ସଂଘବଦ୍ଧ ଆକ୍ରମଣରେ ୨ ଭାଇ ମୃତ, ୩ ଗୁରୁତର

ସଂଘବଦ୍ଧ ଆକ୍ରମଣରେ ୨ ଭାଇ ମୃତ, ୩ ଗୁରୁତର

ସମ୍ବଲପୁର : ସଂଘବଦ୍ଧ ଆକ୍ରମଣରେ ଦୁଇ ଭାଇ ମୃତ୍ୟୁବରଣ କରିବା ସହ ୩ ଜଣ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି। ଘଟଣାଟି ଘଟିଛି ବୁର୍ଲା ସେଣ୍ଟ୍ରାଲ ଲାଇନ ଅଞ୍ଚଳରେ। ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବୁର୍ଲା ସେଣ୍ଟ୍ରାଲ ଲାଇନ ଅଞ୍ଚଳରେ ୩୦ରୁ ଅଧିକ ଲୋକ ସଂଘବଦ୍ଧ ହୋଇ ବିଭିନ୍ନ ମାରଣାସ୍ତ୍ର ସହ ଗୋଟିଏ ପରିବାର ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ପରିବାରର ଦୁଇ ଭାଇ ନିହତ ହୋଇଛନ୍ତି। ଏହା ସହିତ ୩ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ବୁର୍ଲା ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି।

Share Now:

Kalinga News Beuro

Next Post

ଦୁଃଖ ଦେଉଛି କେନାଲ ପାଣି: ଗାଁରେ ଭାସୁଛି ପାଣି

Wed Nov 11 , 2020
ବ୍ୟାପୁଛି ରୋଗ, ଘରେ ଜଳୁନି ଚୁଲି ବାଲିପାଟଣା: ଆଙ୍କୁଶପୁର କେନାଲରେ ପାଣି ଆସିବା ପରେ ବନ୍ଧ ନିକଟରେ ଥିବା ଗାଁ ଗୁଡିକର ଦୁଃଖ ବଢ଼ିଯାଇଛି। ଦୁର୍ବଳ ବନ୍ଧ ଯୋଗୁଁ ଅନେକ ସ୍ଥାନରେ ଘଳିଆ ସୃଷ୍ଟି ହେଉଛି। ଫଳରେ ଗାଁ ଦାଣ୍ଡରେ ପାଣି ସୁଅ ଚାଲୁଛି। ଘର ପାଣିରେ ଭିଜୁଛି। ଚୁଲି ଓଦା ହୋଇଯିବାରୁ ରୋଷେଇ କରିବା ସମ୍ଭବ ହେଉନାହିଁ। ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ ୱାର୍ଡ ନମ୍ବର ୧୭ କୁଳନ୍ତିରା […]
ଦୁଃଖ ଦେଉଛି କେନାଲ ପାଣି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial