ଆଜିଠାରୁ ଆୟୁଷ୍ମାନ କାର୍ଡ ମାଗଣା ସ୍ୱାସ୍ଥ୍ୟ ସେବା ବନ୍ଦ

୫୭୫ ଘରୋଇ ହସ୍ପିଟାଲରେ କରାଯିବନି ଗ୍ରହଣ,ଆଇଏମଏ ମାଗିଲା ବକେୟା ୩୦୦ କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଆୟୁଷ୍ମାନ କାର୍ଡ ‌‌‌‌‌‌‌‌ମାର୍ଚ୍ଚ ୧୬ଠାରୁ ହରିୟାଣାରେ କାର୍ଯ୍ୟ କରିବା ବନ୍ଦ ହୋଇଛି। ଫଳରେ ଏହା ଅନ୍ତର୍ଗତ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଆଉ ମିଳିବ ନାହିଁ। ଏନେଇ ହରିୟାଣା ମେଡ଼ିକାଲ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଛି। ହରିୟାଣା ମେଡ଼ିକାଲ ଆସୋସିଏସନର ଅଧ୍ୟକ୍ଷ ଡାକ୍ତର ଅଜୟ ମହାଜନ ଏକ ଚିଠି ଜାରି କରି ଏହା ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୫୭୫ ଘରୋଇ ହସ୍ପିଟାଲରେ ମାଗଣା ସ୍ୱାସ୍ଥ୍ୟ ସେବା ନେଇ ଲୋକେ ଅସୁବିଧାରେ ପଡ଼ିବାର ଆଶଙ୍କା ଦେଖାଦେଇଛି। ହରିୟାଣା ମେଡ଼ିକାଲ ଆସୋସିଏସନ ଆୟୁଷ୍ମାନ ଭାରତର ସିଇଓଙ୍କୁ ଏହି ଚିଠିରେ ବକେୟା ଥିବା ୩୦୦ କୋଟି ଶୀଘ୍ର ପୈଠ କରିବାକୁ କହିଛନ୍ତି। ତେବେ ମାର୍ଚ୍ଚ ୩୦ରେ ସ୍ଥିତିର ସମୀକ୍ଷା ପୁଣି ଥରେ କରାଯିବ। ଏହା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।
ଏହା ପୂର୍ବରୁ ଫେବୃଆରୀ ୨୯ରେ ଉପୁଜି ଥିବା ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲା। ମାତ୍ର କୌଣସି ପଦକ୍ଷେପ ଗ୍ରହଣ ନ କରାଯିବାରୁ ହରିୟାଣା ମେଡ଼ିକାଲ ଆସୋସିଏସନ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଫଳରେ ଆୟୁଷ୍ମାନ ଯୋଜନାରେ ତାଲିକାଭୁକ୍ତ ହୋଇଥିବା ହସ୍ପିଟାଲରେ ‌ମାଗଣା ସ୍ୱାସ୍ଥ୍ୟ ସେବା ଆଉ ଉପଲବ୍ଧ ହେବ ନାହିଁ ବୋଲି ହରିୟାଣା ମେଡ଼ିକାଲ ଆସୋସିଏସନ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଇତିମଧ୍ୟରେ ୧୦ ଲକ୍ଷ ହିତାଧିକାରୀ ଏହି କାର୍ଡ ମାଧ୍ୟମରେ ଆରୋଗ୍ୟ ହୋଇଛନ୍ତି। ରାଜ୍ୟରେ ଇତିମଧ୍ୟରେ ୧ କୋଟି ୩ ଲକ୍ଷରୁ ଅଧିକ ଆୟୁଷ୍ମାନ-ଚିରାୟୁ କାର୍ଡ ପ୍ରଦାନ କରାଯାଇଛି। ସେଥିମଧ୍ୟରେ ୭୪,୩୩,୫୪୮ ଚିରାୟୁ କାର୍ଡ ଏବଂ ୨୮ ଲକ୍ଷ ୮୯ ହଜାର ଆୟୁଷ୍ମାନ କାର୍ଡ ରହିଛି। ୧୧୩୦ କୋଟି ଟଙ୍କାରୁ ଅଧିକ କ୍ଳେମ୍ ମିଳି ସାରିଛି।

Share Now:

Kalinga News Beuro

Next Post

ଝିଅ ଫଟୋ ଦେଖାଇ ମା’ର ମିଛପ୍ରେମ : ରାଣୀହାର ଲୋଭରେ ଧରାପଡ଼ିଲା ଧୂର୍ତ୍ତ ମହିଳା

Sat Mar 16 , 2024
୨.୫ ଲକ୍ଷ ଚଳୁ, ସ୍ୱାମୀଙ୍କୁ ବାପାର ପରିଚୟ ଦେଇଥିଲା ଭୁବନେଶ୍ୱର: ଅନ୍‌ଲାଇନ୍‌ ପ୍ରେମରେ ଏକ ମଜାଦାର କାହାଣୀକୁ ନେଇ ଆଜି ରାଜଧାନୀରେ ବେଶ୍ ଚର୍ଚ୍ଚା ଚାଲିଛି। ଜଣେ ମହିଳା ନିଜ ନାଁରେ ଝିଅର ଫଟୋ ଦେଖାଇ ଯୁବକଙ୍କୁ ପ୍ରେମ ଜାଲରେ ଫସାଇଲେ। ମିଠା ମିଠା କଥା କହି ଯୁବକଙ୍କୁ ମନ କିଣିବା ସହିତ ନିଜର ଦୁଃଖପୂର୍ଣ୍ଣ କରୁଣ କାହାଣୀ କହି ଯୁବକଙ୍କ ସମବେଦନା ହାସଲ କଲେ। ବିବାହ କରିବା ଲାଗି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial