ଅତିକ-ଅସରଫଙ୍କର ଆଇଏସଆଇ ସହ ସମ୍ପର୍କ ଥିବାର ମିଳିଲା ପ୍ରମାଣ

ଅତିକ-ଅସରଫଙ୍କର ଆଇଏସଆଇ ସହ ସମ୍ପର୍କ

ନୂଆଦିଲ୍ଲୀ: ମାଫିଆ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅସରଫଙ୍କର ଆଇଏସଆଇ କନେକ୍ସନ ନେଇ ଏକ ବଡ଼ ଖୁଲାସା ହୋଇଛି। ଉଭୟ ଆଇଏସଆଇକୁ ସାହାଯ୍ୟ କରୁଥିଲେ। ମିଳିଥିବା ପ୍ରମାଣରୁ ଜଣାପଡିଛି ଯେ ଅସରଫ ଆତଙ୍କବାଦୀ ଜିଶାନ କମରର ପାସପୋର୍ଟ ତିଆରି କରିବାରେ ସାହାଯ୍ୟ କରିଥିଲା। ଅସରଫ ପାସପୋର୍ଟ ଅଧିକାରୀଙ୍କୁ ଚିଠି ଲେଖି ଜିଶାନ କମରଙ୍କୁ ଜାଣିଛନ୍ତି ଏବଂ ପାସପୋର୍ଟ ଦେବାରେ ଅସୁବିଧା ନାହିଁ ବୋଲି କହିଥିଲେ। ଅସରଫ ପାସପୋର୍ଟ ଅଧିକାରୀଙ୍କ ନିକଟକୁ ପଠାଇଥିବା ଚିଠିରେ ଲେଖିଥିଲା ଯେ ସେ ଜିଶାନ କମରଙ୍କୁ ଭଲଭାବେ ଜାଣିଛନ୍ତି। ତେଣୁ ତାଙ୍କୁ ପାସପୋର୍ଟ ଦିଆଗଲେ କୌଣସି ଅସୁବିଧା ନାହିଁ। ଜାନୁୟାରୀ ୨୦୧୭ରେ ଏହି ଚିଠି ଲେଖାଯାଇଥିଲା। ୨୦୨୧ ମସିହାରେ ଜିଶାନ କମରକୁ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ ପାକିସ୍ତାନରେ ଅସ୍ତ୍ରଶସ୍ତ୍ର ବ୍ୟବହାର ତାଲିମ ଦିଆଯାଇଥିବାବେଳେ ପ୍ରୟାଗରାଜରେ ରହି କାର୍ଯ୍ୟ କରିବାକୁ କୁହାଯାଇଥିଲା।
ତାଲିମ ପରେ ସେ କିଛି ସାଥୀଙ୍କ ସହ ଅସ୍ତ୍ରଶସ୍ତ୍ର ଧରି ପ୍ରୟାଗରାଜକୁ ଆସିଥିଲା ଓ ନିଜ କୁକୁଡ଼ା ଫାର୍ମରେ ସେମାନଙ୍କୁ ଲୁଚାଇ ରଖିଥିଲା । ହତ୍ୟା ପୂର୍ବରୁ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅସରଫଙ୍କୁ ପ୍ରୟାଗରାଜ ପୁଲିସ ପଚରାଉଚରା କରିଥିବାବେଳେ ଉଭୟ ଆଇଏସଆଇ ସହ ସେମାନଙ୍କ ସମ୍ପର୍କ ଥିବାର ସ୍ୱୀକାର କରିଥିଲେ। ଅତିକ ମଧ୍ୟ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର କିଣିଥିବାର ସ୍ୱୀକାର କରିଥିଲା । ଉଲ୍ଲେଖ ଥାଉ କି ଏପ୍ରିଲ ୧୫ ତାରିଖରେ ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଏବଂ ତା’ ଭାଇ ଅସରଫକୁ ଗୁଳି କରି ହତ୍ୟା କରାଯାଇଥିଲା। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏକ ହସ୍ପିଟାଲ ବାହାରେ ସେମାନଙ୍କୁ ତିନିଜଣ ଅଭିଯୁକ୍ତ ହତ୍ୟା କରିଥିଲେ।

Share Now:

Kalinga News Beuro

Next Post

ଅପରେସନ କାବେରୀ : ସୁଦାନରେ ଫସିଥିବା ଭାରତୀୟଙ୍କ ଉଦ୍ଧାରକାର୍ଯ୍ୟ ଆରମ୍ଭ

Tue Apr 25 , 2023
ନୂଆଦିଲ୍ଲୀ : ଗୃହଯୁଦ୍ଧଗ୍ରସ୍ତ ସୁଦାନରେ ଫସି ରହିଥିବା ଭାରତୀୟଙ୍କ ସମେତ ଅନ୍ୟ ବିଦେଶୀ ନାଗରିକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଭାରତୀୟଙ୍କ ପ୍ରଥମ ବ୍ୟାଚ୍ ସୁଦାନ ଛାଡ଼ିଛି। ପ୍ରାୟ ୨୭୮ ଜଣ ଯାତ୍ରୀଙ୍କୁ ନେଇ ଭାରତୀୟ ଯୁଦ୍ଧ ଜାହାଜ ଆଇଏନଏସ ସୁମେଧା ସାଉଦିଆରବର ଜେଦ୍ଦା ଅଭିମୁଖେ ଯାତ୍ରା କରିଛି। ଏ ସଂପର୍କରେ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟୁଇଟ୍ କରି ସୂଚନା ଦେଇଛନ୍ତି। ସୁଦାନରୁ ନିଜ ନାଗରିକଙ୍କୁ […]
ଅପରେସନ କାବେରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial