୨୦୫ କିଲୋ ଗଞ୍ଜେଇ ସହ ପିକ୍‌-ଅପ୍‌ ଭ୍ୟାନ ଜବତ : ୨ ଗିରଫ, ୨ ଅଭିଯୁକ୍ତ ଫେରାର

୨୦୫ କିଲୋ ଗଞ୍ଜେଇ

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ପୁଲିସ ପକ୍ଷରୁ ସୋମବାର ରାତିରେ ପାଟ୍ରୋଲିଂ ସମୟରେ ଥୁବା ଗ୍ରାମ ନିକଟରୁ ଏକ ମାକ୍ସ ପିକ-ଅପ୍‌ ଭ୍ୟାନ ସହ ୨୦୫ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରା ଯାଇଛି। ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇ ଯାଇ ଥିବା ଜଣାଯାଇଛି। ଗିରଫ ୨ ଜଣ ହେଲେ ନାଗେଶ୍ୱର ଗାମ୍ପରାଇ(୩୦) ଓ ଭୂଷଣ ଗାମ୍ପରାଇ(୨୧)। ସୂଚନା ଅନୁସାରେ ନନ୍ଦପୁର ପୁଲିସ ଥାନାର ଏସ୍ଆ‌ଇ ଦୀପ୍ତିମୟୀ ଧରୁଆ ରାତ୍ର ପାଟ୍ରୋଲିଂ ପାଇଁ ବାହାରିଥିଲେ। ପାଟ୍ରୋଲିଂ ସମୟରେ ଥୁବା ଗ୍ରାମ ନିକଟରେ ସନ୍ଦେହରେ ଏକ ମାକ୍ସ ପିକ-ଅପ୍‌ (ଏପି ୩୫ ଏକ୍ସ ୩୭୮୪)କୁ ଅଟକାଇଥିଲେ। ଏହି ଗାଡ଼ିରେ ଦୁଇଟି ବଡ଼ ଆଲୁମିନିୟମ ବକ୍ସ ଲଦା ଯାଇଥିବାରୁ ସନ୍ଦେହରେ ବକ୍ସ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବକ୍ସ ଖୋଲିବା ପରେ ଏଥିରେ ୧୦ ଗୋଟି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା। ଏହି ସମୟ ମଧ୍ୟରେ ଘଟଣାସ୍ଥଳରୁ ଦୁଇ ଜଣ ଫେରାର ହୋଇ ଯାଇଥିବା ବେଳେ ପାଡୁଆ ଥାନା ଚମ୍ପାପୁଟ ଗ୍ରାମର ନାଗେଶ୍ୱର ଗାମ୍ପରାଇ ଓ ପାଡୁଆ ଥାନା ଗୋଡିପୁଟ ଗ୍ରାମର ଭୂଷଣ ଗାମ୍ପରାଇ ଚୋରା ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ମାକ୍ସ ପିକ୍ଅ‌ପ ଭ୍ୟାନକୁ ସଙ୍ଗେ ସଙ୍ଗେ ନନ୍ଦପୁର ଥାନାକୁ ଅଣାଯାଇଥିଲା। ୧୦ ଗୋଟି ପ୍ଲାଷ୍ଟିକ ବସ୍ତାରେ ଭର୍ତ୍ତି ହୋଇଥିବା ଗଞ୍ଜେଇ ଓଜନ କରାଯାଇଥିବା ବେଳେ ତାହା ୨୦୫ କେଜି ୨୦୦ ଗ୍ରାମ ବୋଲି ଜଣା ପଡିଥିଲା। ପୁଲିସ ଏସ୍‌ଡ଼ିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ନିର୍ଦେଶ କ୍ରମେ ଆଇ ଆଇସି କପିଳେଶ୍ୱର ବେହେରା ଘଟଣାସ୍ଥଳ ପରିଦର୍ଶନ କରିବା ସହ ଫେରାର ଦୁଇ ଜଣ ହିକିମପୁଟ ଗ୍ରାମର ସୁରେଶ ଖେମୁଣ୍ଡୁ ଓ ଚମ୍ପାପୁଟ ଗ୍ରାମର କୃଷ୍ଣଚନ୍ଦ୍ର ଡୁରୁଙ୍କୁ ଅତି ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି। ନନ୍ଦପୁର ପୁଲିସ ଥାନା କେସ ନମ୍ବର ୧୩୩/୨୧ ପ୍ରକାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଥିବା ବେଳେ ଆଜି ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଏସ୍ଆ‌ଇ ବେଦବାରୁ ସାହୁ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ଦଳିତ ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ଦୁବୁର୍ତ୍ତ ୪ ଗିରଫ

Wed Dec 29 , 2021
ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଇଲାକାର ଜଣେ ଅନୁସୂଚିତ ଜାତି ନାବାଳିକା (୧୬)ଙ୍କୁ ଘରୁ ଟେକିନେଇ ଗଣଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏଥିରେ ସଂପୃକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଶ୍ରୀଧର ଜେନା, ମନୋଜ ଜେନା, ପାଣ୍ଡା ଜେନା ଓ ସୁବ୍ରତ ଗୌଡ଼। ନାବାଳିକାଙ୍କ ବାପା ସୁରତରେ ଦାଦନ ଖଟୁଥିବା ବେଳେ ସେ ତାଙ୍କ ମା’ଙ୍କ ସହ ରହୁଥିଲେ। […]
ଗଣଦୁଷ୍କର୍ମ କରି ଦୁବୁର୍ତ୍ତ ୪ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial