୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି

ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି

ସୁବର୍ଣ୍ଣପୁର: ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର କିରାଣି ଗୋଲକ ବିହାରୀ ପୋଢ। ଏରିଅର ବିଲ୍ କରାଇ ଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ଜାଲରେ ପଡିଛନ୍ତି ବୀରମହରାଜପୁର ଏସଡିଭିଓ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ତଥା ସିଡିଭିଓ କାର୍ଯ୍ୟାଳୟରେ କାର୍ଯ୍ୟରତ ଗୋଲକ ବିହାରୀ ପୋଢ଼। ମିଳିଥିବା ସୂଚନା ଅନୁଯାୟୀ ଉଲୁଣ୍ଡା ବ୍ଲକ ସିଣ୍ଢଲ ପ୍ରାଣୀଧନ ନିରୀକ୍ଷକ ନାରାୟଣ ମେହେରଙ୍କ ଛୁଟି ଟଙ୍କା ମଞ୍ଜୁରି ପାଇଁ କାଗଜପତ୍ର ପ୍ରସ୍ତୁତ ନିମନ୍ତେ ଗୋଲକ ବିହାରୀ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସିଡିଭିଓ କାର୍ଯ୍ୟାଳୟ ପରିସରରେ ଥିବା ସରକାରୀ କ୍ୱାର୍ଟରରେ ନାରାୟଣ ୧୫ ହଜାର ଟଙ୍କା ଲାଞ୍ଚ ଗୋଲକ ବିହାରୀଙ୍କୁ ଦେଇଥିଲେ। ଏହାପରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିବା ସହ ଗୋଲକ ବିହାରୀଙ୍କୁ ଗିରଫ କରିଛି। ଉଲ୍ଲେଖଯୋଗ୍ୟ, ସିଡିଭିଓ କାର୍ଯ୍ୟାଳୟରେ ଗୋଲକ ଡେପୁଟେସନରେ କାର୍ଯ୍ୟ କରୁଛନ୍ତି। ତାଙ୍କଠାରୁ ୧୫ ହଜାର ଟଙ୍କା ଜବତ କରାଯାଇଛି। ଏହାଛଡ଼ା ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି।

Share Now:

Kalinga News Beuro

Next Post

୨୦୦୦ ଟଙ୍କିଆ ନୋଟ୍‌ ନେବାକୁ ଦୋକାନ ସବୁ ମନା କରି ପାରିବେ ନାହିଁ : ରିଜର୍ଭ ବ୍ୟାଙ୍କ୍ ମୁଖ୍ୟ ଶକ୍ତିକାନ୍ତ ଦାସ

Mon May 22 , 2023
ମୁମ୍ବାଇ: ୨୦୦୦ ଟଙ୍କିଆ ନୋଟ୍‌ ସଚଳ ହୋଇଥିବାରୁ ବ୍ୟବସାୟ ପ୍ରତିଷ୍ଠାନ ସବୁ ଏହାକୁ ଅଗ୍ରାହ୍ୟ କରିପାରିବେ ନାହିଁ‌ ‌ବୋଲି ଆଜି ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି। ସେ କହିଛନ୍ତି, ଆମେ ପ୍ରସାରଣରୁ (ବଜାରରୁ) ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରି ନେଉଥିଲେ ବି ଏହା ସଚଳ ମୁଦ୍ରା ହୋଇ ରହିବ। ରିଜର୍ଭ ବ୍ୟାଙ୍କ୍‌ର ପୂର୍ବ ନିର୍ଦ୍ଦେଶ ମୁତାବକ କେହି ୨୦୦୦ ଟଙ୍କିଆ ନୋଟ୍‌ ଗ୍ରହଣ କରିବାକୁ ମନା […]
୨୦୦୦ ଟଙ୍କିଆ ନୋଟ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial