ତାଲିବାନ ଆତଙ୍କବାଦୀ ମଲ୍ଲିକ ହସନ ଅଖଣ୍ଡ ହେବେ ଆଫଗାନିସ୍ତାନର ନୂତନ ମୁଖ୍ୟ

ମଲ୍ଲିକ ହସନ

ଜାତିସଂଘର ଆତଙ୍କବାଦୀ ତାଲିକାରେ ରହିଛି ନାଁ

କାବୁଲ: ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ପରବର୍ତ୍ତୀ ସରକାର ଗଠନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଏହାପୂର୍ବରୁ ଗତ ସପ୍ତାହରେ ସରକାର ଘୋଷଣା ନେଇ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ କୌଣସି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ବୁଧବାର ଦିନ କିମ୍ବା ଆଗାମୀ ଦିନରେ ଏକ ନୂତନ ତାଲିବାନ ସରକାର ଗଠନ ହେବ ବୋଲି ବିଶ୍ୱାସ କରାଯାଉଛି। ତେବେ ପ୍ରଥମେ ଆଫଗାନିସ୍ତାନର ନୂତନ ମୁଖ୍ୟ ମୁଲ୍ଲା ବରାଦର ହୋଇପାରନ୍ତି ବୋଲି କୁହାଯାଉଥିବା ବେଳେ ଏବେ ମଲ୍ଲିକ ହସନ ଅଖଣ୍ଡଙ୍କୁ ପ୍ରଧାନମନ୍ତ୍ରୀର ଦାୟିତ୍ବ ମିଳିବ ବୋଲି ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଲା ଜାତିସଂଘର ଆତଙ୍କବାଦୀ ତାଲିକାରେ ତାଙ୍କ ରହିଛି। ‘ଦ ନିଉଜ’ର ରିପୋର୍ଟ ଅନୁଯାୟୀ, ହିବତୁଲ୍ଲା ଅଖୁନଜାଦା ନିଜେ ମଲ୍ଲିକା ମହମ୍ମଦ ହସନ ଅଖଣ୍ଡଙ୍କୁ ରଇସ-ଇ-ଜମହୋର, ରଇସ-ଉଲ-ବଜାରା କିମ୍ବା ଆଫଗାନିସ୍ତାନର ନୂତନ ମୁଖ୍ୟ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତାଲିବାନର ଜଣେ ବରିଷ୍ଠ ନେତା ଦି ନ୍ୟୁଜକୁ କହିଛନ୍ତି ଯେ, ମୁଲ୍ଲା ବରାଦର ଅଖଣ୍ଡ ଏବଂ ମଲ୍ଲିକା ଅବଦୁସ ସଲାମ ତାଙ୍କ ଉପମୁଖ୍ୟ ଭାବରେ କାର୍ଯ୍ୟ କରିବେ। ତାଲିବାନ ନେତାଙ୍କ ସହ କଥାବାର୍ତ୍ତା ବେଳେ ସମସ୍ତେ ମଲ୍ଲିକ ମହମ୍ମଦ ହସନ ଅଖଣ୍ଡଙ୍କୁ ମୁଖ୍ୟ କରିବା ନେଇ ସହମତ ହୋଇଥିବା ସେ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡିରୁ ନିଲମ୍ବନ କଲେ ସୁପ୍ରିମୋ

Wed Sep 8 , 2021
ଦଳ ଓ ଜିଲ୍ଲା ପ୍ଲାନିଂ କମିଟି ଅଧ୍ୟକ୍ଷ ପଦରୁ ମଧ୍ୟ ବିଦା ହେଲେ ଭୁବନେଶ୍ୱର: ବିଜେପି କର୍ମୀଙ୍କୁ ମାଡ଼ମାରିବା ଖୋର୍ଦ୍ଧା ଜିଲ୍ଲା ଚିଲିକା ବଧାୟକଙ୍କ ପାଇଁ ମହଙ୍ଗା ପଡ଼ିଛି। ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବିଜୁ ଜନତା ଦଳ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ବିଜେଡରୁି ପ୍ରଶାନ୍ତ ନିଲମ୍ବିତ ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ଦଳରୁ ନିଲମ୍ବନ ସହ ଖୋର୍ଦ୍ଧା ଜିଲ୍ଲା ପ୍ଲାନିଂ କମିଟି […]
ବିଜେଡରୁି ପ୍ରଶାନ୍ତ ନିଲମ୍ବିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial