ନୁହେଁ।
ଡ୍ରଗ୍ସ ମାମଲାରେ ଅଡୁଆରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ

Share Now: