ମାନସ ସ୍ୱାଇଁ ହତ୍ୟା ମାମଲା : ଅଶ୍ଳୀଳ ସିନେମାରେ ନିରଞ୍ଜନ ହିରୋ

ଅଶ୍ଳୀଳ ସିନେମାରେ ନିରଞ୍ଜନ ହିରୋ

ଦିନରେ ଭଜନ ସୁଟିଂ, ରାତିରେ ଅଶ୍ଳୀଳ ସିନେମା, ଦୁଇଟି ଭିଡିଓ ଭାଇରାଲ୍

କଟକ: ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଅଶ୍ଳୀଳ ସିନେମାରେ ହିରୋ ଭୂମିକାରେ ଅଭିନୟ କରୁଥିବା ଯେଉଁ ଚର୍ଚ୍ଚା ହେଉଛି, କ୍ରାଇମବ୍ରାଞ୍ଚ ଏହାକୁ ତଦନ୍ତ ପରିସରଭୁକ୍ତ କରିଛି। ଦିନରେ ଭଜନ ଆଲବମ୍‌ ସୁଟିଂ କରୁଥିବା ବେଳେ ରାତିରେ ହୋଟେଲରେ ଅଶ୍ଳୀଳ ସିନେମାର ସୁଟିଂ ହେଉଥିବା ଘଟଣାକୁ କ୍ରାଇମବ୍ରାଞ୍ଚ ଗୁରୁତ୍ବର ସହିତ ଗ୍ରହଣ କରିଛି। ଶର୍ମିଷ୍ଠାର ସମ୍ପୂର୍ଣ୍ଣା ୱେବ୍‌ପୋର୍ଟାଲ୍ ଅଫିସରୁ ମେମୋରି କାର୍ଡ ଜବତ କରି ଅଶ୍ଳୀଳ ସିନେମା କାରବାର ଘଟଣାକୁ ଅନୁଧ୍ୟାନ ଚଳାଇଛି। ପୁରୀରେ ନିରଞ୍ଜନର ସୁଟିଂ ସମୟର ଭାଇରାଲ୍ ଭିଡିଓକୁ କ୍ରାଇମବ୍ରାଞ୍ଚ ଜବତ କରି ତଦନ୍ତ ଚଳାଇଛି। ଅନ୍ୟପଟେ ଶର୍ମିଷ୍ଠାର ବି ଆଉ ଏକ ଭିଡିଓ ଭାଇରାଲ୍ ହୋଇଛି। ମାନସ ନିକଟରୁ ମେମୋରି କାର୍ଡ ପାଇବା ପରେ ତାଙ୍କୁ ଏକ ଅଣ୍ଡରଟେକିଂ ଲେଖାଇ ଛାଡ଼ିଦେଇଥିବା ସମ୍ପର୍କିତ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ପ୍ରକୃତରେ ଏହି ଭିଡିଓ ଶର୍ମିଷ୍ଠା ଜାଣିଶୁଣି ଭାଇରାଲ୍ କରିଥିଲା। ମାନସର ଶବ ପରବର୍ତ୍ତୀ ସମୟରେ ମିଳିଲେ ଯେଭଳି ପୁଲିସ ଶର୍ମିଷ୍ଠାକୁ ସନ୍ଦେହ କରିବ ନାହିଁ, ସେଥିପାଇଁ ଜାଲ୍ ଅଣ୍ଡରଟେକିଂ ପ୍ରସ୍ତୁତ ହୋଇଥିଲା। ମାନସ ଯେଉଁ ଅଣ୍ଡରଟେକିଂ ଲେଖିଥିବା କୁହାଯାଉଛି ପ୍ରକୃତରେ ଏହି ଅଣ୍ଡରଟେକିଂ ଝୁନା ଭୋଇ ଲେଖିଥିଲା। ନିରଞ୍ଜନ ଓ ଶର୍ମିଷ୍ଠାଙ୍କ କହିବା ଅନୁଯାୟୀ ଝୁନା ଏହାକୁ ଲେଖିଥିଲା। ମାନସଙ୍କୁ ଅପହରଣ ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଏହି ଅଣ୍ଡରଟେକିଂରେ ଦର୍ଶାଯାଇଥିବା କୁହାଯାଉଛି।
ଅଣ୍ଡରଟେକିଂରେ ଥିବା ଦସ୍ତଖତ ଶର୍ମିଷ୍ଠା ଓ ନିରଞ୍ଜନ ବଳପୂର୍ବକ ମାନସଙ୍କଠାରୁ ସାଦା କାଗଜରେ ନେଇଥିଲେ। କ୍ରାଇମବ୍ରାଞ୍ଚ ଜବତ କରିଥିବା ଏହି ଅଣ୍ଡରଟେକିଂକୁ ଭୁବନେଶ୍ବର ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଯାଇଛି। ଅଣ୍ଡରଟେକିଂ ଏବଂ ଦସ୍ତଖତ କାହାର ହସ୍ତାକ୍ଷର ସେ ନେଇ ବ୍ୟୁରୋ ଯାଞ୍ଚ କରି ଏକ ରିପୋର୍ଟ କ୍ରାଇମବ୍ରାଞ୍ଚକୁ ଯୋଗାଇବାକୁ କୁହାଯାଇଛି। ଏହାବାଦ୍ ଫେବ୍ରୁଆରି ୨ ତାରିଖରେ ମାନସ ସମ୍ପୂର୍ଣ୍ଣା ୱେବ ପୋର୍ଟାଲରୁ ଚାକିରି ଛାଡ଼ିବା ପୂର୍ବରୁ ଶେଷ ଥର ପାଇଁ ଜାନୁଆରି ୨୯ ତାରିଖରେ ପୁରୀରେ ଏକ ଭଜନ ଭିଡିଓ ପ୍ରସ୍ତୁତ କରିବାକୁ ମାନସ ଓଟିଡିସିର ଏକ ଚାରିଚକିଆ ଗାଡ଼ିରେ ଯାଇଥିଲେ। ମାନସ ଗାଡ଼ିରେ ପୁରୀ ଯିବା ସମୟରେ ସେଦିନ ଦିନ ପ୍ରାୟ ୧୦ଟା ୧୦ରେ ଫେସବୁକ ଲାଇଭ୍ କରିଥିଲେ। ଏଥିରେ ଓଟିଡିସି ଗାଡ଼ି ଡ୍ରାଇଭରଙ୍କ ସମେତ ମୋଟ ୯ ଜଣ ଥିଲେ। ମାନସଙ୍କ ପଛରେ ଦୁଇ ଜଣ ନାବାଳିକା ବି ଥିଲେ। ୨ ମିନିଟ୍ ୫୮ ସେକେଣ୍ଡର ଏହି ଲାଇଭ୍ ମାନସଙ୍କ ଶେଷ ଲାଇଭ୍ ଥିଲା। ତେବେ ସେଦିନ ପୁରୀ ବେଳାଭୂମିରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କର ଏକ ଭଜନ ସୁଟିଂ ହୋଇଥିଲା। ଓଟିଡିସିରୁ ଗାଡ଼ି କିଏ ବୁକ୍ କରିଥିଲେ ସେ ନେଇ କ୍ରାଇମବ୍ରାଞ୍ଚ ବି ପଚରାଉଚରା ଆରମ୍ଭ କରିଛି।
କିଏ କରୁଛି ଭିଡିଓ ଭାଇରାଲ୍‌?
କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ସେହିପରି ଏବେ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀଙ୍କର ସମୁଦ୍ର କୂଳରେ ଯେଉଁ ଭିଡିଓ ସୁଟିଂ କଥା କୁହା ଯାଉଥିଲା ତାହା ସାମ୍ନାକୁ ଆସିଛି। ଏହି ଭିଡିଓ ପାଇଁ ହତ୍ୟା କରା ଯାଇଥିବା କଥା ସହଜରେ ଗ୍ରହଣ ହେଉ ନାହିଁ। କାରଣ ଆପତ୍ତିଜନକ, ଅଶ୍ଳୀଳ ଭିଡିଓ ରେକର୍ଡିଂ କରାଯାଇଥିବା ମେମୋରି ଚିପ ପାଇଁ ମାନସଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ସନ୍ଦେହ ଘନୀଭୂତ ହେବାରେ ଲାଗିଛି।
ତଦନ୍ତକୁ ବାଟବଣା ପାଇଁ ଚାଲିଛି କି ଉଦ୍ୟମ?
ସମୁଦ୍ର କୂଳର ଯେଉଁ ଭିଡିଓ ଭାଇରାଲ୍ ହୋଇଛି ତାହା ପୂରା ରେକର୍ଡିଂର କିଛି ଅଂଶ ବୋଲି ଜଣାପଡ଼ିଥିବା ବେଳେ ବାକି ଲୁଚାଇ ଦିଆଯାଇଥିବା ସନ୍ଦେହ କରାଯାଉଛି। ଯାହା ହତ୍ୟାକାଣ୍ଡର କାରଣ ହୋଇଥାଇ ପାରେ ବୋଲି କୁହାଯାଉଛି। ଏତେ ଦିନ ଯାଏ ସାମ୍ନାକୁ ଆସି ପାରି ନ ଥିବା ବେଳେ ଭିଡିଓର ଏହି ଅଂଶକୁ କିଏ ଭାଇରାଲ୍ କଲା? ଏହାକୁ ଭାଇରାଲ୍ କରି ଅପରାଧୀଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରାଯାଉ ନାହିଁ ତ? ତଦନ୍ତକୁ ବାଟବଣା କରିବା ପାଇଁ ଏପରି ହେଉନି ତ? ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।

Share Now:

Kalinga News Beuro

Next Post

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ଅନେକ ଅତ୍ୟାବଶ୍ୟକ ସାମଗ୍ରୀ

Thu Mar 31 , 2022
ଅପରିବର୍ତ୍ତିତ ରହିଲା ସ୍ୱଳ୍ପ ସଞ୍ଚୟ ସ୍କିମ ସୁଧହାର ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥାତ ଶୁକ୍ରବାରଠାରୁ ଆରମ୍ଭ ହେଉଛି ୨୦୨୨-୨୩ ଆର୍ଥିକ ବର୍ଷ। ଆସନ୍ତା କାଲିଠାରୁ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ପାଇଁ ଲୋକମାନଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼ିପାରେ। ସେଗୁଡ଼ିକ ମଧ୍ୟରେ ରହିଛି ଔଷଧ, ସିଏନଜି, ପାଇପ ଏଲପିଜି ଗ୍ୟାସ, ସିମେଣ୍ଟ ଇତ୍ୟାଦି। ପ୍ରାୟ ୮୦୦ଟି ଜୀବନ ରକ୍ଷାକାରୀ ଔଷଧର ମୂଲ୍ୟବୃଦ୍ଧି ହୋଇପାରେ । ପୁଣି […]
ଏପ୍ରିଲ ୧ରୁ ମହଙ୍ଗା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial