ଅଧପନ୍ତରିଆ ଭାବେ କାହିଁକି ବନ୍ଦ ହେଲା ବିଧାନସଭା ?

ବନ୍ଦ ହେଲା ବିଧାନସଭା

ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନ ଅଧାରୁ ବନ୍ଦ ହୋଇଥିବାବେଳେ ଏହାକୁ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ରାଜ୍ୟପାଳଙ୍କୁ ୪ ଦଫା ଦାବି ଜଣାଇଛି ବିଜେପି ବିଧାୟକ ଦଳ। ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବିକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ଦିଆଯାଇନାହିଁ। ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଇ ରଖୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହି ସବୁ ପ୍ରସଙ୍ଗରେ ସରକାରଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ଜଗନ୍ନାଥଙ୍କ ନିକଟରେ ଅଧିଆ ପଡିଛନ୍ତି ବିଜେପି ନେତା। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା, ନୂଆ ଆଇନ ପ୍ରଣୟନ, ପୁରୁଣା ଆଇନର ସଂଶୋଧନ ସବୁ କିଛି ହୁଏ ବିଧାନସଭାରେ। ରାଜ୍ୟର ବିକାଶ, ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଏହା ହେଉଛି ସବୁଠୁ ବଡ଼ କ୍ଷେତ୍ର। ତେଣୁ ବିଧାନସଭାର ଗୋଟିଏ ଗୋଟିଏ ମିନିଟ୍ ମୂଲ୍ୟବାନ ବୋଲି କୁହାଯାଏ। ହେଲେ ବିଧାନସଭାର ହଟ୍ଟଗୋଳ ଦୃଶ୍ୟକୁ ଦେଖିଲେ ଲାଗୁଛି, ବିଧାନସଭାର ମୂଳ ଉଦ୍ଦେଶ୍ୟକୁ ଭୁଲି ଯାଇଛନ୍ତି ଜନ ପ୍ରତିନିଧି। ହଟ୍ଟଗୋଳ, ହୋହଲ୍ଲା, ନାରାବାଜିରେ କମ୍ପୁଛି ଗୃହ। ଠିକ ଭାବେ ଗୋଟିଏ ମିନିଟ ବିଧାନସଭା ଚାଲିବା ମଧ୍ୟ ମୁସ୍କିଲ ହୋଇପଡୁଛି। ଏଥର ଶୀତ ଅଧିବେଶନ ମାତ୍ର ୧୦ ଦିନ ଚାଲିଛି। ଏହି ସମୟ ମଧ୍ୟରେ ୨ ଘଣ୍ଟା ବି ଭଲ ଭାବେ ଚାଲି ପାରିନି ଗୃହ। ଯାହା ଫଳରେ ଆହୁରି ୧୭ଟି କାର୍ଯ୍ୟଦିବସ ବାକି ଥିବା ବେଳେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ତେବେ ବିରୋଧୀ ଦଳ, ଶାସକ ଦଳକୁ ଏଥିପାଇଁ ଦାୟୀ କରୁଛି।ଆଉ ଶାସକ ଦଳ, ବିରୋଧୀଙ୍କୁ ଦୋଷ ଦେଉଛି। ଏହାରି ଭିତରେ ପେଷି ହୋଇଯାଉଛି ରାଜ୍ୟବାସୀଙ୍କ ସ୍ୱାର୍ଥ ଓ ରାଜ୍ୟର ବିକାଶ। କେବଳ ଶୀତ ଅଧିବେଶନ ନୁହେଁ, ଷୋଡ଼ଶ ବିଧାନସଭାର ୮ଟି ଯାକ ଅଧିବେଶନରେ ଉଣା ଅଧିକେ ଏକା ସ୍ଥିତି ଦେଖିବାକୁ ମିଳିଛି। ୨୦୧୯ରୁ ୨୦୨୧ ମଧ୍ୟରେ ଏପର୍ଯ୍ୟନ୍ତ ୮ଟି ଅଧିବେଶନ ଚାଲିଛି। କୌଣସି ଅଧିବେଶନ ସଂପୂର୍ଣ୍ଣ ଭାବେ ଚାଲି ପାରିନାହିଁ। ମୋଟ ୨୧୦ ଦିନରୁ ମାତ୍ର ୧୧୨ ଦିନ ବସିଛି ଗୃହ। ଅର୍ଥାତ ପାଖାପାଖି ଅଧାଦିନ ଗୃହ ଚାଲିନାହିଁ। ପ୍ରତ୍ୟେକ ଅଧିବେଶନ ପୂର୍ବରୁ ବିଧାୟକ ଦଳ ବୈଠକ ବସେ। କେଉଁ ପ୍ରସଙ୍ଗରେ ଆଲୋଚନା ହେବ, ଏ ନେଇ ନିଷ୍ପତି ନିଆଯାଏ । ହେଲେ ଏହାର ପ୍ରତିଫଳନ ପ୍ରାୟ ଦେଖିବାକୁ ମିଳେନି। ଏଥର କୋଭିଡ ମୁକାବିଲା, ଚାଷୀ ଓ ଚାଷ ପ୍ରସଙ୍ଗ, ବେକାରୀ, ଦରଦାମ ବୃଦ୍ଧି ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାରେ ଥିଲା ହେଲେ ଏଥିପ୍ରତି ଆଖିବୁଜି ଦେଇଛନ୍ତି ବିରୋଧୀ ଓ ଶାସକ ଦଳ।

Share Now:

Kalinga News Beuro

Next Post

ବୁର୍ଲା ଭିସୁଟ୍‌ରେ ପୁଣି ଛାତ୍ର ଅଶାନ୍ତି : ଅଫ୍‌ଲାଇନ କ୍ଲାସ୍ ବାତିଲ ଦାବି

Sat Dec 11 , 2021
ଅନ୍‌ଲାଇନ ମୋଡ଼ରେ ହେଉ ପାଠପଢ଼ା, ପରୀକ୍ଷା ବୁର୍ଲା: ବୁର୍ଲା ଭିସୁଟ୍‌ରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି। ଅଫ୍‌ଲାଇନ୍ ପରୀକ୍ଷା ଏବଂ ଅଫ୍‌ଲାଇନ କ୍ଲାସ୍ ବାତିଲ କରି ଅନ୍‌ଲାଇନ ମୋଡରେ କରିବାକୁ ଛାତ୍ରଛାତ୍ରୀ କତ୍ତୃର୍ପକ୍ଷଙ୍କ ନିକଟରେ ଅଡ଼ି ବସିଛନ୍ତି। ଆଜି ସନ୍ଧ୍ୟା ସମୟରେ ବିଶ୍ୱବିଦ୍ୟାଳୟ ପରିସରରେ ଶତାଧିକ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଏହାର ପ୍ରତିବାଦ କରି ଧାରଣାରେ ବସିଥିବାର ଦେଖିବାକୁ ମିଳିଛି। କୋଭିଡ୍‌ ସଂକ୍ରମଣ ବଢ଼ିବା ସନ୍ଦେହରେ ଛାତ୍ରଛାତ୍ରୀ ଭୟଭୀତ ଥିବାରୁ […]
ବୁର୍ଲା ଭିସୁଟ୍‌ରେ ପୁଣି ଛାତ୍ର ଅଶାନ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial