ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା : ଓଡ଼ିଶାର ୩ ସମେତ ୫୭ ଆସନ ଲାଗି ଜୁନ୍ ୧୦ରେ ମତଦାନ

ରାଜ୍ୟସଭା ନିର୍ବାଚନ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଆସନ୍ତା ଜୁନ୍‌ ୧୦ ତାରିଖରେ ରାଜ୍ୟରେ ଖାଲିପଡ଼ିଥିବା ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ମେ’ ୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରାର୍ଥୀ ମେ’ ୩୧ ତାରିଖ ସୁଦ୍ଧା ନାମାଙ୍କନ ଦାଖଲ କରିପାରିବେ। ଜୁନ୍‌ ୩ ତାରିଖ ସୁଦ୍ଧା ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରି‌ପାରିବେ। ସୂଚନାଯୋଗ୍ୟ, ରାଜ୍ୟସଭା ସାଂସଦ ଏନ୍‌ ଭାସ୍କର ରାଓ, ସସ୍ମିତ ପାତ୍ର ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ସରୁଥିବାରୁ ଏହି ୩ଟି ଆସନ ଲାଗି ନିର୍ବାଚନ ହେଉଛି। ନିର୍ବାଚନ କମିସନ ଗୁରୁବାର ସୂଚନା ଦେଇଛନ୍ତି ଯେ, ଓଡ଼ିଶା ସମେତ ହରିୟାଣା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ବିହାର, ଉତ୍ତରାଖଣ୍ଡ, ରାଜସ୍ଥାନ, ପଞ୍ଜାବ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଦି ୧୫ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ପାଇଁ ଜୁନ୍‌ ୧୦ ତାରିଖରେ ନିର୍ବାଚନ ହେବ। ବିଜେପିର ନିର୍ମଳା ସୀତାରମଣ ଓ କଂଗ୍ରେସର ପି ଚିଦାମ୍ବରମଙ୍କ ସ୍ଥାନ ମଧ୍ୟ ଖାଲି ହେଉଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୧୧ଟି ଓ ମହାରାଷ୍ଟ୍ର-ତାମିଲନାଡୁରେ ୬-୬ଟି ଆସନରେ ନିର୍ବାଚନ ହେବ। ଯେଉଁ ୫୭ ଜଣ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି ସେମାନଙ୍କ ମଧ୍ୟରେ ମୁଖ୍‌ତାର ନକଭୀ, ଗୋପାଳ ନାରାୟଣ ସିଂହ, ମୀସା ଭାରତୀ, ଶରଦ ଯାଦବ (ପରଲୋକ ପରେ ଖାଲି), ରେବତୀ ରମନ ସିଂହ, ସୁଖରାମ ସିଂହ, କପିଲ ସିବଲ, ସତୀଶ ଚନ୍ଦ୍ର ମିଶ୍ରା, ସଂଜୟ ସେଠ, ସୁରେନ୍ଦ୍ର ସିଂହ ନାଗର, ଅମ୍ବିକା ସୋନୀ, ପି. ଚିଦାମ୍ବରମ, ପ୍ରଫୁଲ୍ଲ ପଟେଲ, ସଂଜୟ ରାଉତ, ପୀୟୁଷ ଗୋୟଲ, ଜୟରାମ ରମେଶ, ଓସ୍କାର ଫର୍ଣ୍ଣାଡିଜ୍‌ (ପରଲୋକ ପରେ ଖାଲି) ଓ ନିର୍ମଳା ସୀତାରମଣଙ୍କ ଭଳି ଜଣାଶୁଣା ନେତା ରହିଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀରେ ଏନକାଉଣ୍ଟର: କୁଖ୍ୟାତ ଅପରାଧୀ ଚକରା ବାରିକ ଏସସିବି ମେଡିକାଲରେ ଭର୍ତ୍ତି

Thu May 12 , 2022
ଭୁବନେଶ୍ବର: ଭୁବନେଶ୍ୱର ଏନକାଉଣ୍ଟରରେ ଗୁରୁତର ଆହତ କୁଖ୍ୟାତ ଅପରାଧୀ ଚକରା ବାରିକକୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଚକରାର ଡାହାଣ ପଟ ଗୋଡ଼ରେ ଗୁଳି ବାଜିଛି। ଚକରା ବାରିକକୁ କାଜୁଆଲଟିରୁ ସର୍ଜରି ୱାର୍ଡକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଖଣ୍ଡଗିରି ପୁଲିସ ଥାନା ଅନ୍ତର୍ଗତ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ପ୍ରାୟ ରାତି ସାଢ଼େ ୪ଟାରେ କୁଖ୍ୟାତ ଦୁର୍ବୃତ୍ତ ଚକରା ବାରିକଙ୍କ ନେତୃତ୍ବରେ ତା’ର ୬/୭ଜଣ ସହଯୋଗୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ […]
ରାଜଧାନୀରେ ଏନକାଉଣ୍ଟର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial