ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ ଦାୟିତ୍ୱରେ ଅରୂପ

ଭୁବନେଶ୍ୱର: ନିକଟରେ ବିଜେଡିରେ ଯୋଗଦେଇଥିବା ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଆଜି ସରକାରଙ୍କର ଏକ ବଡ଼ କାର୍ଯ୍ୟକ୍ରମର ଦାୟିତ୍ୱ ଦେଇଛନ୍ତି। ଶ୍ରୀ ପଟ୍ଟନାୟକଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ନିର୍ବାହୀ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି। ସେ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ ତଦାରଖ କରିବେ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧା ସୁଯୋଗ ପାଇବେ। ପୂର୍ବରୁ ରାଜ୍ୟ ସରକାର ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ଯୁବକଙ୍କ ଭିତରେ ନେତୃତ୍ୱ, ସାମାଜିକ ମୂଲ୍ୟବୋଧ ଓ ଦାୟିତ୍ୱବୋଧ ସୃଷ୍ଟି କରିବା ପାଇଁ ଏଭଳି ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ରାଜ୍ୟର ପ୍ରତି ପଞ୍ଚାୟତ ଠାରୁ ଆରମ୍ଭ କରି ସହରାଞ୍ଚଳରେ ବିଜୁ ଯୁବ ବାହିନୀ ଗଠନ ହେବ। ଏହି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଏହି କାର୍ଯ୍ୟକ୍ରମରେ ଆସନ୍ତା ୩ ବର୍ଷରେ ସରକାର ୪୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଶ୍ରୀ ପଟ୍ଟନାୟକ ବିଜୁ ଯୁବ ବାହିନୀ ଦାୟିତ୍ୱରେ ରହି ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ଆଗକୁ ନେବେ।

Share Now:

Kalinga News Beuro

Leave a Reply

Next Post

ତାଜମହଲର ଉପଯୁକ୍ତ ରକ୍ଷଣାବେକ୍ଷଣରେ ବିଫଳ ହୋଇଥିବାରୁ ଏଏସ୍‌ଆଇ ଉପରେ ବର୍ଷିଲେ ସୁପ୍ରିମ୍‌ କୋର୍ଟ

Wed May 9 , 2018
ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ ତାଜ୍‌ମହଲର ଉପଯୁକ୍ତ ରକ୍ଷଣାବେକ୍ଷଣରେ ବିଫଳ ହୋଇଥିବାରୁ ଦେଶର ସର୍ବୋଚ୍ଚ ନାୟ୍ୟାଳୟ ସୁପ୍ରିମ୍‌ କୋର୍ଟ ଆଜି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଆର୍କିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ) ଏଏସ୍‌ଆଇ ଉପରେ ଖୁବ୍‌ ବର୍ଷିଛନ୍ତି। ସଂପ୍ରତି କୀଟମାନଙ୍କ ଦ୍ୱାରା ସଂକ୍ରମିତ ହୋଇ ତାଜମହଲ ଘୋର କ୍ଷତିଗ୍ରସ୍ତ ହୋଇଥିବା ଘଟଣାରେ ସୁପ୍ରିମ୍‌କୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଏହାର ନିରାକରଣ ଓ ପ୍ରତିରୋଧ ଦିଗରେ କ’ଣ ପଦକ୍ଷେପ ଗ୍ରହଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial