ମହୁଲ ଫୁଲ ଗୋଟାଇବାକୁ ଜଙ୍ଗଲରେ ନିଆଁ ଲଗାଇଲେ ଯୁବକ

ଫୁଲବାଣୀ: ଜଙ୍ଗଲରେ ନିଆଁ ଲଗାଉଥିବା ଜଣେ ଯୁବକଙ୍କୁ ଗିରଫ କରିଛି ବନ ବିଭାଗ। ଏହି ଯୁବକଙ୍କ ନାମ ଅନିଲ ଦିଗାଲ ହୋଇଥିବାବେଳେ ତାଙ୍କ ବାପାଙ୍କ ନାମ ଆବୁ ଦିଗାଲ ବୋଲି ଜଣାପଡିଛି। ଏହି ଯୁବକଙ୍କ ଘର ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗଣ୍ଡପଦର ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ମହୁଲ ଫୁଲ ଗୋଟାଇବାକୁ ସ୍ଥାନୀୟ ଲୋକମାନେ ଜଙ୍ଗଲକୁ ଯାଇଥାନ୍ତି। ତେବେ ଜଙ୍ଗଲରେ ପତ୍ରଝଡ଼ା ଯୋଗୁଁ ମହୁଲ ଫୁଲ ଭଲ ଭାବରେ ଗୋଟାଇପାରିନଥାନ୍ତି। ସେଥିପାଇଁ ସ୍ଥାନେ ସ୍ଥାନେ ଲୋକମାନେ ଜଙ୍ଗଲରେ ନିଆଁ ଲଗାଇଦେଇଥାନ୍ତି। ଯାହାଫଳରେ ମହୁଲ ଫୁଲ ଭଲ ଭାବରେ ଗୋଟାଇପାରିଥାନ୍ତି। କିନ୍ତୁ ନିଆଁ ଲଗାଇବା ଫଳରେ ଶହ ଶହ ଗଛ ନିଆଁରେ ପୋଡି ପାଉଁଶ ହୋଇଯାଇଥାନ୍ତି। ଅନିଲ ମଧ୍ୟ ଆଜି ବନ୍ଧଗଡ଼ ସଂରକ୍ଷିତ ଜଙ୍ଗଲରେ ଯାଇ ନିଆଁ ଲଗାଉଥିବାବେଳେ ବନ ବିଭାଗ ହାବୁଡ଼ରେ ପଡିଯାଇଥିଲେ। ଏହା ପରେ ବନ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ଫିରିଙ୍ଗିଆ ବନ ଅଧିକାରୀ ଆଶିଷ କୁମାର ଦିଗାଲ ଗିରଫ କରି ତାଙ୍କ ନାମରେ ୧୨/୨୦୨୦ରେ ମାମଲା ରୁଜୁ କରାଯାଇଛି। ଏଠାରେ ସୂଚନା ଥାଉ କି ଫେବ୍ରୁଆରିରୁ ଏପ୍ରିଲ ମାସ ହିଁ ମହୁଲ ସଂଗ୍ରହର ଉତ୍କୃଷ୍ଟ ସମୟ। ପ୍ରତି ଗାଁର ଅଧିକାଂଶ ଅଧିବାସୀ ଜଙ୍ଗଲରୁ ମହୁଲ ସଂଗ୍ରହ କରିଥାନ୍ତି। ପଞ୍ଚାୟତ କାର୍ଯ୍ୟାଳୟରୁ ଲାଇସନ୍ସ ନେଇଥିବା ବ୍ୟବସାୟୀ ସଂଗ୍ରହକାରୀଙ୍କଠାରୁ କ୍ରୟ କରି ଥାଆନ୍ତି। ବ୍ୟବସାୟୀମାନେ ନିଜେ ନିଲାମରେ କେଜି ପ୍ରତି ୧୫ରୁ୨୦ ଟଙ୍କା କିଣିଥାଆନ୍ତି। ମହୁଲ ସାଧାରଣତଃ ଭାଟି ଏବଂ ଗୋଖାଦ୍ୟରେ ବ୍ୟବହାର ହୁଏ।

Share Now:

Kalinga News Beuro

Leave a Reply

Next Post

ଭାରତରେ କରୋନାଭାଇରସ୍: ୧୧୪୩୯ ଆକ୍ରାନ୍ତ, ୧୩୦୫ ସୁସ୍ଥ ଓ ୩୭୭ ମୃତ

Wed Apr 15 , 2020
ନୂଆଦିଲ୍ଲୀ: ଏପ୍ରିଲ୍ ୧୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୧୪୩୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୩୭୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୯ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial