ଜିରୋ ନାଇଟ ସେଲିବ୍ରେସନ ପାଇଁ ଟ୍ୱିନ ସିଟିରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବ: ପୁଲିସ କମିଶନର

ଭୁବନେଶ୍ୱର: ନୂଆ ବର୍ଷ ପାଇଁ ଆକ୍ସନ ମୋଡରେ କମିଶନରେଟ ପୁଲିସ। ରୋଡ ରୋମିଓ ସାବଧାନ। ରାସ୍ତାରେ ବୁଲିବ ସିପିଙ୍କ ସ୍କାଡ୍। ଏନେଇ ସୂଚନା ଦେଇ ପୁଲିସ କମିଶନର କହିଛନ୍ତି, ଜିରୋ ନାଇଟ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବ। ଶାନ୍ତି ଶୃଙ୍ଖଳା ସହ ନିଉ ଇୟର ସେଲିବ୍ରେସନ କରନ୍ତୁ, ନିୟମ ଉଲ୍ଲଙ୍ଘନ କରିବା କିମ୍ବା ଅନ୍ୟକୁ ଅସୁବିଧାରେ ପକାଇବା ଭଳି କାମ କଲେ – ଅନ ଦ ସ୍ପଟ ଆକ୍ସନ ନେବ ପୁଲିସ। ନୂଆ ବର୍ଷରେ ପାଟ୍ରୋଲିଂକୁ ଜୋରଦାର କରାଯିବା ସହ ରଫ୍ ଡ୍ରାଇଭିଙ୍ଗ ଓ ରୋଡ ରୋମିଓଙ୍କ ଉପରେ ପୁଲିସର କଡ଼ା ନଜର ରହିବ। ଟ୍ୱିନ ସିଟିର ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯିବା ଲାଗି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।

Share Now:

Kalinga News Beuro

Next Post

ରାଜ୍ୟରେ ଶୀତର ପ୍ରକୋପ ହ୍ରାସ: ୭.୪ ଡିଗ୍ରି ସହ କୋରାପୁଟ ସବୁଠାରୁ ଥଣ୍ଡା ସହର

Wed Dec 27 , 2023
ଭୁବନେଶ୍ୱର: ଏବେ ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଛି। ଗତ କିଛି ଦିନ ଲୋକେ ଥଣ୍ଡାରେ ଥରିବା ପରେ ଏବେ ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ରାଜ୍ୟରେ ୧୦ଡିଗ୍ରି ତଳେ ୪ ସହର ରହିଛି। କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରି ରେକର୍ଡ ହୋଇଛି। ଏହା ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି। ଏହାଛଡ଼ା ଜି. ଉଦୟଗିରି ରେ ସର୍ବନିମ୍ନ ତାପମାତ୍ରା ୭.୮, ଦାରିଙ୍ଗବାଡିରେ ୯.୫, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial