ନୂଆବର୍ଷରୁ ଖୋଲିବ ପ୍ରଥମରୁ ପଞ୍ଚମ ପାଠପଢ଼ା : ପୂର୍ବାହ୍ନ ୯ରୁ ୧୨ଟା ଯାଏ କ୍ଲାସ୍‌

ପ୍ରଥମରୁ ପଞ୍ଚମ ପାଠପଢ଼ା ୩ରୁ

ଭୁବନେଶ୍ବର: ପାଖାପାଖି ଦୁଇ ବର୍ଷ ପରେ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ। ଜାନୁଆରି ୩ରୁ ରାଜ୍ୟର ୨୭ ହଜାର ବିଦ୍ୟାଳୟରେ ଏହି ୫ଟି ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ଶିକ୍ଷା ଆରମ୍ଭ କରାଯିବ। ଯେଉଁ ବିଦ୍ୟାଳୟରେ ଜାନୁଆରି ୫ରୁ ୮ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପିଲାଙ୍କ ସମିଟିଭ୍‌-୧ ହେବାର ଅଛି ସେହି ବିଦ୍ୟାଳୟଗୁଡ଼ିକ ଜାନୁଆରି ୧୦ରୁ ଖୋଲିବ। ବିନା ମଧ୍ୟାହ୍ନ ଭୋଜନରେ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ଚାଲିବ। ମଧ୍ୟାହ୍ନଭୋଜନ ଯୋଜନା ଅନ୍ତର୍ଗତ ଶୁଖିଲା ରାସନ ଯୋଗାଣ କାର୍ଯ୍ୟକ୍ରମ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୂର୍ବ ଭଳି ଜାରି ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା‌ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି। ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ମଧ୍ୟ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଏସମ୍ପର୍କରେ ସବିଶେଷ ତଥ୍ୟ ଦେଇଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ ଗଣଶିକ୍ଷା ବିଭାଗ, ଏସ୍‌ଟି ଓ ଏସ୍‌ସି ଉନ୍ନୟନ ବିଭାଗ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ଉନ୍ନୟନ ବିଭାଗ, ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗ ଅଧୀନ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବ। ଅଭିଭାବକଙ୍କ ଅନୁମତି‌ରେ ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ କିମ୍ବା ଅନ୍‌ଲାଇନ୍‌ରେ କ୍ଲାସ କରିପାରିବେ। ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲିବ। ତେବେ ମେସ୍‌, ଶୌଚାଳୟଗୁଡ଼ିକ ଯେପରି ନିୟମିତ ବ୍ୟବଧାନରେ ବିଶୋଧନ ହେବ ହଷ୍ଟେଲ ମୁଖ୍ୟମାନେ ସେଥିପ୍ରତି ଧ୍ୟାନ ଦେବେ। ସ୍କୁଲ ଖୋଲିବା ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ଏଡିଇଓ, ବ୍ଲକ ଶିକ୍ଷା ଅଧିକାରୀ(ବିଇଓ), ଏବିଇଓ, ବିଆରସିସି, ସିଆରସିସିମାନେ ସ୍କୁଲକୁ ଗସ୍ତ କରିବେ। କ୍ୟାମ୍ପସ ସଫେଇ ହୋଇଛି କି ନାହିଁ, କ୍ଲାସରୁମ୍‌ ଡେକ୍ସ, ବେଞ୍ଚ ଠିକ୍‌ ଭାବେ ବିଶୋଧନ ହୋଇଛି କି ନାହିଁ ତାହାର ତଦାରଖ କରିବେ। ନିୟମିତ ଭାବେ ସେମାନେ ସ୍କୁଲ ଗସ୍ତ କରିବା ସହ କୋଭିଡ୍‌ କଟକଣା ସଠିକ୍‌ ଭାବେ ପାଳନ ହେଉଛି କି ନାହିଁ ଦେଖିବେ। ସମୟ ସମୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଏସ୍‌ଆରସିଙ୍କ ଦ୍ବାରା ଜାରି ହେଉଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି।

Share Now:

Kalinga News Beuro

Next Post

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ‘ଶିଶିର ସରସ’

Wed Dec 29 , 2021
୩୦୨ ଷ୍ଟଲ୍‌ରେ ୨୨ରାଜ୍ୟର କାରିଗରଙ୍କ ହାତ ତିଆରି ଉତ୍ପା‌ଦ ଭୁବନେଶ୍ବର: ଗୋଟିଏ ପଡ଼ିଆରେ ପ୍ରଦର୍ଶିତ ହେଉଛି ରାଜ୍ୟର ୩୦ ଜିଲ୍ଲା ସମେତ ଦେଶର ପ୍ରାୟ ୨୨ଟି ରାଜ୍ୟର ଗ୍ରାମୀଣ କାରିଗରୀ ଓ କଳାକୌଶଳ। ଛତିଶଗଡ଼ର ଟସର, ଆସାମ ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ବେତ ତଥା ବାଉଁଶରୁ ପ୍ରସ୍ତୁତ ସାମଗ୍ରୀ, ପଶ୍ଚିମବଙ୍ଗର ହସ୍ତତନ୍ତ ଓ ଝୋଟ ସାମଗ୍ରୀ, ମଣିପୁରର ଡ୍ରାଏ ଫ୍ଲାୱାର, ଗୁଜରାଟ କାରିଗରଙ୍କ ଘର ସାଜସଜ୍ଜା ଓ ସାଲ୍ […]
‘ଶିଶିର ସରସ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial