ରାଜଧାନୀରୁ ୧ କେଜି ୧୦୭ ଗ୍ରାମ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ରାଜଧାନୀରୁ ୧ କେଜି ୧୦୭ ଗ୍ରାମ ବ୍ରାଉନସୁଗାର

ଭୁବନେଶ୍ୱର: ରାଜଧାନୀର ୟୁନିଟ ୮ରେ ଥିବା ଏକ ଘରୁ ଏସଟିଏଫ୍ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବାର ସୂଚନା ମିଳିଛି। ଘଟଣାସ୍ଥଳରୁ ଜଣେ ଡ୍ରଗ୍ ମାଫିଆକୁ ବି ଧରିବାରେ ସଫଳ ହୋଇଛି ଏସଟିଏଫ୍। ସୂଚନା ଅନୁଯାୟୀ, ରାଜଧାନୀର ୟୁନିଟ ୮ରେ ଥିବା ଏକ ଘରେ ବ୍ରାଉନସୁଗାର ଡିଲ୍ ଚାଲିଥିବା ବେଳେ କମିଶନରେଟ ପୁଲିସ ସହାୟତରେ ଏସଟିଏଫ୍ ଟିମ୍ ଚଢାଉ କରିଥିଲେ। ସେଠାରୁ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୧୦ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି। ଏହି ମାମଲାରେ ଏସଟିଏଫ୍ ଟିମ୍ ବେପାରୀ ଚିତ୍ତରଞ୍ଜନ ସାହୁକୁ ଗିରଫ କରିଥିଲା। ତାକୁ କୋର୍ଟଚାଲାଣ କରାଯାଇଛି।
ଚିତ୍ତରଞ୍ଜନର ଘର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କଳଙ୍ଗା ଗାଁରେ ବୋଲି ଜଣାଯାଇଛି।ସେ ଭୁବନେଶ୍ୱରରେ କାରବାର କରିଚାଲିଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଟିମ୍ ଚଢ଼ାଉ କରିଥିଲା। ନିଶା ବେପାର ବିରୋଧରେ ଜାରି ରହିଛି ସ୍ପେଶାଲ ଡ୍ରାଇଭ। ଏସଟିଏଫ୍ ଟିମ୍ ୨୦୨୦ରୁ ଏଯାଏ ୬୯ କେଜି ବ୍ରାଉନସୁଗାର ଜବତ କରିଥିବା ଜଣାଯାଇଛି। ଏହାଛଡ଼ା୨୦୨ ଗ୍ରାମ କୋକେନ ଓ ୧୧୩ କ୍ୱିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହୋଇଛି।

Share Now:

Kalinga News Beuro

Next Post

୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି

Sun May 21 , 2023
ସୁବର୍ଣ୍ଣପୁର: ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର କିରାଣି ଗୋଲକ ବିହାରୀ ପୋଢ। ଏରିଅର ବିଲ୍ କରାଇ ଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ଜାଲରେ ପଡିଛନ୍ତି ବୀରମହରାଜପୁର ଏସଡିଭିଓ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ତଥା ସିଡିଭିଓ କାର୍ଯ୍ୟାଳୟରେ କାର୍ଯ୍ୟରତ ଗୋଲକ ବିହାରୀ ପୋଢ଼। ମିଳିଥିବା […]
ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial