ସିସିଟିଭିରେ କଏଦ ହେଲା ଘୃଣ୍ୟ ଚିତ୍ର: ଅସହାୟ ମହିଳାଙ୍କୁ ଛାଡ଼ିଲାନି କାମାନ୍ଧ ପୁରୁଷ

ସିସିଟିଭିରେ କଏଦ ହେଲା ଘୃଣ୍ୟ ଚିତ୍ର

ଜଳେଶ୍ଵର: ଆଜି ଦିନ ତମାମ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ବଜାରରେ ବିଳମ୍ବିତ ରାତିରେ ଘଟିଥିବା ଏକ ଘଟଣାର ସିସିଟିଭି ଫୁଟେଜ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାଟି ଗତ ୧୧ ତାରିଖର ବୋଲି ଜଣା ପଡ଼ିଛି। ଏକ ମୋବାଇଲ ଦୋକାନରେ ଲାଗିଥିବା ସିସିଟିଭିରେ ଏହି ଫୁଟେଜରୁ ଏହା ଜଣା ପଡ଼ିବା ପରେ ଘଟଣାକୁ ନେଇ ସବୁଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସିସିଟିଭି ଫୁଟେଜରେ ଉତ୍ତୋଳିତ ହୋଇଥିବା ଏହି ଦୃଶ୍ୟରେ ଦେଖାଯାଉଛି ବିଳମ୍ବିତ ରାତି। ବଡ଼ବଜାର ଛକ ଠାରୁ ଅନିତି ଦୂର ଥାନା ବଜାର ଶ୍ରୀକ୍ଷେତ୍ର ଲୁଗା ଦୋକାନ ସମ୍ମୁଖରେ ରାସ୍ତାଘାଟ ଶୁନଶାନ୍। ଆଉ ଏହି ସମୟରେ ସେଠାରେ ରାସ୍ତା ଉପରେ ଜଣେ ମହିଳା ଏକାକୀ ବସିଛନ୍ତି। ତାଙ୍କ ବେଶଭୂଷା ଓ ଆଚରଣରୁ ମହିଳାଙ୍କ ମାନସିକ ବିକୃତି ଥିବା ପରି ଲାଗୁଛି। ଏହି ସମୟରେ ଲାଲ ଧୋତି ପିନ୍ଧିଥିବା କଳା ରଙ୍ଗର ଜଣେ ପୁରୁଷ ଉକ୍ତ ମହିଳାଙ୍କ ପାଖକୁ ଆସି ତାଙ୍କୁ ଭିଡ଼ି ନେଉଛି। ଆଉ ମହିଳା ଜଣକ ଗଳା ଫିଟାଇ ଚିତ୍କାର କରି ଚାଲୁଥିଲେ ମଧ୍ୟ ଏହି ପୁରୁଷ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରୁଛି। ତା ପରେ ମହିଳାଙ୍କୁ ଜୋର କରି କରି ତଳେ ଶୁଆଇ ଦେଇ ଦୁଷ୍କର୍ମ କରୁଥିବା ସମୟରେ ଏକ ସ୍କୁଟିରେ ଦୁଇ ଯୁବକ ସେହି ରାସ୍ତା ପାରି ହେଉଛନ୍ତି। ଦୁଇ ଯୁବକଙ୍କ ଆଖିରେ ଏହି କାମାନ୍ଧ ପୁରୁଷଙ୍କ ଏପରି କାଣ୍ଡ ପଡ଼ିବା ପରେ ସେମାନେ ପାଟି କରିବା ସହ ସେଠାରେ ଛିଡା ହୋଇ ଯାଆନ୍ତି। ଦୁଇ ଯୁବକଙ୍କ ପାଟି ଶୁଣି ପୁରୁଷ ଜଣକ ସେଠାରୁ ଖୁବ ଜୋରରେ ଦୌଡ଼ି ପଳାଉଥିବା ଫୁଟେଜରେ ରହିଛି। ୧ ମିନିଟ ୧୨ ସେକେଣ୍ଡର ଏହି ସିସିଟିଭି ଫୁଟେଜର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି, ଯେଉଁ ପୁରୁଷ ଜଣକ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଛନ୍ତି ସେ ଜଳେଶ୍ଵର ଶନି ମନ୍ଦିର ଠାରୁ ବଡ଼ ବଜାର ଛକ ମଧ୍ୟରେ ଗତ କିଛି ଦିନ ଧରି ଏଣେତେଣେ ବୁଲାବୁଲି କରୁଥିବା ବେଳେ ତାଙ୍କର ମଧ୍ୟ ମସ୍ତିସ୍କ ବିକୃତି ରହିଛି ବୋଲି ଅନେକେ ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ତେବେ ଜଣେ ମାନସିକ ବିକୃତି ଥିବା ମଣିଷ ଭିତରେ ରାସ୍ତାରେ ଏକାକୀ ଥିବା ଜଣେ ମହିଳାଙ୍କ ବିରୋଧର ଏପରି କାମନ୍ଧତା ଓ ଦୁଇ ଯୁବକ ସେଠାରେ ପହଞ୍ଚିବା ପରେ ପୁଣି ନିଜକୁ ବଞ୍ଚାଇବା ପାଇଁ ଦୌଡି ପଳେଇବା ଘଟଣା ସେହି ପୁରୁଷଙ୍କ ଚାଲିଚଳଣକୁ ସନ୍ଦେହ ଘେରକୁ ଟାଣି ନେଉଛି। ଏହି ପୁରୁଷଙ୍କ ମାନସିକ ବିକୃତି ଥିବାରୁ ଲୋକେ ବିଭିନ୍ନ ସମୟରେ ତାଙ୍କୁ ସହାୟତାର ହାତ ବଢାଉଥିବା ବେଳେ ତାଙ୍କ ଭିତରେ ଏପରି କାମନ୍ଧତା ଥିବ ତାହା ସହଜରେ ବିଶ୍ୱାସ କରିହେଉ ନାହିଁ। ଏ ସମ୍ପର୍କରେ ପ୍ରଶାସନ ଯାଞ୍ଚ କରୁ ବୋଲି ଯୁବ ସ୍ୱେଚ୍ଛାସେବୀ ଜଗନ୍ନାଥ ପରିଡ଼ା ଦାବି କରିଛନ୍ତି।

Share Now:

Kalinga News Beuro

Next Post

ଆଉ ନିର୍ବାଚନ ଲଢ଼ିବେନି ନରସିଂହ : ବଲାଙ୍ଗୀରରୁ ସାନପୁଅ ହେବେ କଂଗ୍ରେସ ପ୍ରାର୍ଥୀ

Sun Oct 15 , 2023
ବଲାଙ୍ଗୀର: ରାଜ୍ୟ ରାଜନୀତିର ଅନ୍ୟତମ ଟାଣୁଆ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତାଙ୍କ ସ୍ଥାନରେ ସାନପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସ ଦଳରୁ ଲଢ଼ିବା ଆପାତଃତ ସ୍ଥିର ହୋଇଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଏନେଇ ସେ କଂଗ୍ରେସ ହାଇକମାଣ୍ଡଙ୍କୁ ଅବଗତ କରିବେ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି। ସାଂପ୍ରତିକ ରାଜନୈତିକ ପ୍ରେକ୍ଷାପଟରେ ସମରେନ୍ଦ୍ର ହିଁ ଯୋଗ୍ୟ […]
୨୦୨୪ ନିର୍ବାଚନ ଲଢ଼ିବେନି ନରସିଂହ ମିଶ୍ର-1

ଆହୁରି ପଢ଼ନ୍ତୁ