ନ୍ୟାୟ ପାଇନଥିବାରୁ ଭାରତ ଛାଡି ବିଦେଶ ପଳାଇବେ ସିଦ୍ଧୁ ମୋସେୱାଲାଙ୍କ ପରିବାର

ବିଦେଶ ପଳାଇବେ ସିଦ୍ଧୁ ମୋସେୱାଲାଙ୍କ ପରିବାର

ଚଣ୍ଡୀଗଡ଼: ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା ହତ୍ୟା ମାମଲାରେ ତାଙ୍କ ପରିବାର ନ୍ୟାୟ ପାଇନଥିବା ଅଭିଯୋଗ କରିଛନ୍ତି। ସିଦ୍ଧୁ ମୁସେୱାଲାଙ୍କ ପିତା ବଲକୌର ସିଂ ଦାବି କରିଛନ୍ତି ଯେ ତାଙ୍କ ପୁଅ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ନ୍ୟାୟ ମିଳିପାରୁନାହିଁ। ମୁସେୱାଲାଙ୍କ ପିତା ତାଙ୍କ ବିବୃତ୍ତିରେ ଏଫଆଇଆର ପ୍ରତ୍ୟାହାର କରିବା ସହିତ ଭାରତ ଛାଡିବା କଥା କହିଛନ୍ତି। ସିଦ୍ଧୁ ମୁସେୱାଲାଙ୍କ ପିତା ବଲକୌର ସିଂ କହିଛନ୍ତି ଯେ, ‘ନଭେମ୍ବର ୨୫ ପରେ ମୋ ସହ ପୁରା ପରିବାର ଭାରତ ଛାଡି ବିଦେଶ ପଳାଇବୁ। ଏହା ବ୍ୟତୀତ ମୁଁ ପୁଅର ହତ୍ୟାର ଏଫଆଇଆର ମଧ୍ୟ ପ୍ରତ୍ୟାହାର କରିବି।
ଏହି ହତ୍ୟାକାଣ୍ଡକୁ ନେଇ ପ୍ରଶାସନ ବିରୋଧରେ ଗୁରୁତର ଅଭିଯୋଗ ଆଣି ସେ କହିଛନ୍ତି ଯେ ପୁଲିସ ଆମକୁ ନ୍ୟାୟ ଦେଇପାରି ନାହିଁ। ସିଦ୍ଧୁଙ୍କ ଆଇଫୋନ୍ ମଧ୍ୟ ଖୋଲା ଯାଇଥିଲା କିନ୍ତୁ ଲରେନ୍ସ ବିଷ୍ଣୋଇଙ୍କ ବି ଟିମ୍ ଏବେ ମଧ୍ୟ କାର୍ଯ୍ୟ କରୁଛି। ଉଲ୍ଲେଖ ଥାଉ କି ମଇ ୨୯ ତାରିଖ ପଞ୍ଜାବର ମନସା ନିକଟ ଜବାହରକେ ଗାଁରେ ମୋସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥଲା। ମୋସେୱାଲା ଏବଂ ତାଙ୍କର ଦୁଇ ବନ୍ଧୁ ପଞ୍ଜାବର ନିଜ ଗ୍ରାମ ମାନସା ଅଭିମୁଖେ ଯାଉଥିବାବେଳେ ଏହି ଆକ୍ରମଣ ହୋଇଥିଲା। କାନାଡ଼ାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଓ ତିହାର ଜେଲରେ ବନ୍ଦ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ମିଶି ସିଦ୍ଧୁଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ।

Share Now:

Kalinga News Beuro

Next Post

୭ ମାସ ‘କୋମା’ ପରେ ସନ୍ତାନ ଜନ୍ମକଲେ ଦିଲ୍ଲୀ ‘ଏମ୍‌ସ୍‌‌’ରେ ଥିବା ମହିଳା

Sun Oct 30 , 2022
ନୂଆଦିଲ୍ଲୀ: ଦୁର୍ଘଟଣାରେ ସାଙ୍ଘାତିକ ମସ୍ତିଷ୍କ ଆଘାତ ପାଇ ୭ ମାସ ହେବ ‘ଏମ୍‌ସ୍‌’ର ‘ଟ୍ରମା ସେଣ୍ଟର୍‌’ରେ ‘କୋମା’ ଅବସ୍ଥାରେ ଥିବା ଜଣେ ମହିଳା ଗତ ସପ୍ତାହରେ ଗୋଟାଏ ସୁସ୍ଥ ସନ୍ତାନ ଜନ୍ମ କରିଛନ୍ତି। ଗତ ଏପ୍ରିଲ୍‌ ପହିଲାରେ ଉକ୍ତ ୨୩ ବର୍ଷୀୟ ମହିଳାଙ୍କୁ ‘ଏମ୍‌ସ୍‌’କୁ ଅଣାଯାଇଥିଲା। ଦୁର୍ଘଟଣା ସମୟରେ ସଫିନା ନାମ୍ନୀ ଉକ୍ତ ମହିଳା ୪୦ ଦିନର ଅନ୍ତଃସତ୍ତ୍ଵା ଥିଲେ। ବୁଲନ୍ଦସହର୍‌ରେ ପ୍ରାଥମିକ ଉପଚାର ପରେ ତାଙ୍କୁ ‘ଏମ୍‌ସ୍‌ ଟ୍ରମା […]
ସନ୍ତାନ ଜନ୍ମକଲେ ୭ ମାସ ‘କୋମା’ରେ ଥିବା ମହିଳା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial