୨୦୦୦ ଟଙ୍କିଆ ନୋଟ୍‌ ନେବାକୁ ଦୋକାନ ସବୁ ମନା କରି ପାରିବେ ନାହିଁ : ରିଜର୍ଭ ବ୍ୟାଙ୍କ୍ ମୁଖ୍ୟ ଶକ୍ତିକାନ୍ତ ଦାସ

୨୦୦୦ ଟଙ୍କିଆ ନୋଟ୍‌

ମୁମ୍ବାଇ: ୨୦୦୦ ଟଙ୍କିଆ ନୋଟ୍‌ ସଚଳ ହୋଇଥିବାରୁ ବ୍ୟବସାୟ ପ୍ରତିଷ୍ଠାନ ସବୁ ଏହାକୁ ଅଗ୍ରାହ୍ୟ କରିପାରିବେ ନାହିଁ‌ ‌ବୋଲି ଆଜି ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି। ସେ କହିଛନ୍ତି, ଆମେ ପ୍ରସାରଣରୁ (ବଜାରରୁ) ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରି ନେଉଥିଲେ ବି ଏହା ସଚଳ ମୁଦ୍ରା ହୋଇ ରହିବ। ରିଜର୍ଭ ବ୍ୟାଙ୍କ୍‌ର ପୂର୍ବ ନିର୍ଦ୍ଦେଶ ମୁତାବକ କେହି ୨୦୦୦ ଟଙ୍କିଆ ନୋଟ୍‌ ଗ୍ରହଣ କରିବାକୁ ମନା କରିପାରିବେ ନାହିଁ। ୨୦୦୦ ଟଙ୍କିଆ ନୋଟ୍‌ ପ୍ରତିବଦଳ କରିବା ଲାଗି ଯଥେଷ୍ଟ ସମୟ ଦିଆଯାଇଥିବାରୁ ଗ୍ରାହକମାନେ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୨୩ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୨୦୦୦ ଟଙ୍କିଆ ନୋଟ୍‌ ସବୁ ବ୍ୟାଙ୍କରେ ପ୍ରତିବଦଳ କିମ୍ବା ଜମା କରିବା ଲାଗି ଜାରି କରିଥିବା ବିଜ୍ଞପ୍ତିରେ ରିଜର୍ଭ ବ୍ୟାଙ୍କ୍‌ ଜନସାଧାରଣଙ୍କୁ ନିବେଦନ କରିଛି।
ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ ଦାସ କହିଛନ୍ତି, ପ୍ରସାରଣରୁ ପ୍ରତ୍ୟାହାର କରାଯାଇଥିବା ୨୦୦୦ ଟଙ୍କିଆ ନୋଟ୍‌ଗୁଡ଼ିକ ପ୍ରତିବଦଳ ସୁବିଧା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବା ଲାଗି ଦେଶର ସମସ୍ତ ବ୍ୟାଙ୍କ୍‌ଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏହି ପ୍ରକ୍ରିୟା ଅବାଧରେ ସମ୍ପନ୍ନ କରିବା ଲାଗି ବ୍ୟାଙ୍କ୍‌ ସବୁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରତ୍ୟାହାର ପ୍ରକ୍ରିୟା ଉପରେ ଗୁରୁତ୍ୱାରୋପ କରିବା ଲାଗି ଆମେ ସେପ୍ଟେମ୍ବର ୩୦କୁ ଶେଷ ତାରିଖ ବୋଲି ଉଲ୍ଲେଖ କରିଛୁ। କାରଣ, ଆମେ ଏଥିପାଇଁ ସମୟସୀମା ଉନ୍ମୁକ୍ତ ଛାଡ଼ି ପାରିବୁ ନାହିଁ।

Share Now:

Kalinga News Beuro

Next Post

ବିଶ୍ୱକୁ ସତର୍କ କଲା ଜି-୭ : ଆଣବିକ ଅସ୍ତ୍ରର ଦ୍ରୁତ ସଂପ୍ରସାରଣ କରୁଛି ଚୀନ

Mon May 22 , 2023
ହିରୋସିମା: ଚୀନ ଆଣବିକ ଅସ୍ତ୍ରଶସ୍ତ୍ରର ଦ୍ରୁତ ସଂପ୍ରସାରଣ କରୁଛି। ସାରା ବିଶ୍ୱକୁ ଗ୍ରୁପ-୭ ରାଷ୍ଟ୍ରଗୁଡ଼ିକ ଏ ନେଇ ସତର୍କ କରାଇ ଦେଇଛନ୍ତି।ହିରୋସିମାଠାରେ ଅନୁଷ୍ଠିତ ଜି-୭ ବୈଠକ ପରିପ୍ରେକ୍ଷୀରେ ସଦସ୍ୟ ଦେଶଗୁଡ଼ିକ ପକ୍ଷରୁ ଏକ ମିଳିତ ବିବୃତି ଜାରି ହୋଇଛି। ସେଥିରେ ବେଜିଂ ଏବଂ ମସ୍କୋକୁ ପୃଥକଭାବେ ଟାର୍ଗେଟ କରାଯାଇଛି। ଅଧିକନ୍ତୁ ଏହି ଦେଶସମୂହ ଏହା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ସେମାନଙ୍କର ଉଦ୍ଦେଶ୍ୟ ନୁହେଁ ଏଭଳି ଏକ ନୀତି ପ୍ରସ୍ତୁତ […]
ବିଶ୍ବକୁ ସତର୍କ କଲା ଜି-୭

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial