ବର୍ଷାରେ ବେହାଲ୍ ରାଜଧାନୀ : କୃତ୍ରିମ ବନ୍ୟାର ଭ୍ରମ

ବର୍ଷାରେ ବେହାଲ୍ ରାଜଧାନୀ

ଭୁବନେଶ୍ୱର : ଦୁଇ ଘଣ୍ଟାର ବଡ଼ ବର୍ଷାରେ ରାଜଧାନୀ ଭୁବନେଶ୍ୱର ଅବସ୍ଥା ବେହାଲ୍। ସହରର ଅଧିକାଂଶ ଅଞ୍ଚଳରେ ମୁଖ୍ୟରାସ୍ତାରେ ବର୍ଷାପାଣି ଲହଡି ଭାଙ୍ଗୁଛି। ତଳିଆ ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଛି। ରାସ୍ତାଗୁଡ଼ିକରେ ପାଣି ଭର୍ତ୍ତି ହୋଇ ସୃଷ୍ଟି କରୁଛି ନଦୀର ଭ୍ରମ। ଜୀବନଯାତ୍ରା ଏକରକମ ଠପ୍। ବହୁସ୍ଥାନରେ ଲମ୍ବାଧାଡ଼ିରେ ଅଟକି ରହିଛି ଗାଡ଼ିମଟର। ଟ୍ରାଫିକ ଜାମରେ ଫସି ମୁକୁଳିବା ପାଇଁ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଜାରି ରହିଛି ବର୍ଷା। ରାସ୍ତାଘାଟରେ ଅଟକି ରହିଛନ୍ତି ହଜାରହଜାର ଲୋକ। ଲଗାତର ପ୍ରବଳ ବର୍ଷା ହେତୁ ରାଜଧାନୀର ଅଧିକାଂଶ ଅଞ୍ଚଳରେ ଲହଡି ଭାଙ୍ଗଛି ବର୍ଷାପାଣି। ସହରର ମୁଖ୍ୟରାସ୍ତାଗୁଡ଼ିକରେ ଆଣ୍ଠୁଏ ଉଚ୍ଚତାର ପାଣି ଚାଲୁଥିବାରୁ ବନ୍ୟା ଭଳି ଦୃଶ୍ୟ ସୃଷ୍ଟି କରିଛି। ଭୁବନେଶ୍ୱରର ଅନ୍ୟତମ ମୁଖ୍ୟରାସ୍ତା କଳିଙ୍ଗ ଷ୍ଟାଡିୟମଠାରୁ ପୁଲିସ କମିସନରେଟ୍ ମଧ୍ୟରେ ରାସ୍ତାରେ ବର୍ଷାପାଣି ଡିଭାଇଡର୍ ଉପରେ ବହୁଛି।

ସେହିପରି ଇସ୍କନ୍ ସାମ୍ନାରେ ମଧ୍ୟ ଗାଡ଼ି ବୁଡ଼ିଯିବା ଭଳି ପାଣି ହୋଇଛି। ରସୁଲଗଡ଼ଠାରୁ କଳ୍ପନା ଯାଇଥିବା କଟକ ରୋଡର ବହୁସ୍ଥାନରେ ପ୍ରବଳ ପାଣି ହେତୁ ଯାନବାହନ ଚଳାଚଳ କରିବା ବିପଜ୍ଜନକ ହୋଇପଡ଼ିଛି। ଲକ୍ଷ୍ମୀସାଗର ଛକ ଓ ଏସପ୍ଲାନେଡ୍ ମଲ୍ ସାମ୍ନାରେ ଗାଡ଼ିର ଚକ ବୁଡ଼ି ଯାଉଛି। ସେହପରି ଶିଶୁଭବନ ଛକଠାରୁ ନବୀନ ନିବାସକୁ ଯାଇଥିବା ରାସ୍ତାରେ ବି ବର୍ଷାପାଣି ଲହଡି ଭାଙ୍ଗୁଛି। ଅନ୍ୟପକ୍ଷରେ ବର୍ଷାରେ ବେହାଲ ହୋଇଯାଇଛି ପୁରୁଣା ଭୁବନେଶ୍ୱର। ବିବେକାନନ୍ଦ ମାର୍ଗ ଓ ରଥ ରୋଡରେ ଅଣ୍ଟାଏ ଉଚ୍ଚର ପାଣି ରାସ୍ତାରେ ଚାଲୁଛି। ବର୍ତ୍ତମାନ ବି ପ୍ରବଳ ବର୍ଷା ଜାରିଥିବାରୁ ପାଣିସ୍ତର ବଢ଼ିବାରେ ଲାଗିଛି। ରାସ୍ତାଘାଟ ବୁଡ଼ି ରହିଥିବାରୁ ବହୁସ୍ଥାନରେ ପ୍ରବଳ ଟ୍ରାଫିକ ଜାମ୍ ହୋଇଛି। ସଂଧ୍ୟା ୭ଟା ପର୍ଯ୍ୟନ୍ତ ଏଭଳି ମୁଷଳ ଧାରାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସଂଧ୍ୟା ହୋଇଯାଇଥିବାରୁ ପାଣି ଭିତରେ ପଶି ଯାଇଥିବା ଯାନବାହନ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଘଟଣା ସାମ୍ନାକୁ ଆସିଛି।

Share Now:

Kalinga News Beuro

Next Post

ଶୋଭାଯାତ୍ରା ବେଳେ ପଥର ଓ ଗୁଳିମାଡ଼ରେ ୨୦ରୁ ଅଧିକ ଆହତ : ୧୪୪ ଧାରା ଜାରି, ଇଣ୍ଟରନେଟ୍ ବନ୍ଦ

Mon Jul 31 , 2023
ମନ୍ଦିରରେ ଆଶ୍ରୟ ନେଇଛନ୍ତି ୨୫୦୦ ଶ୍ରଦ୍ଧାଳୁ ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ ଓ ମାତୃଶକ୍ତି ଦୁର୍ଗା ବାହିନୀ ପକ୍ଷରୁ ହରିୟାଣାର ମେଓ୍ଵାତ୍ ଜିଲ୍ଲାର ନୁହଠାରେ ଚାଲିଥିବା ବ୍ରଜମଣ୍ଡଳ ଯାତ୍ରା ବେଳେ ସାମ୍ପ୍ରଦାୟିକ ସଂଘର୍ଷ ହୋଇଥିବା ସୂଚନା ମିଳିଛି। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପଥରମାଡ଼ ଓ ନିଆଁ ଲାଗିଥିବା ଖବର ମିଳିଛି। ଦୁର୍ବୃତ୍ତମାନେ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ପୁଲିସ ଉପରକୁ ମଧ୍ୟ ପଥର ମାଡ଼ କରାଯାଇଛି। […]
ଶୋଭାଯାତ୍ରା ବେଳେ ପଥର ମାଡ଼

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial