୭ ମାସ ‘କୋମା’ ପରେ ସନ୍ତାନ ଜନ୍ମକଲେ ଦିଲ୍ଲୀ ‘ଏମ୍‌ସ୍‌‌’ରେ ଥିବା ମହିଳା

ସନ୍ତାନ ଜନ୍ମକଲେ ୭ ମାସ ‘କୋମା’ରେ ଥିବା ମହିଳା

ନୂଆଦିଲ୍ଲୀ: ଦୁର୍ଘଟଣାରେ ସାଙ୍ଘାତିକ ମସ୍ତିଷ୍କ ଆଘାତ ପାଇ ୭ ମାସ ହେବ ‘ଏମ୍‌ସ୍‌’ର ‘ଟ୍ରମା ସେଣ୍ଟର୍‌’ରେ ‘କୋମା’ ଅବସ୍ଥାରେ ଥିବା ଜଣେ ମହିଳା ଗତ ସପ୍ତାହରେ ଗୋଟାଏ ସୁସ୍ଥ ସନ୍ତାନ ଜନ୍ମ କରିଛନ୍ତି। ଗତ ଏପ୍ରିଲ୍‌ ପହିଲାରେ ଉକ୍ତ ୨୩ ବର୍ଷୀୟ ମହିଳାଙ୍କୁ ‘ଏମ୍‌ସ୍‌’କୁ ଅଣାଯାଇଥିଲା। ଦୁର୍ଘଟଣା ସମୟରେ ସଫିନା ନାମ୍ନୀ ଉକ୍ତ ମହିଳା ୪୦ ଦିନର ଅନ୍ତଃସତ୍ତ୍ଵା ଥିଲେ। ବୁଲନ୍ଦସହର୍‌ରେ ପ୍ରାଥମିକ ଉପଚାର ପରେ ତାଙ୍କୁ ‘ଏମ୍‌ସ୍‌ ଟ୍ରମା ସେଣ୍ଟର୍‌’କୁ ରେଫର୍‌ କରାଯାଇଥିଲା। ସେଠରେ ଭର୍ତ୍ତି ହେବା ସମୟରୁ ସଫିନାଙ୍କର ଚାରିଥର ‘ନ୍ୟୁରୋଲୋଜିକାଲ୍‌’ ଅସ୍ତ୍ରୋପଚାର କରାଗଲାଣି। ଅକ୍ଟୋବର ୨୨ ତାରିଖ ଦିନ ସେ ସ୍ୱାଭାବିକ ଭାବେ ପିଲା ଜନ୍ମ କରିଛନ୍ତି। ଗର୍ଭସ୍ଥ ସନ୍ତାନଟି ସୁସ୍ଥ ଅଛି ବୋଲି ସେ ୧୮ ସପ୍ତାହର ଅନ୍ତଃସତ୍ତ୍ଵା ଥିବା ବେଳେ କରାଯାଇଥିବା ‘ଅଲ୍‌ଟ୍ରାସାଉଣ୍ଡ୍‌ ସ୍କାନ୍‌’ରୁ ଜଣାପଡ଼ିଥିଲା।
ଏବେ ମଧ୍ୟ ସେ ମହିଳା ଅଚେତନ ଅବସ୍ଥାରେ ଅଛନ୍ତି। ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଦୀପକ ଗୁପ୍ତାଙ୍କ କହିବା ଅନୁସାରେ, ସଫିନାଙ୍କ ଚେତା ଫେରିବାର ୧୦ରୁ ୧୫% ସମ୍ଭାବନା ଅଛି। ସେ ଅଚେତନ ଥିବାରୁ ଗର୍ଭନଷ୍ଟ କରି ଦିଆଯିବ ନା, ଛାଡ଼ି ଦିଆଯିବ- ଏ ବିଷୟରେ ତାଙ୍କ ଅନ୍ତଃସତ୍ତ୍ଵାକାଳୀନ ପ୍ରଥମ ଓ ଦ୍ଵିତୀୟ ୩ ମାସରେ ଅନେକ ବିତର୍କ କରାଯାଇଥିଲା। କିନ୍ତୁ, ‘ଅଲ୍‌ଟ୍ରାସାଉଣ୍ଡ୍‌ ସ୍କାନ୍‌’ରେ ଭ୍ରୂଣରେ କୌଣସି ଅସୁବିଧା ପରିଲକ୍ଷିତ ନ ହେବାରୁ ଗର୍ଭ ରଖିବା ପାଇଁ ଡାକ୍ତରୀ ଟିମ୍‌ ତାଙ୍କ ପରିବାର‌ ଲୋକଙ୍କୁ କହିଥିଲେ ବୋଲି ଡାକ୍ତର ଗୁପ୍ତା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମାଆର ଅବସ୍ଥା ଦୃଷ୍ଟିରୁ ଗର୍ଭ ନଷ୍ଟ କରାଯିବା ନ ଯିବା କଥା ତାଙ୍କ ପରିବାର ଲୋକଙ୍କ ଉପରେ ଛାଡ଼ି ଦିଆଯାଇଥିଲା। ଗର୍ଭ ରହୁ ବୋଲି ପରିବାର ଲୋକେ କହିଥିଲେ। ଏହା ଗୋଟାଏ ଅତି ଅସାଧାରଣ ଘଟଣା। ‘ଏମ୍‌ସ୍’ରେ ଦୀର୍ଘ ୨୨ ବର୍ଷର ଚାକିରି କାଳରେ ମୋ ପାଖକୁ ଏଭଳି କେସ୍‌ ଆସିନାହିଁ ଡାକ୍ତର ଗୁପ୍ତା କହିଛନ୍ତି।

Share Now:

Kalinga News Beuro

Next Post

‘ସମର୍ଥ’ ପରିଚାଳନା ଦାଇତ୍ୱ ହଟାଇ ନେବା ମାମଲା : ହାଇକୋର୍ଟଙ୍କ ରହିତାଦେଶ, ନଭେମ୍ବର ୨୪ରେ ପରବର୍ତ୍ତୀ ଶୁଣାଣି

Sun Oct 30 , 2022
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ଭିନ୍ନକ୍ଷମ ପିଲାଙ୍କ ଯତ୍ନ, ଥଇଥାନ ଓ ଶିକ୍ଷାଦାନ ଦିଗରେ କାମ କରୁଥିବା ‘ସମର୍ଥ’ ଶିକ୍ଷାନୁଷ୍ଠାନର ପରିଚାଳନା ଭାର ହଟାଇ ନେବା ନିର୍ଦ୍ଦେଶ କାର୍ଯ୍ୟକାରୀ ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ଅନୁଷ୍ଠାନର ସମ୍ପାଦକ କେ. ଆନନ୍ଦ ରାଓଙ୍କ ତରଫରୁ ରୁଜୁ କରା ଯାଇଥିବା ପିଟିସନ୍‌ର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ନଭେମ୍ବର ୨୪ ତାରିଖରେ ପିଟିସନ୍‌ର ପରବର୍ତ୍ତୀ […]
‘ସମର୍ଥ’ ପରିଚାଳନା ଦାୟିତ୍ବ ହଟାଇ ନେବା ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial