ଦଳିତ ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ଦୁବୁର୍ତ୍ତ ୪ ଗିରଫ

ଗଣଦୁଷ୍କର୍ମ କରି ଦୁବୁର୍ତ୍ତ ୪ ଗିରଫ

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଇଲାକାର ଜଣେ ଅନୁସୂଚିତ ଜାତି ନାବାଳିକା (୧୬)ଙ୍କୁ ଘରୁ ଟେକିନେଇ ଗଣଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏଥିରେ ସଂପୃକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଶ୍ରୀଧର ଜେନା, ମନୋଜ ଜେନା, ପାଣ୍ଡା ଜେନା ଓ ସୁବ୍ରତ ଗୌଡ଼। ନାବାଳିକାଙ୍କ ବାପା ସୁରତରେ ଦାଦନ ଖଟୁଥିବା ବେଳେ ସେ ତାଙ୍କ ମା’ଙ୍କ ସହ ରହୁଥିଲେ। ଗତ ୧୨ ତାରିଖ ରାତି ପ୍ରାୟ ୯ଟାରେ ନାବାଳିକାଜଣକ ବାରିପଟ ଘରେ ବାପାଙ୍କ ସହ ‌ମୋବାଇଲ୍‌ରେ କଥା ହେଉଥିଲେ। ଏହି ସମୟରେ ଅଭିଯୁକ୍ତମାନେ ସେଠାରେ ପହଞ୍ଚି ତାଙ୍କ ମୁହଁରେ ଗାମୁଛା ବାନ୍ଧି ଉଠାଇନେବା ପରେ ଶାଗୁଆନ୍ ବଗିଚାରେ ଗଣଦୁଷ୍କର୍ମ କରିଥିଲେ। ୧୩ ତାରିଖ ସକାଳେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ୨ ଘଣ୍ଟା ପରେ ଚେତା ଫେରିଥିବା ବେଳେ ନାବାଳିକା ଜଣକ ଘଟଣା ବିଷୟରେ ସବୁ ବର୍ଣ୍ଣନା କରିଥିଲେ। ଅନ୍ୟପକ୍ଷରେ ତାଙ୍କ ବାପା ଖବର ପାଇ ସୁରତରୁ ଆସିବା ପରେ ଗତ ୨୩ ତାରିଖରେ ବୁଗୁଡ଼ା ଥାନାରେ ଏତଲା ଦେଇଥିଲେ। ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଏଏସ୍‌ପି ବିଜୟ ମଲ୍ଲିକ ତଦନ୍ତ କରିଥିଲେ। ପୁଲିସ ୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାରଉଚରା କରିବା ପରେ ସେମାନେ ଦୋଷ ସ୍ବୀକାର କରିଛନ୍ତି। ସେପଟେ ପୀଡ଼ିତାଙ୍କ ଡାକ୍ତରୀମାଇନା ହୋଇଥିଲା। ଗତକାଲି ସମସ୍ତ ୪ଜଣ ଅଭିଯୁକ୍ତଙ୍କୁ ‌ପୋକ୍‌ସୋ କୋର୍ଟକୁ ଚାଲାଣ କରାଯାଇଛି। ଏନେଇ କେସ୍ ନମ୍ବର ୬୮୩ ଅନୁସାରେ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ଉଚିତ ନ୍ୟାୟ ଓ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଖଦାଳ ସମାଜ ବୁଗୁଡ଼ା ମୁଠା ସଭାପତି ବୈରାଗୀ ନାୟକ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ନୂଆବର୍ଷରୁ ଖୋଲିବ ପ୍ରଥମରୁ ପଞ୍ଚମ ପାଠପଢ଼ା : ପୂର୍ବାହ୍ନ ୯ରୁ ୧୨ଟା ଯାଏ କ୍ଲାସ୍‌

Wed Dec 29 , 2021
ଭୁବନେଶ୍ବର: ପାଖାପାଖି ଦୁଇ ବର୍ଷ ପରେ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ। ଜାନୁଆରି ୩ରୁ ରାଜ୍ୟର ୨୭ ହଜାର ବିଦ୍ୟାଳୟରେ ଏହି ୫ଟି ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ଶିକ୍ଷା ଆରମ୍ଭ କରାଯିବ। ଯେଉଁ ବିଦ୍ୟାଳୟରେ ଜାନୁଆରି ୫ରୁ ୮ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପିଲାଙ୍କ ସମିଟିଭ୍‌-୧ ହେବାର ଅଛି ସେହି ବିଦ୍ୟାଳୟଗୁଡ଼ିକ ଜାନୁଆରି ୧୦ରୁ ଖୋଲିବ। ବିନା ମଧ୍ୟାହ୍ନ ଭୋଜନରେ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ […]
ପ୍ରଥମରୁ ପଞ୍ଚମ ପାଠପଢ଼ା ୩ରୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial