ଗିରଫ୍ ହେଲେ ‘ଗନ୍ଦି ବାତ୍’ର ଅଭିନେତ୍ରୀ ଗେହେନା ବଶିଷ୍ଟ

ଗିରଫ୍ ହେଲେ ‘ଗନ୍ଦି ବାତ୍’ର ଅଭିନେତ୍ରୀ ଗେହେନା ବଶିଷ୍ଟ

ମହଙ୍ଗା ପଡିଲା ପର୍ଣ୍ଣ ଭିଡିଓ ସୁଟିଂ

ମୁମ୍ୱାଇ: ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଏକତା କପୁରଙ୍କ ୱେବ୍ ସିରିଜ୍ ‘ଗନ୍ଦି ବାତ୍’ର ଅଭିନେତ୍ରୀ ଗେହାନା ବଶିଷ୍ଟଙ୍କୁ ଗିରଫ କରିଛି। ନିଜ ୱେବସାଇଟରେ ଅଶ୍ଳୀଳ ଭିଡିଓ ସୁଟ୍ କରି ଅପଲୋଡ୍ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ଆଜି ପୁଲିସ ଅଭିନେତ୍ରୀଙ୍କୁ କୋର୍ଟରେ ହାଜର କରିବ। ଏହି ମାମଲାରେ ପୁଲିସ କିଛି ମଡେଲ ଏବଂ ପାର୍ଶ୍ୱ ଅଭିନେତ୍ରୀଙ୍କୁ ମଧ୍ୟ ଗିରଫ କରିଛି। ୮୦ ଟି ବିଜ୍ଞାପନ, ୭ଟି ୱେବ୍ ସିରିଜ୍ ଓ କିଛି ସିନେମାରେ କାମ କରିଥିବା ଗେହେନା ବଶିଷ୍ଟଙ୍କ ଏଭଳି କାମ ଦେଶର କଳାକାରଙ୍କୁ ଅପମାନିତ କରିଛି। ତାଙ୍କୁ ଗିରଫ କରିବା ପରେ ତାଙ୍କ ସମ୍ପତ୍ତି ଉପରେ ବି ପୁଲିସ ଚଢାଉ ଆରମ୍ଭ କରିଛି। ସେ ଖାଲି ପର୍ଣ୍ଣ ଭିଡିଓ ସୁଟିଂ କରୁନଥିଲେ ଏହା ସହ ସେ ଏକ ପର୍ଣ୍ଣ ରାକେଟ୍ ଚଳାଉଥିବା କଥା ପୁଲିସ ତାଙ୍କୁ ପଚରାଉଚରା ବେଳେ ଜାଣିବାକୁ ପାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ମଡ ଦ୍ୱୀପରେ ଥିବା କିଛି କୋଠାକୁ ଫିଲ୍ମ ସୁଟିଂ ନାମରେ ଅଶ୍ଳୀଳ ଭିଡିଓ ସୁଟିଂ ପାଇଁ ବ୍ୟବହୃତ ହେଉଥିଲା। ଏ ନେଇ ପୁଲିସକୁ କିଛି ପୀଡ଼ିତା ଅଭିଯୋଗ କରିବା ପରେ ପୁଲିସ ଚଢ଼ାଉ ପାଇଁ ଯୋଜନା କରିଥିଲା। ଫେବୃଆରୀ ୫ରେ ପୁଲିସ ମଡ ଦ୍ୱୀପରେ ଚଢ଼ାଉ କରିବା ପରେ ଚାକିରି ପାଉନଥିବା ଯୁବକ-ଯୁବତୀଙ୍କୁ ଫିଲ୍ମ ଦେବାର ଲୋଭ ଦେଖାଇ ଗେହେନା ପର୍ଣ୍ଣ ଭିଡିଓ ସୁଟ୍ କରାଉଥିବା ଜଣାପଡ଼ିଥିଲା। ଚଢ଼ାଉ ସମୟରେ ପୁଲିସ ୨ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା ବୋଲି ଜଣାପଡ଼ିଛି। ସେମାନଙ୍କୁ ପଚରାଉଚରା କରିବା ପରେ ଗେହେନାଙ୍କ କଳା କାରନାମା ସାମ୍ନାକୁ ଆସିଥିଲା। ପୋଲିସର ସୂଚନା ମୁତାବକ, ଗେହେନା କିଛି ପ୍ରଡକ୍ସନ ହାଉସ ସହ ମିଳିତ ଭାବେ ପର୍ଣ୍ଣ ଫିଲ୍ମ ସୁଟିଂ କରୁଥିଲେ। ଏହି ସିନେମାଗୁଡିକୁ ସେ ନିଜ ୱେବସାଇଟରେ ଅପଲୋଡ କରୁଥିଲେ। ପୁଲିସ ତାଙ୍କୁ ଗିରଫ୍ କରିବା ପରେ ମୁମ୍ବାଇର ମଲାଡ-ମାଲୱାନୀ ଅଞ୍ଚଳର ଗ୍ରୀନପାର୍କ ନାମକ ଏକ ବଙ୍ଗଳାକୁ ସିଜ୍ କରିଛି। ଏହି ବଙ୍ଗଳାରୁ ଦୁଇଜଣ ଅଭିନେତା, ଜଣେ ଲାଇଟମ୍ୟାନ୍, ଜଣେ ମହିଳା ଫଟୋଗ୍ରାଫର, ଦୁଇଜଣ ଗ୍ରାଫିକ୍ସ ଡିଜାଇନରଙ୍କୁ ଗିରଫ୍ କରିବା ସହ ଭିଡିଓ ସୁଟିଂ ପାଇଁ ବ୍ୟବହୃତ ଅନେକ ସାମଗ୍ରୀ ବି ଜବତ୍ କରିଛି ପୁଲିସ। ପ୍ରକୃତରେ ଗେହେନା ହେଉଛନ୍ତି ଛତିଶଗଡ଼ର ମୂଳବାସିନ୍ଦା। ତାଙ୍କର ପ୍ରକୃତ ନାମ ବନ୍ଦନା ତିୱାରୀ। ତାଙ୍କ ମା’ ଜଣେ ଗୃହିଣୀ ଓ ପିତା ଜଣେ ଶିକ୍ଷା ବିଭାଗର ଅଧିକାରୀ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଚଳଚିତ୍ର ଦୁନିଆରେ ପ୍ରବେଶ କରିବା ପୂର୍ବରୁ ବନ୍ଦନା ତାଙ୍କ ନାମ ବଦଳାଇ ଗେହେନା ବଶିଷ୍ଟ ରଖିଥିଲେ। ସେ ତେଲୁଗୁ ଚଳଚିତ୍ର ସହ ଅନେକ ୱେବ୍ ସିରିଜ୍ ଓ ବିଜ୍ଞାପନରେ କାମ କରିସାରିଛନ୍ତି।

Share Now:

Kalinga News Beuro

Next Post

ଉତ୍ତରାଖଣ୍ଡରେ ବଡ ଧରଣର ଭୂ-ସ୍ଖଳନ : ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି

Sun Feb 7 , 2021
ତପୋବନ ଡ୍ୟାମ ପାଖ ଟନେଲରେ ଫସିଥିବା ୧୬ଜଣ ଶ୍ରମିକ ଉଦ୍ଧାର ଚମୋଲି: ଆଜି ସକାଳେ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଜୋଶିମଠ ନିକଟରେ ନନ୍ଦାଦେବୀ ଗ୍ଲାସିୟର ଭାଙ୍ଗିଯିବାରୁ ଧଉଳି ଗଙ୍ଗା ନଦୀରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ହଠାତ୍ ପାଣି ମାଡ଼ି ଆସିଯିବାରୁ ୧୦୦-୧୫୦ଲୋକ ପାଣିରେ ବହିଯାଇଥିବା କୁହାଯାଉଛି। ଏପର୍ଯ୍ୟନ୍ତ ଧଉଳି ଗଙ୍ଗା ନଦୀରୁ ୧୦ଜଣଙ୍କ ମୃତଦେହ ଉଦ୍ଧାର କରାଯାଇସାରିଛି। ଉତ୍ତରାଖଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା […]
ଉତ୍ତରାଖଣ୍ଡରେ ହିମସ୍ଖଳନ

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial