ସ୍ବେରେଜ କାମ ବେଳେ ଗ୍ୟାସ ପାଇପ୍‌ କଟିବା ଘଟଣା : ରାତି ଅଧରେ ରାସ୍ତା ଖୋଳି ତରବରିଆ କାମ

ଗ୍ୟାସ ପାଇପ୍‌ କଟିବା ଘଟଣା

ସିଡିଏ: ସିଡିଏରେ ସ୍ବେରେଜ ପାଇପ ବିଛାଇବା ପାଇଁ ରାସ୍ତା ଖୋଳି କାମ କଲା ବେଳେ ଗ୍ୟାସ୍‌ ପାଇପ୍‌ କଟି ଯିବା ହେତୁ ସେଥିରୁ ଗ୍ୟାସ ଲିକ୍ ହେବା ଫଳରେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା। ଗେଲ୍‌ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ହେତୁ ବଡ ଦୁର୍ଘଟଣା ଟଳି ଯାଇଥିଲା। କିନ୍ତୁ ସ୍ବେରେଜ କାମ ନେଇଥିବା ଠିକାଦାର ଦିନ ବେଳା କାମ ନ କରି ଅତ୍ୟନ୍ତ ତରବରିଆ ଭାବେ ରାତିଅଧରେ ପୁଣି ରାସ୍ତା ଖୋଳି କାମ କରି ନେଇଥିଲେ। କାମ କରିବା ବେଳେ ପୁଣି ପିଏଚଡି ପାଇପ କାଟି ଦେଇଥିବା ବେଳେ ତାହାକୁ ମରାମତି ନକରି ଛାଡି ଦେଲେ ଏବଂ ପିଏଚଡିକୁ ବି ଅବଗତ କଲେ ନାହିଁ। ଆଜି ସକାଳ ବେଳା ପାଣି ଆସିଲା ବେଳେ ପାଣି ଲିକ୍ ହେବାରୁ ସଂପୃକ୍ତ ଠିକାଦାର ସେହି ଲିକ୍ ଯାଗାକୁ ପୁଣି ଥରେ ଖୋଳି ଲିକ୍ ହୋଇଥିବା ସ୍ଥାନରେ ସାଇକେଲ ଟିଉ ଗୁଡାଇ ଛାଡି ଦେଇଥିବା ଜଣାପଡିଛି। କିନ୍ତୁ ଠିକାଦାର ରାତି ଅଧରେ କାହିଁକି ତରବରିଆ ଭାବେ ସ୍ବେରେଜ କାମ କରିବା ପାଇଁ ବ୍ୟସ୍ତ ହୋଇପଡିଲେ ତାହା ଏବେ ବଡ଼ ପ୍ରଶ୍ନ ହୋଇଛି। ଏଭଳି ସ୍ଥିତିରେ ସ୍ବେରେଜ ପାଇପର ମାନକୁ ନେଇ ପ୍ରଶ୍ନ ଉଠୁଛି। ପାଇପ ପକାଇ ସାରିବା ପରେ ସେଥିରେ ବାଲି ଭର୍ତି କରିବା କଥା। କିନ୍ତୁ ଏଠାରେ ତାହା କରାଯାଇ ନାହିଁ। ଗତକାଲି କିଛି ଲୋକ ଏ ସଂପର୍କରେ ପଚାରି ଥିବା ବେଳେ ସେମାନଙ୍କୁ ଓଲଟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହୋଇଛି।

Share Now:

Kalinga News Beuro

Next Post

ନ୍ୟାୟ ପାଇନଥିବାରୁ ଭାରତ ଛାଡି ବିଦେଶ ପଳାଇବେ ସିଦ୍ଧୁ ମୋସେୱାଲାଙ୍କ ପରିବାର

Sun Oct 30 , 2022
ଚଣ୍ଡୀଗଡ଼: ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା ହତ୍ୟା ମାମଲାରେ ତାଙ୍କ ପରିବାର ନ୍ୟାୟ ପାଇନଥିବା ଅଭିଯୋଗ କରିଛନ୍ତି। ସିଦ୍ଧୁ ମୁସେୱାଲାଙ୍କ ପିତା ବଲକୌର ସିଂ ଦାବି କରିଛନ୍ତି ଯେ ତାଙ୍କ ପୁଅ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ନ୍ୟାୟ ମିଳିପାରୁନାହିଁ। ମୁସେୱାଲାଙ୍କ ପିତା ତାଙ୍କ ବିବୃତ୍ତିରେ ଏଫଆଇଆର ପ୍ରତ୍ୟାହାର କରିବା ସହିତ ଭାରତ ଛାଡିବା କଥା କହିଛନ୍ତି। ସିଦ୍ଧୁ ମୁସେୱାଲାଙ୍କ ପିତା ବଲକୌର ସିଂ କହିଛନ୍ତି ଯେ, ‘ନଭେମ୍ବର ୨୫ ପରେ […]
ବିଦେଶ ପଳାଇବେ ସିଦ୍ଧୁ ମୋସେୱାଲାଙ୍କ ପରିବାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial