ବିଶ୍ୱକୁ ସତର୍କ କଲା ଜି-୭ : ଆଣବିକ ଅସ୍ତ୍ରର ଦ୍ରୁତ ସଂପ୍ରସାରଣ କରୁଛି ଚୀନ

ବିଶ୍ବକୁ ସତର୍କ କଲା ଜି-୭

ହିରୋସିମା: ଚୀନ ଆଣବିକ ଅସ୍ତ୍ରଶସ୍ତ୍ରର ଦ୍ରୁତ ସଂପ୍ରସାରଣ କରୁଛି। ସାରା ବିଶ୍ୱକୁ ଗ୍ରୁପ-୭ ରାଷ୍ଟ୍ରଗୁଡ଼ିକ ଏ ନେଇ ସତର୍କ କରାଇ ଦେଇଛନ୍ତି।ହିରୋସିମାଠାରେ ଅନୁଷ୍ଠିତ ଜି-୭ ବୈଠକ ପରିପ୍ରେକ୍ଷୀରେ ସଦସ୍ୟ ଦେଶଗୁଡ଼ିକ ପକ୍ଷରୁ ଏକ ମିଳିତ ବିବୃତି ଜାରି ହୋଇଛି। ସେଥିରେ ବେଜିଂ ଏବଂ ମସ୍କୋକୁ ପୃଥକଭାବେ ଟାର୍ଗେଟ କରାଯାଇଛି। ଅଧିକନ୍ତୁ ଏହି ଦେଶସମୂହ ଏହା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ସେମାନଙ୍କର ଉଦ୍ଦେଶ୍ୟ ନୁହେଁ ଏଭଳି ଏକ ନୀତି ପ୍ରସ୍ତୁତ କରିବା ଯାହା ଚୀନର କ୍ଷତି କରିବ କିମ୍ବା ତାହାର ଆର୍ଥିକ ବିକାଶକୁ ଗତିରୋଧ କରିବ। ସମୃଦ୍ଧି ହାସଲ କରୁଥିବା ଚୀନ ଅନ୍ତର୍ଜାତୀୟ ନିୟମକୁ ପାଳନ କରିଲେ ତାହା ବିଶ୍ୱର ହିତରେ ଆସିବ ବୋଲି କୁହାଯାଇଛି।
ଅନ୍ତର୍ଜାତୀୟ ବାଣିଜ୍ୟ ବଜାରରେ ଚୀନର ପ୍ରଭାବ ବଢ଼ୁଥିବାରୁ ଜି-୭ ଦେଶସମୂହ ଚିନ୍ତାପ୍ରକଟ କରିଛନ୍ତି। ବିଶ୍ୱର ଦ୍ଵିତୀୟ ବୃହତ୍ ଅର୍ଥନୀତି ସହିତ ଭବିଷ୍ୟତରେ କିଭଳି କାର୍ଯ୍ୟ ସଂପାଦନ କରାଯିବ ସେ ସଂକ୍ରାନ୍ତ ରଣନୀତି ପରିସର ନିର୍ଦ୍ଦାରଣ ହେବା ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ଜି-୭ର ସଦସ୍ୟ ଦେଶଗୁଡ଼ିକ ଯଥା ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ, ଇଟାଲି ଏବଂ କାନାଡ଼ା ମଧ୍ୟ ଆର୍ଥିକ ସୁରକ୍ଷା କ୍ଷେତ୍ରରେ ପୃଥକ୍‌ ବିବୃତି ଜାରି କରିଛନ୍ତି। ବାଣିଜ୍ୟକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରାଯିବା ଏବଂ ପରିଣାମ ସଂପର୍କରେ ଜି-୭ ରାଷ୍ଟ୍ରସମୂହ ଚେତାଇ ଦେଇଛନ୍ତି। ଏଥିସହିତ ୟୁକ୍ରେନ ଉପରେ ରୁଷ୍‌ ଆକ୍ରମଣ କାରଣରୁ ଦେଖାଦେଇଥିବା ସମସ୍ୟା ଏବଂ ତାଇୱାନକୁ ନେଇ ଚୀନ ସହିତ ସୃଷ୍ଟି ହୋଇଥିବା ଉତ୍ତେଜନା ସଂପର୍କରେ ବିଶ୍ୱର ଏହି ବିକଶିତ ରାଷ୍ଟ୍ରଗୁଡ଼ିକ ଗୁରୁତ୍ୱାରୋପ କରିଥିଲେ। ଜି-୭ ଦେଶର ନେତୃବୃନ୍ଦ ବିଶ୍ୱର ପ୍ରମୁଖ ସମସ୍ୟା ଯଥା ଜଳବାୟୁ ପରିବର୍ତ୍ତନ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଦାରିଦ୍ର୍ୟ, ଅର୍ଥନୈତିକ ଅସ୍ଥିରତା, ଆଣବିକ ଅସ୍ତ୍ରର ପ୍ରସାର ଏବଂ ସର୍ବୋପରି ୟୁକ୍ରେନ ଉପରେ ରୁଷର ଆକ୍ରମଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଅଧିକାଂଶ ପ୍ରସଙ୍ଗରେ ଚୀନ ଆଲୋଚନାର କେନ୍ଦ୍ରବିନ୍ଦୁ ରହିଥିଲା।

Share Now:

Kalinga News Beuro

Next Post

ନବୀନ କ୍ୟାବିନେଟ୍‌ରେ ନୂଆ ମନ୍ତ୍ରୀ ହେଲେ ବିକ୍ରମ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକ

Mon May 22 , 2023
ଭୁବନେଶ୍ୱର: ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସୋମବାର ସକାଳ ୯ଟା ୫୦ରେ ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି। ଅର୍ଥ, ଶିକ୍ଷା ଓ ଶ୍ରମ ମନ୍ତ୍ରୀ ଭାବେ ତିନି ଜଣ ବିଧାୟକଙ୍କୁ ଦାୟିତ୍ୱ ମିଳିଛି। ବିଧାୟକ ବିକ୍ରମ କେଶରୀ ଆରୁଖ(ଅର୍ଥ), ସୁଦାମ ମାରାଣ୍ଡି(ବିଦ୍ୟାଳୟ ଓ ଗଣଶିକ୍ଷା) ସାରଦା ପ୍ରସନ୍ନ ନାୟକ(ଶ୍ରମ)ବିଭାଗ ଦାୟିତ୍ଵ ମିଳିଛି। ସମସ୍ତଙ୍କୁ ଗତକାଲି ସନ୍ଧ୍ୟାରେ ଫୋନ୍‌ କଲ ଯାଇଥିଲା। ଏହି ତିନି ବିଧାୟକ ନିଜ ନିଜ […]
ନବୀନ କ୍ୟାବିନେଟ୍‌ରେ ନୂଆ ମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial