ଜିଲ୍ଲା ହସ୍ପିଟାଲ୍‌ରେ ପ୍ରସୂତିଙ୍କ ବିଚିତ୍ର ସ୍ଥିତି : ମା’ଠୁ ୫ କିଲୋମିଟର ଦୂରରେ ଅସୁସ୍ଥ ଛୁଆ

ଜିଲ୍ଲା ହସ୍ପିଟାଲ୍‌ରେ ପ୍ରସୂତିଙ୍କ ବିଚିତ୍ର ସ୍ଥିତି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ୍‌ରେ ଏବେ ବିଚିତ୍ର ଅବସ୍ଥା। ଖଡ଼ିଅଙ୍ଗସ୍ଥିତ ପୁରୁଣା ମେଡିକାଲ୍‌ରେ ମା’ର ପ୍ରସବ ହେବ। କିନ୍ତୁ ଅସୁବିଧା ହେଲେ ପିଲା ଚିକିତ୍ସିତ ହେବ ପାଞ୍ଚ କିଲୋମିଟର ଦୂର ନୂଆ ହସ୍ପିଟାଲ୍‌ରେ। ଗଲା ପ୍ରାୟ ଦୁଇ ସପ୍ତାହ ହେବ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। କାରଣ ଏଯାଏ ପୁରୁଣା ମେଡିକାଲ୍‌ରୁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ସ୍ଥାନାନ୍ତର ହୋଇପାରିନାହିଁ। ଅପରେସନ୍‌ ଥିଏଟର‌(ଓଟି) ସମସ୍ୟା ପାଇଁ ପ୍ରସୂତି ବିଭାଗ ଯାଇପାରୁନଥିବା ବେଳେ ଶିଶୁ ରୋଗ ବିଭାଗ ଓ ଏସ୍‌ଏନ୍‌ସିୟୁ ୟୁନିଟ୍‌ କିନ୍ତୁ ନୂଆ କୋଠାରେ କାର୍ଯ୍ୟକ୍ଷମ କରୁଛି। ଫଳରେ ମା-ପିଲା ଅଲଗା ଅଲଗା ଜାଗାରେ ଚିକିତ୍ସିତ ହେବାକୁ ପଡ଼ୁଛି। ନୂଆ କୋଠାରେ ଥିବା ଅତ୍ୟାଧୁନିକ ମଡ୍ୟୁଲାର‌ ଓଟି ଆବଶ୍ୟକୀୟ ଲାଇଟ୍‌ ଅଭାବରୁ କାର୍ଯ୍ୟକ୍ଷମ ହୋଇପାରୁ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଯେଉଁ ଠିକା ସ˚ସ୍ଥା ଓଟି କାମ କରିଛି, ସେ ଅନ୍ୟାନ୍ୟ ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଇ ଥିଲେ ମଧ୍ୟ ମୁଖ୍ୟ ଲାଇଟ୍‌ ନ ଲଗାଇ ଛାଡ଼ି ଦେଇଛି। ଏଭଳି ଅବସ୍ଥାରେ ଛାଡ଼ି ଦିଆଯାଇଛି ଯେ ଅନ୍ୟ କେହି ବି ଓଟି ଭିତରେ ସେହି ଲାଇଟ୍‌ ଲଗାଇ ପାରିବେ ନାହିଁ। ଯେଉଁ ସ˚ସ୍ଥା ଏ କାମ କରିଛି, ସେ ହିଁ ଉପର ସିଲି˚ ଖୋଲି ତାହାକୁ ଲଗାଇ ପାରିବ। ତେଣୁ ଗତ ୯ତାରିଖରୁ ଖଡ଼ିଅଙ୍ଗସ୍ଥିତ ପୁରୁଣା ମେଡିକାଲ୍‌ କୋଠାରୁ ଇଚ୍ଛାପୁର ନୂଆକୋଠାକୁ ସବୁ ବିଭାଗ ଆସି ସାରିଥିଲେ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ପ୍ରସୂତି ବିଭାଗ ଆସିପାରୁନାହିଁ। ଯେପର୍ଯ୍ୟନ୍ତ ଲାଇଟ୍‌ ଲଗାଯାଇ ଓଟି କାର୍ଯ୍ୟକ୍ଷମ ହେଇପାରିବ ନାହିଁ, ସେଯାଏ ପ୍ରସୂତି ବିଭାଗ ପୁରୁଣା ମେଡିକାଲ୍‌ରୁ ଆସିପାରିବ ନାହିଁ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ କିନ୍ତୁ ଶିଶୁ ରୋଗ ବିଭାଗ ଏବଂ ଏସ୍‌ଏନ୍‌ସିୟୁ ୟୁନିଟ୍‌ ନୂଆ କୋଠାରେ କାର୍ଯ୍ୟକ୍ଷମ ହେଉଛି। ଶିଶୁ ରୋଗ ବିଭାଗ ସ୍ଥାନାନ୍ତର ହେବାର ପ୍ରାୟ ପନ୍ଦରରୁ ଅଧିକ ଦିନ ପର ଯାଏ ଏସ୍‌ଏନସିୟୁର ୟୁନିଟ୍‌ର ଅଧା ବେଡ୍‌ ପୁରୁଣା ମେଡିକାଲ୍‌ରେ କାର୍ଯ୍ୟକ୍ଷମ ହେଉଥିଲା। କିନ୍ତୁ ଗଲା ଦୁଇ ସପ୍ତାହ ହେବ ଏସ୍‌ଏନ୍‌ସିୟୁର ଅଧା ୟୁନିଟ୍‌ ବି ନୂଆ କୋଠାକୁ ଆଣି ଦିଆଯାଇଛି।
ଫଳରେ ଆଉ ପୁରୁଣା ମେଡିକାଲ୍‌ରେ ଯଦି କୌଣସି ସଦ୍ୟଯାତ ଶିଶୁର କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି, ତା’ହେଲେ ତାର ପରିବାରବର୍ଗ ପିଲାକୁ ଧରି ଇଚ୍ଛାପୁର ନୂଆ ହସ୍ପିଟାଲ୍‌କୁ ଯାଉଛନ୍ତି। ପୁରୁଣା ମେଡିକାଲ୍‌ରୁ ନୂଆ ହସ୍ପିଟାଲ୍‌ର ଦୂରତା ପାଖାପାଖି ୫ କିଲୋମିଟର‌। ଏଭଳି ଜଟିଳ ସମସ୍ୟା ଭିତରେ ଯେଉଁ ବଡ଼ ପ୍ରଶ୍ନଟି ସାଧରଣରେ ଉଠୁଛି, ତାହା ହେଉଛି ଇଚ୍ଛାପୁରସ୍ଥିତ ପାଞ୍ଚ ମହଲା ବିଶିଷ୍ଟ ନୂଆ କୋଠାରେ ଜିଲ୍ଲା ହସ୍ପିଟାଲ୍‌ କାର୍ଯ୍ୟକ୍ଷମକୁ ମାସେ ପୂରିବାକୁ ବସିଥିବା ବେଳେ କାହିଁକି ଏପର୍ଯ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସୂତି ବିଭାଗ ଚାଲୁ କରାଯାଇପାରୁନାହିଁ? ଓଟି ସମସ୍ୟା ସମାଧାନ ପାଇଁ ଆଉ କେତେ ଦିନ ଲାଗିବ? ଠିକା ସ˚ସ୍ଥା କିଭଳି ବିନା ଲାଇଟ୍‌ରେ ଓଟି କାମ ସାରି ଦେଉଥିଲା? ଦାଇତ୍ୱରେ ଥିବା ଅଧିକାରୀ କ’ଣ କରୁଥିଲେ? ସର୍ବସାଧାରଣରେ ଏଭଳି ପ୍ରଶ୍ନ ଉଠିବା ସହିତ ବିଭାଗୀୟ ଅଧିକାରୀଙ୍କ ଅବହେଳା ପଦାକୁ ଚାଲି ଆସୁଛି। ଅନ୍ୟପକ୍ଷରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ(ମେଡିକାଲ୍‌) ଡାକ୍ତର ପି.କେ ପ୍ରହରାଜ କହିଛନ୍ତି ଯେ ଲାଇଟ୍‌ ନ ଲଗାଇ ସ˚ପୃକ୍ତ ସ˚ସ୍ଥା ଓଟି କାମ ଶେଷ କରିଦେଲା। ଯେଉଁ ଲାଇଟ୍‌ ଲଗାଯାଇନାହିଁ, ତାହା ହେଉଛି ଓଟିର ମୁଖ୍ୟ। ତେଣୁ ସେହି ଲାଇଟ୍‌ ବିନା ଅପରେସନ୍‌ ବି ହେଇପାରିବ ନାହିଁ। ଏ ସ˚କ୍ରାନ୍ତରେ ଜାଣିବା ପରେ ସ˚ପୃକ୍ତ ସ˚ସ୍ଥାକୁ ଚିଠି ଲେଖି ଅବଗତ କରାଯାଇଛି। ଆସନ୍ତା ସପ୍ତାହ ସୁଦ୍ଧା ପ୍ରସୂତି ବିଭାଗ ସ୍ଥାନାନ୍ତର କରାଯିବା ଯୋଜନା ରହିଛି।

Share Now:

Kalinga News Beuro

Next Post

ପେରୁରେ ଲଗାଣ ବର୍ଷା ପରେ ଭୁସ୍ଖଳନ ଘଟି ୩୬ ଜଣଙ୍କ ମୃତ୍ୟୁ

Tue Feb 7 , 2023
ପେରୁ: ଦକ୍ଷିଣ ପେରୁରେ ଲଗାଣ ବର୍ଷା ହେତୁ ଅନେକ ଧନଜୀବନ ପ୍ରଭାବିତ ହୋଇଛି। ଲଗାତର ବର୍ଷା ହେତୁ ଭୁସ୍ଖଳନ ଘଟି ଏବେ ସୁଦ୍ଧା ବିଭିନ୍ନ ଗ୍ରାମରୁ ୩୬ ଜଣଙ୍କ ଜୀବନ ଯାଇସାରିଲାଣି। ଗଣମାଧ୍ୟମ ସଂସ୍ଥା ଏପିରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ ମୃତକମାନଙ୍କ ମଧ୍ୟରୁ ୫ ଜଣ ଏକ ଭ୍ୟାନ୍‌ ଯୋଗେ ଯାତ୍ରା କରୁଥିଲେ। ବର୍ଷା ଯୋଗୁ କାଦୁଅରେ ଉକ୍ତ ଗାଡ଼ିର ଚକା ଖସିଯିବାରୁ ସେମାନେ ଯାଉଥିବା ଗାଡ଼ିଟି ନଦୀ […]
ପେରୁରେ ଲଗାଣ ବର୍ଷା ପରେ ଭୁସ୍ଖଳନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial