କରୋନାକୁ ଯେତିକି ଡରିବା, ସେ ଆମକୁ ସେତିକି ଡରାଇବ; ନିର୍ଭୀକ ଭାବେ କରୋନା ଲକ୍ଷଣ ଦେଖାଗଲେ ପ୍ରକାଶ କରନ୍ତୁ : ସୁବ୍ରତ ବାଗଚୀ

ଭୁବନେଶ୍ୱର: କରେନାକୁ ଆମେ ଯେତିକି ଡରିବା, ସେ ଆମକୁ ସେତିକି ଡରାଇବ। ଯଦି ଆପଣ ନିଜଠାରେ କରୋନା ଲକ୍ଷଣ ଥିବା ଜାଣିବାକୁ ପାଆନ୍ତି ତାହେଲେ ସାଈ-ପଡ଼ିଶାରେ ଏହାକୁ ଲୁଚାନ୍ତୁ ନାହିଁ। ଆଗେଇ ଆସନ୍ତୁ ଏବଂ ନିର୍ଭିକ ଭାବରେ ପ୍ରକାଶ କରନ୍ତୁ। ଏହି ନିର୍ଭିକତା ଆପଣଙ୍କୁ ବଞ୍ଚାଇବା ସହ ଆପଣଙ୍କ ପରିବାର ଓ ସମାଜକୁ ବଞ୍ଚାଇବ। ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି। ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି, କରୋନାକୁ ଭୟ କଲେ ଚଳିବ ନାହିଁ। ବରଂ ଏହାର ମୁକାବିଲା କରିବାକୁ ହେବ। ଶ୍ରୀବାଗଚୀ କହିଛନ୍ତି, ଓଡ଼ିଶାରେ ୫ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହି ୫ ଜଣଙ୍କ ମଧ୍ୟରୁ ଜଣଙ୍କୁ ସରକାରଙ୍କ ତରଫରୁ ୪୯ ଥର ଫୋନ କରାଯାଇଥିଲା। ସରକାର ସଂପୃକ୍ତ ବ୍ୟକ୍ତି କେମିତି ଅଛନ୍ତି ଓ କେଉଁଠି ଅଛନ୍ତି, ଜାଣିବାକୁ ଚାହିଁଥିଲେ। ସଂପୃକ୍ତ ବ୍ୟକ୍ତି କେବଳ ଥରଟିଏ ଫୋନ ଉଠାଇଥିଲେ। ଏହାର କାରଣ ହେଉଛି ଭୟ। ଦୁର୍ବାର ସମୟରେ ଡର ବା ଭୟ ହେଉଛି ଏକ ସ୍ୱାଭାବିକ ପ୍ରତିକ୍ରିୟା। ତେଣୁ ମଣିଷ ହିସାବରେ ଡର ଓ ଭୟକୁ ଜୟ କରିବା ପାଇଁ ଭଗବାନ ଆମକୁ ଶକ୍ତି ଦେଇଛନ୍ତି।
ପରାମର୍ଶ ଆଳରେ ଶ୍ରୀ ବାଗଚୀ କହିଛନ୍ତି, ଭୟକୁ ଯେତିକି ଡରିବା, ସେ ଆମକୁ ସେତିକି ଡରାଇବ। ଯଦି ଆପଣ ନିଜକୁ ସନ୍ଦିଗ୍ଧ ମନେକରୁଛନ୍ତି, ତାହେଲେ ଦମ୍ଭର ସହ ଆଗେଇ ଆସନ୍ତୁ। ପରିବାର ଓ ପଡୋଶୀଙ୍କୁ କୁହନ୍ତୁ ମୋ ଠାରେ କରୋନାର ଲକ୍ଷଣ ଦେଖାଯାଉଛି ବୋଲି ଭାବୁଛି। ଆପଣ ଯଦି ଆଗେଇ ଆସିବେ, ତାହେଲେ ଆପଣଙ୍କ ନିର୍ଭୀକ ଚରିତ୍ର ଆପଣଙ୍କୁ ବଞ୍ଚାଇ ପାରିବ। ସମାଜ, ଜାତି ସବୁଦିନ ପାଇଁ ଆପଣଙ୍କ ନିକଟରେ ଚିରଋଣୀ ହୋଇ ରହିବ। ଏଥି ସହ ସେ କହିଛନ୍ତି, ଭଗବାନ ନ କରନ୍ତୁ ମୋତେ ମୋତେ କରୋନା ହେଉ। ଯଦି ମୋତେ କରୋନା ହୁଏ, ତାହେଲେ ମୁଁ ଆପଣଙ୍କ ଆଗରେ ନିର୍ଭୟରେ କହିବି।

Share Now:

Kalinga News Beuro

Leave a Reply

Next Post

ସମ୍ବଲପୁରରେ ଚାଞ୍ଚଲ୍ୟ, ରାତିରେ ଶୋଇଥିବା ଅବସ୍ଥାରେ ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ

Thu Apr 2 , 2020
ସମ୍ବଲପୁର : ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା ହୋଇଥିବା ସମୟରେ ସମ୍ବଲପୁର ଶାସନ ଥାନା ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏ ନେଇ ଶାସନ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଶାସନ ଥାନା ଅନ୍ତର୍ଗତ ପରମାଣପୁର ଗାଁର ଜଣେ ଓଲଡିଂ ମିସ୍ତ୍ରୀଙ୍କର ୧୧ ବର୍ଷ ବୟସ୍କା ନାବାଳିକା କନ୍ୟା ନିଜର ଆଈଙ୍କ ସହ ଘରେ ଶୋଇଥିଲେ। ରାତି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial