ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର : ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଭୟାବହ ଅଗ୍ନିକାଣ୍ଡ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଳକ ପନ୍ଦାଡୋ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ବିଦ୍ୟୁତ୍ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଛି। ଗାଁରେ ଥିବା ୬ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ କେହି ମୃତାହତ ହୋଇ ନଥିଲେ ହେଁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିବାର ଖବର ମିଳିଛି। ଘଟଣା ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି।

Share Now:

Kalinga News Beuro

Next Post

ମହାନଦୀରେ ଭାସି‌ଗଲେ ଗୋଟିଏ ପରିବାରର ୩ଜଣ : ବାପ-ପୁଅଙ୍କ ଶବ ଉଦ୍ଧାର, ଝିଅ ନିଖୋଜ

Tue Oct 5 , 2021
ସମ୍ବଲପୁର : ସମ୍ବଲପୁରର ମହାନଦୀ‌ ଦଲେଇପଡ଼ା ମହିଳା ଘାଟରେ ଏକ ଅଭାବନୀୟ ଘଟଣା ଘଟିଛି। ଆଖି ଆଗରେ ଝିଅ ପରେ ପୁଅ ଭାସିଯାଉ ଥିବାବେଳେ ସେମାନଙ୍କୁ ବଞ୍ଚାଇବାକୁ ଯାଇ ବାପା ମହମ୍ମଦ ଅଲ୍‌ତାଫ(୪୦) ବି ଭାସିଗଲେ। ବାପପୁଅଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ଝିଅ ଏବେବି ନିଖୋଜ ଅଛନ୍ତି। ସୋମବାର ଅପରାହ୍ନ ୪ଟାରେ ସମ୍ବଲପୁର ପେନ୍‌ସନପଡ଼ା ନିବାସୀ ମହମ୍ମଦ ଅଲ୍‌ତାଫ୍ ସ୍କୁଟିରେ ନିଜ ସ୍କୁଲ୍‌ ପଢ଼ୁଆ ପୁଅ ମହମ୍ମଦ ଅଫ୍‌ତାବ […]
ମହାନଦୀରେ ଭାସି‌ଗଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial