ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ

ଶ୍ରୀନଗର: ସୁଧୁରିବାର ନାଁ ଧରୁନାହିଁ ପାକିସ୍ତାନ୍ । ବାରମ୍ବାର ଭାରତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପଡ଼ୋଶୀ ଦେଶ । ଆଜି ପୁଣି ଥରେ ଜମ୍ମୁକଶ୍ମୀର ପୁଂଛରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି ପାକିସ୍ତାନ । ତେବେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତୀୟ ସେନା । ଗତ ଗୁରୁବାର ଦିନ ମଧ୍ୟ ପାକିସ୍ତାନ ଭାରତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ପୁଂଛ ଜିଲ୍ଲା ମେଣ୍ଢରରେ ୧୧.୩୦ରେ ପାକିସ୍ତାନ ମୋର୍ଟାର ମାଡ଼ କରିଥିଲ । ଏହାସହ ପାକିସ୍ତାନ ଆଡ଼ୁ ଗୁଳିବର୍ଷା ମଧ୍ୟ ହୋଇଥିଲା । ଜମ୍ମୁ-କାଶ୍ମୀରରେ ମୋଦୀ ସରକାରଙ୍କ ଐତିହାସିକ ପଦକ୍ଷେପ ତଥା ୩୭୦ ଉଚ୍ଛେଦ ପରେ ରକ୍ତଚାଉଳ ଚୋବାଉଛି ପାକିସ୍ତାନ । ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର କରିବା ସହ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି । ସ୍ଥଳଭାଗରେ ଆତଙ୍କୀକୁ ଅନୁପ୍ରେବେଶ କରାଇବାରେ ବାରମ୍ବାର ବିଫଳ ହେବାପରେ ସମୁଦ୍ର ପଟୁ ଭାରତକୁ ଆତଙ୍କବାଦୀ ଅନୁପ୍ରବେଶ କରାଇବାକୁ ଉଦ୍ୟମ ଚଳାଇଛି । ହେଲେ ସବୁ ସମୟରେ ପାକିସ୍ତାନକୁ ଭାରତୀୟ ସେନା ମୁହଁତୋଡ଼ ଜବାବ ଦେଉଛି ।

Share Now:

Kalinga News Beuro

Leave a Reply

Next Post

କବିତା ଜରିଆରେ ଇମ୍ରାନ ଖାନଙ୍କୁ ଗାଳି କଲେ ପାକ୍‌ କବି:ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ନାହିଁ ବୋଲି କହିଲେ

Sun Sep 1 , 2019
ଇସ୍‌ଲାମବାଦ୍‌: ସୋସିଆଲ୍‌ ମିଡିଆରେ ଏବେ ଏକ ଭିଡିଓ ଘୂରିବାରେ ଲାଗିଛି। ଭିଡିଓଟିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର ଖୁବ୍‌ ଜୋର୍‌ ନିନ୍ଦା ହେଉଥିବାର ଦେଖିବାକୁ ମିଳିଛି। ଜଣେ ପକିସ୍ତାନୀ କବି ଭିିଡିଓରେ ଇମ୍ରାନଙ୍କୁ ନିନ୍ଦା କରି ତୁମେ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ନୁହେଁ ବୋଲି କହୁଥିବାର ଦେଖିବାକୁ ମିଳିଛି। ପ୍ରସିଦ୍ଧ ପାକିସ୍ତାନୀ କବି ଫର୍‌ହାତ ଆବାସ ଶାହା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସମାଲୋଚନା କରୁଥିବାର ଦେଖିବାକୁ ମିଳିଛନ୍ତି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial