ଧରାପଡିଲା ପାକିସ୍ତାନୀ ବୋଟ : ଜବତ ହେଲା ୩୫୦ କୋଟି ଟଙ୍କାର ହେରୋଇନ

ଗୁଜୁରାଟରୁ ଧରାପଡିଲା ପାକିସ୍ତାନୀ ବୋଟ

ଅହମ୍ମଦାବାଦ: ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଏବଂ ଗୁଜୁରାଟ ଆତଙ୍କବାଦ ବିରୋଧୀ ସ୍କ୍ୱାର୍ଡ (ଏଟିଏସ) ଶନିବାର ଆରବ ସାଗରରେ ଥିବା ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା (ଆଇଏମବିଏଲ) ନିକଟରେ ଅଲ ସାକର ନାମକ ଏକ ପାକିସ୍ତାନୀ ବୋଟକୁ ଜବତ କରିଛି। ଏଟିଏସ୍ ଏବଂ ଆଇସିଜି ଏହି ଡଙ୍ଗାରୁ ୩୫୦ କୋଟି ଟଙ୍କା ମୂଲ୍ୟର ୫୦ କିଲୋଗ୍ରାମ ହେରୋଇନ୍ ଜବତ କରିବା ସହ ୬ ଜଣ ସଦସ୍ୟଙ୍କୁ ଗିରଫ କରିଥିଲେ। ଏହି ଅପରେସନ ସମ୍ପର୍କରେ ଗୁଜୁରାଟ ପୁଲିସ ମହାନିର୍ଦ୍ଦେଶକ ଆଶିଷ ଭାଟିଆ କହିଛନ୍ତି ଯେ ଗୁଜୁରାଟ ଏଟିଏସ ଏବଂ ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗା ଅଲ ସାକରକୁ ଜବତ କରିଛି। ଏହି ଡଙ୍ଗାରେ ହେରୋଇନ ଚାଲାଣ ହେଉଥିବାବେଳେ ୬ ଜଣ କ୍ରୁ ମେମ୍ବର ଏବଂ ୫୦ କିଲୋଗ୍ରାମ ହେରୋଇନ ମଧ୍ୟ ଜବତ କରାଯାଇଛି। ଏହି ହେରୋଇନର ମୂଲ୍ୟ ପ୍ରାୟ ୩୫୦ କୋଟି ଟଙ୍କା ହୋଇଥିବାବେଳେ ପାକିସ୍ତାନର ଜଣେ ବଡ ଡ୍ରଗ୍ ମାଫିଆ ଏହାକୁ ପଠାଇଥିଲେ। ତେବେ ଏଟିଏସ୍ ଏବାବଦରେ ସୂଚନା ପାଇବା ପରେ ଅପରେସନ୍ ଆରମ୍ଭ କରିଥିଲା। ବର୍ତ୍ତମାନ ଏହି ଡଙ୍ଗାକୁ ଗୁଜୁରାଟର ଜାଖାଓ ବନ୍ଦରକୁ ପଠାଯାଇଥିବାବେଳେ ସେଠାରେ ଯାଞ୍ଚ କରାଯିବ। ସୂଚନା ଥାଉ କି ଚଳିତ ବର୍ଷ ପାକିସ୍ତାନ ଡଙ୍ଗାରେ ନିଶା କାରବାରର ଏହା ଷଷ୍ଠ ମାମଲା ହୋଇଥିବାବେଳେ ଗତ ମାସକ ମଧ୍ୟରେ ଆଇସିଜି ଏବଂ ଏଟିଏସ୍ ଦ୍ୱାରା ଏକ ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଅପରେସନ୍। ଆଇସିଜି ଗତ ମାସରେ ପାକିସ୍ତାନୀ ଡଙ୍ଗା ଅଲ ତାଇସାକୁ ମଧ୍ୟ ଜବତ କରିଥିଲା। ଏହି ଡଙ୍ଗାରୁ ଛଅ ଜଣ କୃ-ସଦସ୍ୟଙ୍କୁ ଗିରଫ କରାଯାଇଥିବାବେଳେ ପ୍ରାୟ ୨୦୦ କୋଟି ଟଙ୍କାର ୪୦ କିଲୋଗ୍ରାମ ହେରୋଇନ ଜବତ କରାଯାଇଥିଲା।

Share Now:

Kalinga News Beuro

Next Post

ସପ୍ତମଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଓ ମୃତ୍ୟୁ ଘଟଣା: ମ୍ୟାଟ୍ରନ ବହିଷ୍କୃତ, ପ୍ରଧାନଶିକ୍ଷକ ଓ ସ୍ବାସ୍ଥ୍ୟକର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

Sat Oct 8 , 2022
ପ୍ରଶାସନର ଅବହେଳାକୁ ଦାୟୀ କଲା କଂଗ୍ରେସ ଓ ବିଜେପି ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ ରାଙ୍ଗାପାରୁ ଆବାସିକ ଉଚ୍ଚବିଦ୍ୟାଳୟରେ ସପ୍ତମଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଓ ପୁତ୍ର ସନ୍ତାନ ପ୍ରସବର ୨୪ ଘଣ୍ଟା ମଧ୍ୟରେ ସଂପୃକ୍ତ ନାବାଳିକାର ମୃତ୍ୟୁ ହେବା ଘଟଣାକୁ ନେଇ ଏବେ କଂଗ୍ରେସ ଓ ବିଜେପି ପ୍ରତିବାଦର ସ୍ବର ଉତ୍ତୋଳନ କରିଛନ୍ତି। ଅନ୍ୟାୟର ଶିକାର ହୋଇଥିବା ଜଣେ ଅନୁସୂଚିତ ଜନଜାତି ବର୍ଗର ନାବାଳିକାର ପରିବାର […]
ସପ୍ତମଶ୍ରେଣୀ ଛାତ୍ରୀ ପ୍ରସୂତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial