ଆସନ୍ତା୧୬ରେ ଭୁବନେଶ୍ୱର ଆସିବ ବିଜୁବାବୁଙ୍କ ଡାକୋଟା ବିମାନ

ବିଜୁବାବୁଙ୍କ ଡାକୋଟା ବିମାନ-1

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ଭିଟି-ଏୟୁଆଇ ବିମାନ ଓଡ଼ିଶା ଆସୁଛି। ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା ବିମାନ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର ଆସିବ। ଡାକୋଟା ବିମାନକୁ କୋଲକାତାରୁ ଭୁବନେଶ୍ୱର ବିମାନବନ୍ଦରକୁ ଅଣାଯାଉଛି। ‘ଡାକୋଟା’ ବିମାନକୁ ଭୁବନେଶ୍ୱର ବିମାନବନ୍ଦର ସମ୍ମୁଖରେ ଅବସ୍ଥାପିତ କରାଯିବ। ଏକ ବଡ଼ ଗାଡ଼ିରେ ଏହି ବିମାନକୁ ଭୁବନେଶ୍ୱର ଅଣାଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଡାକୋଟା ବିମାନ ମାଧ୍ୟମରେ ଏକ ଅତ୍ୟନ୍ତ ଦୁଃସାହସିକ ଅଭିଯାନ ଚଳାଇ ବିଜୁବାବୁ ୧୯୪୭ ଜୁଲାଇ ୨୨ରେ ଇଣ୍ଡୋନେସିଆର ତତକାଳୀନ ପ୍ରଧାନମନ୍ତ୍ରୀ ସୁଲତାନ ସାହରିରଙ୍କୁ ଜାଭା ଦ୍ୱୀପରୁ ଡଚ୍‌ ସେନା କବଳରୁ ମୁକ୍ତ କରି ନେଇଆସିଥିଲେ। ଦେଶ ସ୍ୱାଧୀନତା ସମୟରେ ବିଜୁବାବୁ ପ୍ରତିଷ୍ଠା କରିଥିବା କଳିଙ୍ଗ ଏୟାରଲାଇନ୍ସରେ ମୋଟ ୧୫ଟି ଡାକୋଟା ବିମାନ ଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରିୟ ‘ଡାକୋଟା’ ବିମାନକୁ କୋଲକାତାରୁ ଓଡ଼ିଶା ଫେରେଇ ଆଣିବାକୁ ସରକାର ୨୦୨୦ ଜାନୁଆରି ମାସ ଠାରୁ ଉଦ୍ୟମ ଆରମ୍ଭ କରିଥିଲେ। ତତ୍‌କାଳୀନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ନୀତିଗତ ନିଷ୍ପତ୍ତି ହୋଇଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ଡାକୋଟା ବିମାନକୁ ଭୁବନେଶ୍ୱର ଫେରାଇ ଆଣିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଅବଗତ କରିଥିଲେ।

Share Now:

Kalinga News Beuro

Next Post

ଇତିହାସ ଲେଖିବ କି ହକିର ଜନ୍ମସ୍ଥାନ କଟକ…?

Tue Jan 10 , 2023
କଟକ : ହକିର ଜନ୍ମସ୍ଥାନ କଟକ। ହକିର ଗଡ଼ ହୋଇପାରେ ସୁନ୍ଦରଗଡ଼। କିନ୍ତୁ କଟକ ହେଉଛି ରାଜ୍ୟରେ ହକିର ଜନ୍ମସ୍ଥାନ। ଇଂରେଜ ଶାସନ ସମୟରୁ ହକି ଖେଳ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା କଟକର ଶିକ୍ଷାନୁଷ୍ଠାନରୁ। ହକିର ଜନ୍ମସ୍ଥାନରେ ଯଦିଓ ଏବେ ହକି ଅଲୋଡା, ତଥାପି ଏଥର ଉଦ୍‌ଘାଟନ କାର୍ଯ୍ୟକ୍ରମ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆୟୋଜନ ହେବା ଘଟଣା ନୂଆ ଉତ୍ସାହର କାରଣ ହୋଇଛି। କଟକର ଭେଟେରାନ୍‌ ହକି […]
ହକିର ଜନ୍ମସ୍ଥାନ କଟକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial