ଉଦୟପୁର-ଅହମ୍ମଦାବାଦ ରେଳଧାରଣାରେ ବିସ୍ଫୋରଣ

ରେଳଧାରଣାରେ ବିସ୍ଫୋରଣ

ମିଳିଲା ବିପୁଳ ପରିମାଣର ବିସ୍ଫୋରକ, ବନ୍ଦ ରହିଛି ରେଳ ଚଳାଚଳ

ଉଦୟପୁର: ରାଜସ୍ଥାନର ଉଦୟପୁର-ଅହମ୍ମଦାବାଦ ରେଳଧାରଣାରେ ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଛି। ୧୩ ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାର୍ପଣ ହୋଇଥିବା ଉଦୟପୁର-ଅହମ୍ମଦାବାଦ ରେଳ ଲାଇନରେ ଶନିବାର ରାତିରେ ବିସ୍ଫୋରଣ ହୋଇଛି। ମିଳିଥିବା ସୂଚନା ମୁତାବକ ରେଳ ଧାରଣାକୁ ବିଛିନ୍ନ କରିବାକୁ ବିସ୍ଫୋରଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେହିପରି ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ମଧ୍ୟ ମିଳିଛି। ବର୍ତ୍ତମାନ ପୁଲିସ ଏବଂ ରେଳ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି। ବିସ୍ଫୋରଣ ପରେ ଟ୍ରେନ ଚଳାଚଳକୁ ବନ୍ଦ ରଖାଯାଇଛି। ତେବେ ସ୍ଥାନୀୟ ଗ୍ରାମବାସୀଙ୍କ ସତର୍କତା ହେତୁ ଏହି ନୂତନ ମାର୍ଗରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି। ସୂଚନାନୁସାରେ, ଏହି ଘଟଣା ଶନିବାର ବିଳମ୍ବିତ ରାତିରେ ସାଲୁମ୍ବର ମାର୍ଗରେ ଥିବା ଓଢ଼ ରେଳ ବ୍ରିଜରେ ଘଟିଛି। ଗତକାଲି ରାତି ୧୦ ଟାରେ ଗ୍ରାମବାସୀ ବିସ୍ଫୋରଣର ଶବ୍ଦ ଶୁଣିଥିଲେ। ଏହା ପରେ କିଛି ଯୁବକ ତୁରନ୍ତ ଟ୍ରାକରେ ପହଞ୍ଚିଥିଲେ। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ରେଳ ଲାଇନରେ ବିସ୍ଫୋରକ ପଡିଥିବାବେଳେ ରେଳ ବ୍ରିଜକୁ ଉଡ଼ାଇବା ପାଇଁ ଏକ ଷଡଯନ୍ତ୍ର ରଚାଯାଇଥିଲା। ଅନେକ ସ୍ଥାନରେ ଟ୍ରାକଗୁଡିକ ଭାଙ୍ଗି ଯାଇଥିବାବେଳେ ସେତୁ ଉପରେ ଥିବା ଲାଇନରୁ ବୋଲ୍ଟ ମଧ୍ୟ ଦୃବୁର୍ତ୍ତ ଖୋଲି ନେଇଥିଲେ। ଏନେଇ ଉଦୟପୁର ପୁଲିସ ଅଧୀକ୍ଷକ ବିକାଶ ଶର୍ମା କହିଛନ୍ତି ଯେ ପ୍ରକୃତ ସ୍ଥିତି ଅନୁସନ୍ଧାନ ପରେ ହିଁ ଜଣା ପଡିବ। ରେଲୱେ ଅଜମର୍ ଡିଭିଜନର ଲୋକସମ୍ପର୍କ ଅଧିକାରୀ ଅଶୋକ ଚୌହାନ କହିଛନ୍ତି ଯେ ଘଟଣାସ୍ଥଳର ଉଭୟ ପାର୍ଶ୍ୱରେ ରେଳ ଚଳାଚଳ ବନ୍ଦ କରାଯାଇଛି।

Share Now:

Kalinga News Beuro

Next Post

ପୋଷା କୁକୁର କାମୁଡ଼ିଲେ ଦଶ ହଜାର ଜରିମାନା : ନଏଡ଼ା କର୍ତ୍ତୃପକ୍ଷ

Sun Nov 13 , 2022
ନଏଡ଼ା: ଗତ ଅଳ୍ପ କେତେ ମାସ ହେବ ସହର ଓ ତା’ର ଆଖପାଖ ଅଞ୍ଚଳରେ କୁକୁର କାମୁଡ଼ା ଘଟଣା ବୃଦ୍ଧି ପାଉଥିବାରୁ କୁକୁର ମାଲିକଙ୍କ ଉପରେ ୧୦, ୦୦୦ ଟଙ୍କା ଜରିମାନା କରିବା ପାଇଁ ନଏଡ଼ା କର୍ତ୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଅନୁସାରେ, ଯଦି କୌଣସି ପୋଷା କୁକୁର ଅଥବା ବିରାଡ଼ି କାହାକୁ ଆକ୍ରମଣ କରେ ତା’ର ମାଲିକଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା କରାଯିବ ଏବଂ […]
ପୋଷା କୁକୁର କାମୁଡ଼ିଲେ ୧୦,୦୦୦ ଟଙ୍କା ଜରିମାନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial