ଅସାମାଜିକ ଯୁବକଙ୍କ ଆକ୍ରମଣର ଶିକାର ହେଲେ ଇଂଜିନିୟର

ଅସାମାଜିକ ଯୁବକଙ୍କ ଆକ୍ରମଣର ଶିକାର ହେଲେ ଇଂଜିନିୟର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌-୭ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସାମ୍ନାରେ ଜଣେ ଇଞ୍ଜିନିୟର ସାମନ୍ୟ କାରଣ ଲାଗି ଆକ୍ରମଣର ଶିକାର ହୋଇଛନ୍ତି। ରାସ୍ତାକଡ଼ରେ ରଖାଯାଇଥିବା ଏକ କାରରେ ତାଙ୍କ ବାଇକ୍ ଘଷି ହୋଇଯିବାରୁ ନିକଟରେ ମଦ ପିଉଥିବା କିଛି ଯୁବକ ସଫ୍ଟଓୟାର ଇଞ୍ଜିନିୟର ଚିତ୍ତରଂଜନ ବାରିକଙ୍କୁ ନିର୍ଦ୍ଧୁମ୍ ଛେଚିଛନ୍ତି । ଉତ୍ତେଜିତ ଲୋକଙ୍କଠାରୁ ସେ ମାଡ଼ ଖାଇଥିବାର ଭିଡିଓ ସିସିଟିଭି କ୍ୟାମେରାରେ ରେକର୍ଡିଂ ହୋଇଛି।
ସୂଚନା ଅନୁସାରେ ଗତ ୨୧ ତାରିଖ ଦିନ ସଫ୍ଟଓୟାର ଇଞ୍ଜିନିୟର ଚିତ୍ତ ରଞ୍ଜନ ବାରିକ ନିଜ ଅଫିସ୍‌ କାମ ସାରି ସନ୍ଧ୍ୟାରେ ବାଇକରେ ଘରକୁ ଫେରୁଥିଲେ। ଭୁବନେଶ୍ବର ୟୁନିଟ୍‌-୭ସ୍ଥିତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସାମ୍ନାରେ ତାଙ୍କର ବାଇକ୍‌ ତଳେ ପଡ଼ିଯାଇଥିଲା। ଫଳରେ ରାସ୍ତାକଡ଼ରେ ଥିବା କାରରେ ଘଷି ହୋଇ ଯାଇଥିଲା। ଏହି କାର୍‌ ପାଖରେ କିଛି ଯୁବକ ମଦ୍ୟପାନ କରୁଥିଲେ। ମଦ୍ୟପାନ କରୁଥିବା ଯୁବକମାନେ କାରକୁ ସ୍କ୍ରାଚ ହେଇଛି କହି ଇଞ୍ଜିନିୟର ଶ୍ରୀ ବାରିକଙ୍କୁ ମାଡ଼ ମାରି ଲହୁଲୁହଣ କରି ଦେଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ କମିସନରେଟ୍‌ ପୁଲିସର ପିସିଆର ଘଟଣାସ୍ଥଳରୁ ଚିତ୍ତରଞ୍ଜନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲକୁ ଚିକିତ୍ସା ପାଇଁ ପଠାଇ ଥିଲା। ଘଟଣା ବେଳର ସମସ୍ତ ଦୃଶ୍ୟ ସିସିଟିଭି ରେକର୍ଡିଂ ହୋଇଛି। ଅନ୍ୟପଟରେ ଶ୍ରୀ ବାରିକଙ୍କ ମୁଣ୍ଡ ଓ ଆଖିରେ ଗଭୀର ଆଘାତ ଲାଗି ଥିବା ଅଭିଯୋଗ ପରେ ଘଟଣାକୁ କ୍ୟାପିଟାଲ ଥାନା ପୁଲିସ ଗୁରୁତର ସହ ନେଇଛି। ଥାନାଧିକାରୀ କହିଛନ୍ତି, ପେସାଦାର ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯିବ।

Share Now:

Kalinga News Beuro

Next Post

ଆରପାରିରେ ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ

Fri Oct 27 , 2023
ଭୁବନେଶ୍ୱର: ନିରବିଯାଇଛି ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ସ୍ୱର। ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ, ଗୀତିକାର, କଣ୍ଠଶିଳ୍ପୀ ତଥା ଅଭିନେତା ସ୍ବରୂପ ନାୟକ ଆଉ ନାହାନ୍ତି। ୭୦ରୁ ଅଧିକ ଓଡ଼ିଆ ଫିଲ୍ମ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ୮୦ରୁ ଅଧିକ ଓଡ଼ିଆ ଚଳଚିତ୍ରରେ ଗୀତ ରଚନା କରିଥିବା ସ୍ୱରୂପ ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡିତ ଥିଲେ। ଆଉ ଆଜି ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ […]
ଆରପାରିରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial