ସାକ୍ଷୀଗୋପାଳ: ଆଜି ରବିବାର ରୋଟାରୀ କ୍ଲବ ଅଫ ସ୍ମାର୍ଟ ସିଟି ପକ୍ଷରୁ ଏକ ରକ୍ତଦାନ ଶିବିର ସାକ୍ଷୀଗୋପାଳ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସତ୍ୟବାଦୀ ମହୋତ୍ସବ କମିଟିର ସଦସ୍ୟ ମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏବଂ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କ ଆଗ୍ରହ, ଉତ୍ସାହ ଦ୍ୱାରା ପାଖାପାଖି ୫୫ ୟୁନିଟ ରକ୍ତ ସଂଗ୍ରହ ହୋଇପାରିଛି। “ରକ୍ତଦାନ ମହତ୍ ଦାନ”କୁ ଆଜି ଯୁବଗୋଷ୍ଠୀ ସାକାର କରିଛନ୍ତି ବୋଲି ରୋଟାରୀ ଡିଜିଏନ ଯଜ୍ଞାଶିଷ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କହିଛନ୍ତି। ସଭାପତି ଜ୍ୟୋତି ଭୂଷଣ ମହାପାତ୍ର କହିଲେ ଯେ “ରକ୍ତଦାନ ଏକ ପୁଣ୍ୟ କାମ, ତେଣୁ ଆଗାମୀ ଦିନରେ ଆମେ ଏହିପରି ବହୁ ଜନହିତକର କାର୍ଯ୍ୟ କରିବା ପାଇଁ ଯୋଜନା କରିଛୁ। ସମସ୍ତଙ୍କ ସହଯୋଗରେ ଏସବୁ ହୋଇ ପାରିବ।”

କଳିଙ୍ଗ ନ୍ୟୁଜର ପ୍ରତିଷ୍ଠାତା,କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ରୋଟାରୀ କ୍ଲବ ଅଫ ସ୍ମାର୍ଟ ସିଟିର ସମ୍ପାଦକ ନିଜେ ରକ୍ତ ଦାନ କରିବା ସହିତ କହିଥିଲେ “ଯେ ଜଣେ ରକ୍ତଦାନ କରିବା ଦ୍ୱାରା ତିନି ଜଣଙ୍କ ଜୀବନ ରକ୍ଷା କରାଯାଇ ପାରିବ। ତେଣୁ ବହୁମାତ୍ରାରେ ଯୁବକ ମାନେ ଏବେ ଆଗ୍ରହ ଦେଖାଉଛନ୍ତି। ରକ୍ତଦାନ କରିବା ଦ୍ୱାରା ଶରୀର ସୁସ୍ଥ ରହେ। ପୁରୁଣା ରକ୍ତ ବଦଳରେ ନୁଆ ରକ୍ତ ସୃଷ୍ଟି ହୁଏ। ଯଦ୍ୱାରା ଅନେକ ଉପକାର ମିଳେ।” ଏହି ଅବସରରେ ସତ୍ୟବାଦୀ ମହୋତ୍ସବ କମିଟିର ସମ୍ପାଦକ ଜାନକୀ ବଲ୍ଲଭ ବରାଳ, ସଭ୍ୟ ଶରତ ମହାପାତ୍ର, ଜୟପୁର ପଞ୍ଚାୟତର ସମିତି ସଭ୍ୟ ଦୀପକ ଶତପଥୀ,୩୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ବିଷ୍ଣୁପ୍ରିୟା ବରାଳ, ରୋଟାରୀ କ୍ଲବ ଅଫ ସ୍ମାର୍ଟ ସିଟିର ପୂର୍ବତନ ସଭାପତି ମହେଶ ପାରେଖ, ବର୍ତ୍ତମାନର ଉପଦେଷ୍ଟା ଶ୍ରୀ ଅନିଲ ଶାହ, ବିନୟ ତ୍ରିପାଠୀ,ରାଜା ବାବୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପୁରୀ ରକ୍ତଭଣ୍ଡାରର କର୍ମଚାରୀ ମାନଙ୍କ ସହଯୋଗରେ ୫୫ ୟୁନିଟ ରକ୍ତ ସଂଗ୍ରହ ହେବା ସହ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।