ବେତନଟୀ ରେଞ୍ଜରେ ୧୬ ଟିକିଆ ଝାଡ଼ଖଣ୍ଡି ହାତୀପଲ : ଚିନ୍ତାରେ ଚାଷୀକୁଳ

୧୬ ଟିକିଆ ଝାଡ଼ଖଣ୍ଡି ହାତୀପଲ

ଗୋଠରେ ଗୋଟିଏ ଦନ୍ତା, ୪ଟି ଛୁଆ ଓ ୧୧ଟି ମାଈ ହାତୀ

ବେତନଟୀ : ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜକୁ ୧୬ଟିକିଆ ଝାଡ଼ଖଣ୍ଡି ହାତୀପଲ ପ୍ରବେଶ କରିଛନ୍ତି। ଝାଡଖଣ୍ଡର ଦଲମା ଜଙ୍ଗଲରୁ ଆସିଥିବା ଏହି ହାତୀପଲ ପଶ୍ଚିମବଙ୍ଗ ପରେ ରବିବାର ଭୋର ଭୋର ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜଅଧୂନ ଅଶନବଣି ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିଲେ। ପରେ ଏହି ହାତୀପଲ ଦହିକୋଟି, ବଡ଼ଛୁରୁଣୀ, ଆଗ୍ରିଆ, ଯୁଗଳ ହୋଇ ବଗଲପୁର ନିକଟରେ ୧୮ନଂ ଜାତୀୟ ରାଜପଥ ଅତିକ୍ରମ କରିଥିଲେ।
ଏହି ୧୬ଟିକିଆ ହାତୀପଲରେ ଗୋଟେ ଦନ୍ତା ଓ ୪ଟି ଛୁଆ ସମେତ ୧୧ଟି ମାଈ ହାତୀ ଅଛନ୍ତି। ସେମାନେ ଆସିବା ରାସ୍ତାରେ ବ୍ୟାପକ ଧାନ ଫସଲ ମଧ୍ୟ ନଷ୍ଟ କରିଥିବା ସୂଚନା ମିଳିଛି। ସୁରକ୍ଷା ଦୃଷ୍ଟିରୁ ବେତନଟୀ ରେଞ୍ଜର ମନୁଆର ଖାନ ସମେତ ବହୁ ଫରେଷ୍ଟର, ଗାର୍ଡ ଓ ସବୁଜବାହିନୀ ଉପସ୍ଥିତ ରହି ହାତୀପଲକୁ ନିୟନ୍ତ୍ରଣ କରୁଥିବାବେଳେ ୧୮ନଂ ଜାତୀୟ ରାଜପଥ ଅତିକ୍ରମ କରିବା ସମୟରେ ଉଭୟ ପାର୍ଶ୍ଵରେ ଯାନବାହନକୁ ଚଳାଚଳକୁ ବି ନିୟନ୍ତ୍ରଣ କରିଥିଲେ। ହାତୀପଲ ୧୮ନଂ ଜାତୀୟ ରାଜପଥ ଏବଂ ରେଳପଥ ଅତିକ୍ରମ କରିବା ପରେ ସୋମବାର ଭୋର ନଡ଼ପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛି। ତେବେ ହାତୀପଲଙ୍କ ଆଗମନ ଯୋଗୁଁ ଚାଷୀକୁଳ ତଥା ବେତନଟୀ ବନାଞ୍ଚଳବାସୀ ଭୟଭିତ ହୋଇପଡିଥିବା ଦେଖିବାକୁ ମିଳିଛି। ତେବେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ହାତୀପଲ ବେତନଟୀ ମୁହାଁ ହେଉଥିବା ବେଳେ ହାତପଲ ଉକ୍ତ ଅଞ୍ଚଳରେ କେତେଦିନ ଉପଦ୍ରଵ କରି କେବେ ଗତିପଥ ନୀଳଗିରି ମୁହାଁ ହେବକି ନାହିଁ ନିରୀକ୍ଷଣ କରିବା ସହିତ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମର ଲୋକଙ୍କୁ ସଚେତନ କରାଇଛି ବନବିଭାଗ।

Share Now:

Kalinga News Beuro

Next Post

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ହେବ ଗାଁର ସବୁ ଲୋକଙ୍କ ପାଇଁ ବିକାଶର ଗ୍ୟାରେଣ୍ଟି: ମୁଖ୍ୟମନ୍ତ୍ରୀ

Thu Oct 26 , 2023
ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ପଞ୍ଚମ ଦିନରେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି […]
‘ଆମ ଓଡ଼ିଶା ନବୀନ ଓଡ଼ିଶା’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial