ଦଳିତ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା: ରାଜ୍ୟରେ ବିଭିନ୍ନ ସ୍ଥାନରେ ଚକା ଜାମ୍

ଭୁବନେଶ୍ୱର: ଏସସି/ ଏସଟି ଅତ୍ୟାଚାର ନିରୋଧ ଆଇନ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପ୍ରତିବାଦରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବନ୍ଦ ପାଳନ କରାଯାଉଛି। ବଲାଙ୍ଗିର, ସମ୍ବଲପୁର, ରାଉରକେଲା ଓ ମାଲକାନଗିରିରେ ବନ୍ଦର ପ୍ରଭାବ ଦେଖାଦେଇଛି। ବନ୍ଦ ଯୋଗୁଁ ଦୋକାନବଜାର, ବସ୍ ଚଳାଚଳ ପ୍ରଭାବିତ ହୋଇଛି। ରାଉରକେଲା ବିସ୍ରା ଛକରେ ଆନ୍ଦୋଳନକାରୀଙ୍କ ରାସ୍ତାରୋକ କରିଛନ୍ତି। ସମ୍ବଲପୁରରେ ଆଦିବାସୀ ଦଳିତ ସେନା ପକ୍ଷରୁ ରେଳରୋକ କରାଯାଇଛି।

Share Now:

Kalinga News Beuro

Leave a Reply

Next Post

୨୦୧୮ ଏପ୍ରିଲ ୪ କାହା ପାଇଁ କେମିତି :କେତେ ଶୁଭ ଅଶୁଭ ?

Tue Apr 3 , 2018
ଖୋଲିବ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଦକ୍ଷିଣେ କଂଗ୍ରେସୀୟ ଫୁଂକିବେ ଶଙ୍ଖ ପଶ୍ଚିମେ ପଦ୍ମ ପାଇଁ ଅମିତ ଭରସା ଭୁବନେଶ୍ୱର : ଆସନ୍ତା ୪ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାର ଖୋଲାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ଆଜି ନିଷ୍ପତ୍ତି ନେଇଛନ୍ତି। ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଯାଞ୍ଚ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ ହେଁ, ଏହା ଅନେକଙ୍କୁ ଆନ୍ଦୋଳିତ କରୁଛି। କାରଣ ମିଳିଥିବା ସୂଚନା ଅନୁସାରେ, ୧୦ଜଣ ନୁହେଁ, ଏହାଠାରୁ ଯଥେଷ୍ଟ ଅଧିକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial